Breaking News

ବର୍ଷା – ଅନୁଭବ ବିବାଦରେ ଫୁଣି ଏକ ନୂଆ ଘଟଣା, ଭାଇରାଲ ଭିଡିଓ ପ୍ରସଙ୍ଗରେ ବର୍ଷା ଥାନାରେ ଏତଲା ଦେଲେ

ଦିନକୁ ଦିନ ଅନୁଭବ ଓ ବର୍ଷା ବିବାଦ ବଢିବାରେ ଲାଗିଛି । ଦୁଇ ଦିନ ତଳେ ଅନୁଭବ ଓ ବର୍ଷା ଯୁକ୍ତି ତର୍କ ଲାଗୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭାଇରାଲ ଭିଡିଓ କୁ ପ୍ରସଙ୍ଗ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ପୁରୀ ଘାଟ ସ୍ଥାନରେ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଅଭିଯୋଗ ଅନୁଯାଇ ଏହି ଭିଡିଓ ଦ୍ଵାରା ତାଙ୍କ ସମ୍ମାନ ହାନି ହୋଇଛି । ତେଣୁ ସେ ବିଳମ୍ବିତ ରାତିରେ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

 

ସେହି ଭିଡିଓ ଟିରେ ଅନୁଭବ ବର୍ଷା ଯୁକ୍ତି ତର୍କ ଲାଗୁଥିଲେ । ଅନୁଭବ ବର୍ଷାଙ୍କୁ କହୁଥିଲେ ମୋ ଉପରେ ବାପା ମାଙ୍କ ଆର୍ଶୀବାଦ ଅଛି ମୋତେ ଲକ୍ଷେ ବର୍ଷା ଆସିଲେ ବି ହରାଇ ପାରିବେ ନାହଁ । ସେହି ଭିଡିଓରେ ଅନୁଭବ ରୁମ ଭିତରକୁ ଯିବା ବର୍ଷାଙ୍କୁ ଅନୁମତି ମାଗୁଥିଲେ କିନ୍ତୁ ବର୍ଷାଙ୍କ କହିବା ଏତେ ଲୋକ ସହ କଣ ଘର ଭିତରକୁ ଆସୁଛ ।

ଏହା ପରେ ଅନୁଭବ କହିଥିଲେ ତୁମେ ପୋଲିସ ସହ ରହୁଛ, ବର୍ଷା ଫୁଣି କହିଥିଲେ ମାମଲା କୋର୍ଟରେ ଚାଲିଛି ତେଣୁ ସେ ପୋଲିସକୁ ଧରି ନିଜ ସୁରକ୍ଷା ପାଇଁ ଅଛନ୍ତି । ମାମଲା କୋର୍ଟ ରେ ଥିବାରୁ ତେଣୁ ବର୍ଷା ଅନୁବଭବଙ୍କୁ ରୁମ ଭିତରକୁ ଯିବା ପାଇଁ ବାରଣ କରିଥିଲେ ।

 

ଏହି ଭିଡିଓରେ ପରସ୍ପର ପରସ୍ପର ର ଚରିତ୍ର ଉପରେ ଦୋଷାରୋପ କରିବାରେ ଲାଗିଥିଲେ । ବର୍ଷା ଅନୁଭବଙ୍କୁ କହିଥିଲେ ତୁମର ଏକ୍ସଟ୍ରା ମାରିଟାଲ ଆଫେୟାର ରହିଛି ଏହା ପରେ ଅନୁଭବ ବର୍ଷାଙ୍କୁ କହିଥିଲେ ତେମୁ ବାହାରେ ଗହଣା ବେପାର କରୁଛ । ଏମିତି ପରସ୍ପର ଯୁକ୍ତି ତର୍କ ଲାଗିଥିଲେ । ଏହି ଭିଡିଓ ଟି ବେଶ ଚର୍ଚାରେ ଥିଲା ।

ବର୍ଷାଙ୍କ ଅଭିଯୋଗ ରହିଛି କି ଭିଡିଓ ଟି ତାଙ୍କ ମାନ ସମ୍ମାନ ବଦନାମ କରିବା ପାଇଁ କରାଯାଇଛି । ସେ ଦାବି କରିଛନ୍ତି ଯେ ଏହି ଭିଡିଓ ଟି କିଏ ଓ କାହିଁକି ସୁଟ କରିଥିଲେ ଓ ଭିଡିଓ ଭାଇରାଲ କରିବା ପଛରେ ଏହାର ଉଦେଶ୍ୟ କଣ ରହିଛି ବୋଲି ଏହାର ତଦନ୍ତ ହେଉ । ଅଭିଯୋଗରେ ବର୍ଷା କହିଛନ୍ତି ସେ ରୁମ ଭିତରକୁ ପ୍ରବେଶ କରିବାରେ ବାରଣ କରିବା ଯାହା ଭିଡିଓରେ ଦେଖା ଯାଉଛି ତାହା ଠିକ ନୁହେଁ ।

 

ଏହା ସହିତ ବର୍ଷା ତାଙ୍କ ଅଭିଯୋଗରେ ଏହା ବି ଉଲ୍ଲେଖ କରିଛନ୍ତି ସେ କେଉଁ ପରିସ୍ଥିତରେ ଅନୁଭବଙ୍କୁ ରୁମ ଭିତରକୁ ଯିବା ପାଇଁ ମନା କରିଥିଲେ । ପୋଲିସ ବର୍ଷାଙ୍କର କେସ କୁ ରେଜିଷ୍ଟର କରିଛି । ତେବେ ଦେଖା ଯାଉ ପୋଲିସ ତଦନ୍ତରେ ଏହା କଣ ଖୁଲାସା ହେଉଛି ।

 

ଆପଣ ମାନେ ଜାଣିଥିବେ ଓଡିଶାର ଏହି ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅନେକ ଦିନ ହେଲା ବିବାଦ ଲାଗି ରହଛି । ସେମାନଙ୍କର ମାମଲା ଏବେ କୋର୍ଟରେ ବିଚାର ଧୀନ ଅବସ୍ଥା ରେ ରହିଛି । ଅନୁଭବଙ୍କ ଦିଲ୍ଲୀର ଜଣେ ସମ୍ବାଦିକାଙ୍କ ସହିତ ସମ୍ପର୍କ ଥିବାର ଚର୍ଚା ହେଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଶା ସିନେମା ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି (Aparajita Mohanty) ଙ୍କର ଜୀବନ କାହାଣୀ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ଜବରଦସ୍ତ ଅଭିନୟ ପାଇଁ …

Leave a Reply

Your email address will not be published. Required fields are marked *