Breaking News

ଭଙ୍ଗାଗଲା ମିହିର ଦାସଙ୍କ ପ୍ରତିମୂର୍ତ୍ତି କାରଣ ଜାଣିଲେ ଆପଣ କହିବେ ଛି… ଏମିତି ଲୋକ ଏମାନେ

ବନ୍ଧୁଗଣ ଓଲିଉଡ଼ ର ଲୋକପ୍ରିୟ କଳାକାର ମିହିର ଦାସଙ୍କ ପରଲୋକ ପରେ ତାଙ୍କ ସ୍ମୃତି କୁ ତାଜା କରିବା ନିମନ୍ତେ କଟକ କୁମ୍ଭାର ସାହିର ଶିଳ୍ପୀ ମାନେ ମାଟିରେ ମିହିର ଦାସଙ୍କ ଏକ ପ୍ରତିମୂର୍ତ୍ତି ଗଢ଼ିଥିଲେ ପ୍ରାୟ 7 ଫୁଟ ର ଉଚ୍ଚ ର ମୂର୍ତ୍ତି ଦେଖିଲେ ଲାଗୁଥିଲା ସତେ ଯେପରି ମିହିରଙ୍କ ଜୀବନ୍ତ ପ୍ରତିମା କଳାକାର ପ୍ରଶଂସକ ଓ ରାଜନେତା ଏହି ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହେଉଥିଲେ |

ଫିଲ୍ମ କଳାକାର ହୁଅନ୍ତୁ କିମ୍ବା ରାଜନେତା ସମସ୍ତେ ପ୍ରତିଶୃତି ଦେଇଥିଲେ କି ମିହିରଙ୍କ ସ୍ମୃତି ଉଦେଶ୍ୟ ରେ ଏହି ମୂର୍ତ୍ତି କୁ ସ୍ୱତନ୍ତ୍ର ଉପାୟ ଏ ସାଇତି ରଖାଯିବ | ମାତ୍ର ପରେ ସମସ୍ତେ ଭୁଲିଗଲେ କେହି ଆଉ ମୂର୍ତ୍ତି ନେବାକୁ ଆସିନଥିଲେ ପ୍ରଶାସନ ଚାହିଁଥିଲେ ଏହି ମୂର୍ତ୍ତି କୁ ହୁଏ ତ ସାଇତି ରଖିପାରିଥାନ୍ତା ତଥା କଳାକାର ମାନେ ଚାହିଁଥିଲେ ଏହାକୁ କେଉଁଠି ସ୍ଥାନିତ କରିପାରି ଥାନ୍ତେ |

କିନ୍ତୁ କେହି ଏହାକୁ ନେଲେ ନାହିଁ ଅପେକ୍ଷାକରି କରି ଶେଷରେ ହତାଶ ଶିଳ୍ପୀମାନେ ନିଜେ ଗଢ଼ିଥିବା ମୂର୍ତି କୁ ନିଜ ହାତରେ ମାଟିରେ ମିଶାଇ ଦେଲେ ମାତ୍ର ଆନ୍ତରିକତାର ଅଭାବ କାରଣରୁ ମାଟିର ମଣିଷ ପୁଣିଥରେ ମାଟିରେ ମିଶିଗଲେ |

ଗତ ଜାନୁଆରୀ ରେ ମିହିର ଦାସଙ୍କ ଦେହାନ୍ତ ହୋଇଥିଲା ଫେବୃଆରୀ ରେ ମିହିର ଦାସଙ୍କ ଜୟନ୍ତୀ ଉପଲକ୍ଷେ କୁମ୍ଭାର ସାହିର ଶିଳ୍ପୀ ମାନେ ଏକ ନିଆରା ଢ଼ଙ୍ଗରେ ତାଙ୍କୁ ସନମାନ ଜଣାଇଥିଲେ ସମୁଦାୟ 15 ଜଣ କାରିଗର ଙ୍କୁ ନେଇ ନିର୍ମିତ ହୋଇଥିଲା ସ୍ବର୍ଗତ ମିହିର ଦାସଙ୍କ 7 ଫୁଟ ର ପ୍ରତିମୂର୍ତ୍ତି ଏତେ ବଡ଼ ମୂର୍ତ୍ତି ରଖିବାକୁ ଜାଗାର ଅଭାବ କାରଣରୁ ଶିଳ୍ପୀମାନେ ମାଟିର ମିହିର କୁ ପୁଣିଥରେ ମାଟିରେ ମିସାଇବାକୁ ବାଧ୍ୟ ହୋଇଥିଲେ

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.