ଦେଶ ରେ କରୋନା ସ୍ଥିତି ଦିନ କୁ ଦିନ ଖରାପ ହେବାରେ ଲାଗିଛି।ଦିନ କୁ ଦିନ ସଂକ୍ରମିତ ଙ୍କ ସମେତ ମୃତକ ଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।ଦେଶ ର ଏହି ଭଳି ଏକ କଠିନ ସମୟରେ ସାହାଯ୍ୟ ର ହାତ ବଢ଼େଇଛନ୍ତି ଅଷ୍ଟ୍ରେଲିଆ ର ଦ୍ରୁତ ବୋଲର୍ ତଥା ଭାରତୀୟ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ର ଖେଳାଳି ପାଟ୍ କମିନ୍ସ୍। ଭାରତ ର କୋରୋନା ଲଢେଇରେ କମିନ୍ସ୍ ୫୦୦୦୦ ଡଲାର ର ଧନରାଶି ପ୍ରଦାନ କରିଛନ୍ତି। ଭାରତୀୟ ହସ୍ପିଟାଲ୍ ମାନଙ୍କ ରେ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବା ପାଇଁ ସେ ଏହି ଧନରାଶି ପି.ଏମ କେୟାର ଫଣ୍ଡ କୁ ଦାନ କରିଛନ୍ତି।
ପାଟ୍ କମିନ୍ସ୍ ଏହାକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରି ସୂଚନା ଦେଇଛନ୍ତି।ପାଟ୍ କମିନ୍ସ୍ ଙ୍କୁ ୨୦୨୦ ମସିହା ରେ ୧୫.୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ଟିମ୍ କିଣିଥିଲା।ଗତ ୨ ବର୍ଷ ହେଲା ସେ ଏହି ଟିମ୍ ପାଇଁ ଖେଳୁଛନ୍ତି। କମିନ୍ସ୍ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି କି”ଭାରତ ହେଉଛି ଏଭଳି ଏକ ଦେଶ ଯାହାକୁ ମୁଁ ବହୁତ ଭଲପାଏ, ଏଠାରେ ରହୁଥିବା ଲୋକ ବିଶ୍ଵ ର ସବୁଠୁ ନରମ ଓ ଦୟାଳୁ ହୃଦୟ ର ମଣିଷ ମାନଙ୍କ ମଧ୍ୟରୁ ଜଣେ।
ଏବେ ଏମାନଙ୍କ ଭିତରୁ ଅନେକ ଲୋକ ଅସୁବିଧା ରେ ଅଛନ୍ତି ଯାହା ଦେଖି ମୁଁ ମଧ୍ୟ ଦୁଃଖିତ” ସେ ଆହୁରି ମଧ୍ୟ ଲେଖିଛନ୍ତି ଏବେ ଦେଶ ରେ ବଢୁଥିବା ସଂକ୍ରମଣ କୁ ଦେଖି ଆଇପିଏଲ ହେବା ଠିକ୍ କି ନାହିଁ ସେଇଟା ଅନେକ ଲୋକ ଙ୍କ ପ୍ରଶ୍ନ ରହିଛି।ତେବେ ତାଙ୍କ ମତ ଅନୁଯାୟୀ ଏଭଳି କଠିନ ସମୟରେ ଆଇପିଏଲ ଲୋକ ମାନଙ୍କୁ କିଛି ସମୟର ଆନନ୍ଦ ଦେଇପାରୁଛି।ଯାହା ସରକାର ମଧ୍ୟ ଚାହୁଁଛନ୍ତି। ଆମେ ଆମର ଭଲ କାମ ଦ୍ଵାରା ଲକ୍ଷ ଲକ୍ଷ ଲୋକ ଙ୍କ ପାଖରେ ପହଞ୍ଚି ପରିବା,ଏହା ଭାବି ସେ ସରକାର ଙ୍କ ପିଏମ୍ କେୟାର ଫଣ୍ଡ କୁ ଦାନ କରିଛନ୍ତି ବୋଲି କହିଛନ୍ତି।
ଏହା ସହିତ ସେ ନିଜର ସାଥୀ ଖେଳାଳି ତଥା ଦୁନିଆ ରେ ଥିବା ସମସ୍ତ ଲୋକ ଯିଏ କି ଭାରତର ବ୍ୟବହାର ଦ୍ଵାରା ପ୍ରଭାବିତ ହୋଇଛନ୍ତି ତାଙ୍କୁ କିଛି ସାହାଯ୍ୟ କରିବା ପାଇଁ କହିଛନ୍ତି।କମିନ୍ସ୍ ବହୁ ବର୍ଷ ଧରି ଭାରତୀୟ ଆଇପିଏଲ ଟିମ୍ ରେ ଖେଳି ଆସୁଛନ୍ତି ।ଦେଶ ର ଏଭଳି କଠିନ ପରିସ୍ଥିତିରେ ତାଙ୍କର ଏହି ସାହାଯ୍ୟ ବାସ୍ତବ ରେ ସ୍ବାଗତଯୋଗ୍ୟ ଅଟେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ