Breaking News

ଅଲୌକିକ ! ଏଠି ଭଗବାନ ଙ୍କ ବେଶରେ ଦୁଃଖ ବୁଝୁଛି ନାଗଶାପ ଭକ୍ତି ରେ ଗୋଟିଏ ଶେୟାର ଅବଶ୍ୟ କରନ୍ତୁ

ସାପ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ ଭୟ କରୁଥିବେ । ଆଉ କେହି କେହି ଏହାକୁ ଦେଖି ଭୟରେ ବେହୋସ୍ ମଧ୍ୟ ହୋଇ ଯାଇଥାନ୍ତି । ତେବେ ଆମ ପୃଥିବୀରେ ବିଭିନ୍ନ ପ୍ରଜାତି ତଥା ବିଭିନ୍ନ ପ୍ରକାରର ବିଷଧର ସାପ ଦେଖିବାକୁ ମିଳିଥାଏ । ଆଉ ବିଶେଷ ଭାବରେ ଦେଖିବାକୁ ଅଧିକ ବିଷଧର ସାପ ମାନେ ଗାଁ ଗଣ୍ଡାରେ ହିଁ ଦେଖିବାକୁ ମିଳିଥାନ୍ତି ଏବଂ ବହୁ ସମୟରେ ସେମାନେ ଲୋକଙ୍କ ଘରେ ମଧ୍ୟ ପଶି ଯାଇଥାନ୍ତି । ଆଉ ଲୋକମାନଙ୍କୁ ଭୟଭୀତ କରିଥାନ୍ତି ଏବଂ ବହୁ ସମୟରେ ସେମାନେ ଲୋକଙ୍କୁ ଚୋଟ ମଧ୍ୟ ମାରି ଦେଇଥାନ୍ତି , ଏଥି ପାଇଂ କାହାର ଜୀବନ ମଧ୍ୟ ଚାଲି ଯାଇଥାଏ ।

ଯେପରିକି ଆପଣ ମାନେ ଜାଣିଥିବେ ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ ଏବଂ ଏଠି ମଧ୍ୟରେ ଥିବା ରାଜ୍ୟ ଓଡିଶା । ପ୍ରତ୍ୟେକ ଲୋକ ଭଗବାନଙ୍କୁ ପୂଜା, ଭକ୍ତି କରିଥାନ୍ତି । କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ ଏବଂ ଯାହାକୁ ଭଗବାନଙ୍କ ଲୀଳା ମଧ୍ୟ ମାନୀ ନିଆ ଯାଇଥାଏ।


ହିନ୍ଦୁଧର୍ମରେ ଅନେକ ଦେବାଦେବୀମାନେ ବିଭିନ୍ନ ଜାଗାରେ ଭିନ୍ନଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାନ୍ତି । ଏମିତି କିଛି ମନ୍ଦିର ରହିଛି ଯାହା ପୁରାତନ କାଳରୁ ପୂଜା କରାଯାଉଛି ଏବଂ ତାଙ୍କ ବାହାନମାନେ ମଧ୍ୟ ପୂଜା ପାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଯାଜପୁରର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ ।


ଯାଜପୁରରେ ରହିଛି ଏକ ପୂରାତନ ମାଁ ପାର୍ବତୀଙ୍କର ମନ୍ଦିର ଯିଏକି ସ୍ଥାନୀୟ ଅଞ୍ଚଳରେ ଦଣ୍ଡନାୟିକା ଦେବୀ ନାମରେ ପରିଚାଳିତ । ଆଶ୍ଚର୍ଯ୍ୟର କଥା ହେଉଛି ସେହି ମନ୍ଦିରେ ଏକ ବିଷଧର ନାଗସାପ ଦୀର୍ଘ 17ବର୍ଷ ଧରି ରହୁଛି । ତାଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେହି ସାପ କେବଳ ମନ୍ଦିରରେ ଦେବୀମାଁଙ୍କ ପାଖରେ ନୁହେଁ ବରଂ ସେଠାକୁ ଆସୁଥିବା ସବୁ ଭକ୍ତମାନଙ୍କୁ ଦର୍ଶନ ଦେଇଥାଏ ଏବଂ କାହାକୁ ଫଣା ମଧ୍ୟ ଦେଖାଏ ନାହିଁ ।


ତେବେ ସେଠାରେ ରହୁଥିବା ସେବକ ପୂଜାରୀମାନେ ତାହାକୁ ଏକ ସାଧାରଣ ସାପ ନଭାବି ସାକ୍ଷାତଦେବୀ ମାଁ ବୋଲି ଗ୍ରହଣ କରିନେଇଛନ୍ତି । ମନ୍ଦିରର ପୂଜକ କହିଛନ୍ତି ଦୀର୍ଘ ୧୭ବର୍ଷ ଧରି ସାପଟି ମନ୍ଦିରରେ ରହିଆସିଛି ଏବଂ ସେ କେବେ କାହାର କ୍ଷୟକ୍ଷତି ମଧ୍ୟ କରିନଥାଏ ଏବଂ ମାଁଙ୍କ ପ୍ରସାଦ ଖାଇ ପେଟ ପୂରାଇଥାଏ । ତାହାକୁ ସମସ୍ତେ ସ୍ନେହରେ ଶମ୍ଭୁ ବୋଲି ଡାକନ୍ତି ।


ମନ୍ଦିର ପରିଚାଳକ ପଙ୍କଜୀନି ମହାନ୍ତି କହିଛନ୍ତି, ମନ୍ଦିର ପ୍ରାରମ୍ଭରୁ ସେଠାରେ କୌଣସି ସାପ ନଥିଲା ମାତ୍ର ଆଜକୁ ପ୍ରାୟ୧୭ବର୍ଷ ତଳେ ଏକ ପୂର୍ଣ୍ଣିମାରେ ଦେବୀମାଁଙ୍କର ପୂଜାର୍ଚ୍ଚନା ହେଉଥିବା ସମୟରେ ମନ୍ଦିରବେଡାରେ ଦେଖା ଦେଇଥିଲା ଏହି ବିଷଧର ନାଗସାପ । ଆଉ ସେହିଦିନ ଠାରୁ ଏପର୍ଯ୍ୟନ୍ତ ସେ ମନ୍ଦିର ଛାଡି କୁଆଡେବି ଯାଏନି ଏବଂ ଭକ୍ତ,ପୂଜାରି ଏବଂ ସାଧାରଣ ଲୋକ ହୁଅନ୍ତୁ କାହାର କିଛି ବି କ୍ଷୟକ୍ଷତି କରେନାହିଁ । ତେଣୁ ସମସ୍ତେ ସାପଟିକୁ ଦେବୀମାଁଙ୍କର ସ୍ବୟଂ ରୂପ ବୋଲି ଗ୍ରହଣ କରନ୍ତି ।

 

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *