ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାର ବିଜୟ ମହାନ୍ତି ବର୍ତ୍ତମାନ ସମୟରେ ଆମ ଗହଣରେ ନାହାଁନ୍ତି କିନ୍ତୁ ସେ ଆମ ହୃଦୟରେ ଚିର ଦିନ ପାଇଁ ଅମର ରହିବେ ଜୀବିତ ରହିବେ। ଆଜି ଆସନ୍ତୁ ଆମେ ସେହି ମହାନ୍ କଳାକାର ବିଜୟ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା ଜାଣିବା। ସେ କେମିତି ସଫଳତା ପାଇଥିଲେ, ତାଙ୍କର କରିବାର ତାଙ୍କର ପୁଅ ଝିଅ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଫିଲ୍ମ ଜୀବନୀ ର ସଂଘର୍ଷ ବିଷୟରେ ଜାଣିବା |
ବନ୍ଧୁଗଣ ୧୯୫୦ ମସିହା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୟ ମହାନ୍ତିଙ୍କ ଜନ୍ମ ଗ୍ରହଣ କରିଥିଲେ ଆଉ ସେ ଛୋଟ ବେଳରୁ ହିଁ ନାଟକ ଅପେରା, ଷ୍ଟେଜ୍ ସୋରେ ଭାଗ ନେଇ ଆସୁଥିଲେ। ସେ ବିଏ ଗ୍ରାଯୁଏସନ୍ କରି ସାରିବା ପରେ ପ୍ରଫେଶ୍ନାଲ ସ୍କୁଲ୍ ଅଫ୍ ଡ୍ରାମାରେ ଯୋଗଦାନ କରିଥିଲେ ଅଭିନୟ ଶିଖି ନିଜର ଅଭିନୟ କ୍ୟାରୀୟର ଗଢ଼ିବା ପାଇଁ। ସେ କେବଳ ଓଡ଼ିଶାରେ ନୁହେଁ ଏପରିକି ଦିଲ୍ଲୀରେ ମଧ୍ୟ ନାଟକ, ଅପେରାରେ ଭାଗ ନେଇଥିଲେ ଓ ତାପରେ ଦିଲ୍ଲୀରୁ ଫେରି ୧୯୭୫ ମସିହାରେ ସେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଥାପିଥିଲେ |
୧୯୭୭ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍ ହୋଇଥିଲା ଯାହାର ନାମ ଥିଲା ଚିଲିକା ଗିରି। ତାଙ୍କର ଏହି ଫିଲ୍ମଟି ଏତେ ମାତ୍ରାରେ ସୁପରହିଟ ହୋଇଥିଲା ଯେ ନେଶ୍ନାଲ୍ ଫିଲ୍ମ ଆୱାର୍ଡ଼ ମଧ୍ୟ ତାକୁ ମିଳିଥିଲା ଆପଣମାନେ ତ ଜାଣିଥିବେ ପ୍ରଥମେ ପ୍ରଥମେ ତାଙ୍କୁ ଫିଲ୍ମରେ ତାଙ୍କୁ ଖଳନାୟକ ଭାବରେ ନିଆ ଯାଇଥିଲା। ଧୀରେ ଧୀରେ ସେ ଗୋଟେ ପରେ ଗୋଟେ ଓଡ଼ିଆ ଫିଲ୍ମ କରି ଚାଲିଲେ।
ତାପରେ ତାଙ୍କୁ ହିରୋ ରୋଲ୍ ଏପରିକି ବାପା ରୋଲ୍ ଏବଂ ଅଜା ରୋଲ୍ ମଧ୍ୟ ମିଳିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେ ପାଖାପାଖି ୨୫୦ ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି ତାଙ୍କ ଜୀବନକାଳ ମଧ୍ୟରେ ଆଉ ସେ ୩୦ ବର୍ଷ ଧରି ଓଡ଼ିଆ ଫିଲ୍ମ ଜଗତରେ ରାଜ୍ କରିଥିଲେ। ତାପରେ ସେ ଓଡ଼ିଆ ଫିଲ୍ମ କରିବା ଛାଡି ରାଜନୀତିରେ ପାଦ ରଖିଥିଲେ। ଏଠାରେ ଆପଣମାନେ ଦେଖି ପାରୁଥିବା ଇଏ ହେଉଛନ୍ତି ବିଜୟ ମହାନ୍ତିଙ୍କ ସ୍ତ୍ରୀ ତନ୍ଦ୍ରା ରାୟ ଆଉ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ।
ଆପଣମାନେ ନିଶ୍ଚିତ ତାଙ୍କୁ ବୋହୁତ ସାରା ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ ଏବଂ ତାଙ୍କର ଏକ ଝିଅ ସନ୍ତାନ ମଧ୍ୟ ଅଛି ଯିଏକି ହାଇଦ୍ରାବାଦରେ ତାଙ୍କ ସ୍ଵାମୀଙ୍କ ସହ ଜୀବନ କାଟୁଛନ୍ତି ଏବଂ ବୋହୁତ ଦିନ ଧରି ସେ ଏପର୍ଯ୍ୟନ୍ତ ଓଡ଼ିଶାକୁ ଫେରି ନାହାଁନ୍ତି। ତାଙ୍କ ଝିଅଙ୍କ ନାମ ହେଉଛି ଜାସ୍ମିମ୍ ମହାନ୍ତି। ବିଜୟ ମହାନ୍ତିଙ୍କର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବୋହୁତ ବଡ଼ ସୁନ୍ଦର ଘର ଅଛି, ଏହା ସହିତ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଯେଉଁଠାରେ ବାସ କରୁଥିଲେ ତଥା ଭୁବନେଶ୍ୱରରେ ମଧ୍ୟ ତାଙ୍କର ଏକ ବୋହୁତ ବଡ଼ ଘର ଅଛି। ସେ ଚାଲିଯିବା ପୂର୍ବରୁ ସେ ପାଖାପାଖି ୩ଟି ଦାମୀ କାର୍ ମଧ୍ୟ କିଣିଥିଲେ ଆଉ ସେ ଗୋଟିଏ ଫିଲ୍ମ କରିବା ପାଇଁ ସେ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି। ଜଣାଯାଏ ଯେ ତାଙ୍କର ମୋଟ ସମ୍ପତ୍ତି ପାଖାପାଖି ୩ ରୁ ୪ କୋଟି ହେବ।
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …