Breaking News

ଭାଙ୍ଗିପଡିଲେ ଯାଜପୁର କ୍ଷେତ୍ରପାଳର ସହିଦ ଶଶାଙ୍କ ଶେଖର ସାମଲ ଙ୍କ ପରିବାର . . .

ଝୁରୁଛି ମାଟି , ମନେ ପକାଉଛନ୍ତି ପ୍ରିୟ ଜନ ଆତ୍ମୀୟ ସୋଜନ , ଯାଜପୁର କ୍ଷେତ୍ରପାଳର ସହିଦ ଶଶାଙ୍କ ଶେଖର ସାମଲ |
ବୀର ପୁଅର ବଳିଦାନ କୁ ମନେପକାଉଛନ୍ତି ସମସ୍ତେ | ଦେଶପାଇଁ ବଳିଦାନ ଦେଇଥିବା ସହିଦ ଶଶାଙ୍କ ଶେଖର ସାମଲ ଙ୍କ ଫୋଟୋ ଧରି ବାହୁନୁ ଛନ୍ତି ତାଙ୍କର ପତ୍ନୀ , ମାଆ ଓ ଭଉଣୀ | ରୋଜଗାରିଆ ପୁଅ ହଠାତ ଛାଡି ଚାଲିଯିବା ପରେ ପରିବାରରେ ଯେପରି ଘେରି ଯାଇଛି କଳା ବାଦଲ | ଦୁଇ ବର୍ଷ ର ପୁଅ କିଛି ବୁଝି ପାରୁନଥିଲେ ବି ତା ଆଖି କିନ୍ତୁ ଖୋଜୁଛି କେତେ ବେଳେ ତା ବାପା ସବୁଥର ଭଳି ଆସି ତାକୁ କୋଳ କୁ ଟେକି ନେବେ |

ସହିଦ ଶଶାଙ୍କ ଶେଖର ଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇ ଯାଇଛି ସତ | ତା ସହିତ ନୀରବ ହୋଇଯାଇଛି ଯାଜପୁର କ୍ଷେତ୍ରପାଳର ଗାଁ | ସଭିଏଁ ଝୁରୁଛନ୍ତି ବୀର ଯବାନ ଙ୍କୁ | ନଅ ବର୍ଷ ଧରି ଭାରତୀୟ ସ୍ଥଳସେନା ରେ କାର୍ଯ୍ୟ ରତ ଥିଲେ ଶଶାଙ୍କ | ଆସନ୍ତା ମାର୍ଚ ମାସରେ ଘରକୁ ଫେରିବେ କହିଥିଲେ ଏଥିପାଇଁ ଛୁଟି ବି ମଞ୍ଜୁର ହୋଇଥିଲା | କିନ୍ତୁ ବିଧିର ବିଧାନ ବଡ ବିଚିତ୍ର | ଲଦାଖରେ ଡିଉଟିରେ ଥିଲା ବେଳେ ସେ ସହିଦ ହୋଇଥିଲେ |

ଗାଁ କୁ ଆସିଲା ଶଶାଙ୍କ ଙ୍କ ପାର୍ଥିବ ଶରୀର | ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସହିଦ ପରିବାର ପ୍ରତି ସମବେଦନା ର ସୁଅ ଛୁଟିଛି | ମନ ଭିତରେ ଅନେକ କୋହ ଥିବାରୁ ଦେଶ ମାତୃକା ପାଇଁ ପ୍ରାଣ ବଳି ଦେଇଥିବାରୁ ପରିବାର ଲୋକ ମାନେ ଗର୍ବ ଅନୁଭବ କରୁଛନ୍ତି | ସରକାର ଏହି ପରିବାର କୁ ସ୍ଵତନ୍ତ୍ର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟାୟାରର ରଙ୍ଗ କଳା କାହିଁକି ଏହା ପଛରେ କାରଣ କଣ ଆପାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ …

Leave a Reply

Your email address will not be published.