Breaking News

ଭାରତ ପରୀକ୍ଷା କରିବାକୁ ଯାଉଛି ଏକ ଅଭେଦ ଅସ୍ତ୍ର ଚୀନ ଓ ପାକିସ୍ତାନ ଛାତିରେ ପଶିଲା ଛନକା ଚୀନ ଓ ପାକିସ୍ତାନ କୁ ମିଳିଲା କଡା ଜବାବ..

ଭାରତ ଅଭେଦ ଅସ୍ତ୍ର ର ପରୀକ୍ଷଣ କରିବାକୁ ଯାଉଛି।ଭାରତ ଅଗ୍ନି-5 ର ପରୀକ୍ଷଣ କରିବାକୁ ଯାଉଛି ।ଅଗ୍ନି-5 ର ମାରକ କ୍ଷମତା ରହିଛି 5000 କିଲୋମିଟର ଏହି କ୍ଷପଣାସ୍ତ୍ର ପରମାଣୁ ସମ୍ପର୍ଣ୍ଣ ମଧ୍ୟ ।5000 କିଲୋମିଟର ପରିଧିରେ କୌଣସି ବି ଟାର୍ଗେଟ କୁ ଆଖି ପିଛୁଳାକେ ଧ୍ବଂସ କରିବାର କ୍ଷମତା ରଖିଛି ଅଗ୍ନି-5 କ୍ଷପଣାସ୍ତ୍ର।

ଏହାର ପ୍ରି-ଇନଡକ୍ସନ୍ ପରୀକ୍ଷା ସେନାରେ ଯୋଗଦେବା ପୂର୍ବରୁ କରାଯିବ। ଭାରତର ପ୍ରଥମ ଆନ୍ତର ମାଳଦୀପିୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିୟୋଜନ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ରର ବିକାଶ ପାଇଁ ପଥ ପରିଷ୍କାର କରିବ। ଇଣ୍ଟର କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଅର୍ଥାତ୍ ଆଇସିବିଏମ୍ ଥିବା 5ଟି ଦେଶ ମଧ୍ୟରେ ଭାରତକୁ ଗଣନା କରାଯାଇଛି।ଏଭଳି କ୍ଷପଣାସ୍ତ୍ର ପୂର୍ବରୁ 4 ଟି ଦେଶ ପାଖରେ ଅଛି ସେଗୁଡିକ ହେଲା ଆମେରିକା,ରୁଷ, ଫ୍ରାନ୍ସ ଓ ଚୀନ ଭାରତ ପଞ୍ଚମ ଦେଶ ଭାବେ ସାମିଲ ହେବାକୁ ଯାଉଛି।


ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଭାରତର ଇଣ୍ଟର କଣ୍ଟିନେଣ୍ଟାଲ୍ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-5 ବିକଶିତ କରିଛି।ଏହି ଶକ୍ତି ହାସଲ ପରେ ଭାରତୀୟ ସେନା ର କ୍ଷମତା ବୃଦ୍ଧି ହେବା ସହିତ ବିଶ୍ୱ ର ପଞ୍ଚମ ଏହି ତାଲିକାରେ ଯୋଗ ଦେବ।ଏହି କ୍ଷେପଣାସ୍ତ୍ର ର ବିଶେଷତ୍ୱ ହେଉଛି କି ଏହା 1 ଟନ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ବହନ କରି ନେଇଯାଇପାରିବ।ଏହି କ୍ଷପଣାସ୍ତ୍ର ର ଲମ୍ବ 17 ମିଟର ଓ ଓସାର 2 ମିଟର।

ଅଗ୍ନି -5 କ୍ଷେପଣାସ୍ତ୍ରର ଓଜନ ପ୍ରାୟ 50 ଟନ୍ ଅଟେ। । ଅଗ୍ନି -5 କ୍ଷେପଣାସ୍ତ୍ର ବ୍ୟବହାର କରିବା ଅତି ସହଜ ଅଟେ।ହାଇଦ୍ରାବାଦର ଆଡଭାନ୍ସଡ ସିଷ୍ଟମ ଲାବୋରେଟୋରୀ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏକା ସାଙ୍ଗେ ଏକାଧିକ ଟାର୍ଗେଟ କୁ ହିଟ କରି ପାରିବ ।କେବଳ ଏତିକି ନୁହେଁ ବିଭିନ୍ନ ଦେଶର ଠିକଣାରେ ଆକ୍ରମଣ କରାଯାଇପାରେ। ଏହି କ୍ଷପଣାସ୍ତ୍ର କୟ ଭାରତର ଅଭେଦ ଅସ୍ତ୍ର ବୋଲି କୁହାଯାଉଛି।

ଏହି କ୍ଷପଣାସ୍ତ୍ର ଭାରତୀୟ ସେନାରେ ସାମିଲ ପୂର୍ବରୁ DRDO ଅଗ୍ନି-5 କ୍ଷେପଣାସ୍ତ୍ରର ପ୍ରି-ଇନଡକ୍ସନ୍ ପରୀକ୍ଷା କରିବାକୁ ଯାଉଛି। ଯଦି ପରୀକ୍ଷା ସଫଳ ହୁଏ ଚଳିତ ବର୍ଷ ଭାରତୀୟ ସେନାରେ ସାମିଲ କରାଯିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *