Breaking News

ଶିକୁଳୀ ରେ ବନ୍ଧା ପଡିଛି ଜୀବନ || ବାପା ଗୋଡରେ ବେଡି ବାନ୍ଧୁଛି କୁନି ଝିଅ

ତେବେ ବାପା ପାଗଳ ହେବା ପର ଠାରୁ ଘରେ ଭଲସେ ଖାଇବାପିଇବାକୁ ମିଳୁ ନାହିଁ | ଏମିତିକି ଦୁଇ ଦିନ ହେଲା ଘରେ ଚୁଲି ମଧ୍ୟ ଜଳି ନାହିଁ | ସ୍ତ୍ରୀ କୁହନ୍ତି ସ୍ଵାମୀ ଙ୍କ ଦୀର୍ଘ ଦିନ ହେବ ମୁଣ୍ଡ ଖରାପ ହେବାରୁ ତାଙ୍କୁ ଏମିତି ବାନ୍ଧି କି ରଖିଛୁ | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଇଶା ସାହିରେ ନାଁ ତାଙ୍କର ଖଗେନ ନାୟକ | ସେ ଦିନ ମଜୁରିଆ ଭାବରେ କାମ କରୁଥିଲେ | ହେଲେ କିଛି ବର୍ଷ ଧରି ମୁଣ୍ଡ ଖରାପ ହେବାରୁ ସେ ଘରେ ପଡିରହିଛନ୍ତି | ଘର ପିଣ୍ଡାରେ ଥିବା ଖୁଣ୍ଟି କୁ ତବଲା କରି ନାନା ବାୟା ଗୀତା ମଧ୍ୟ ବଜାଉଛନ୍ତି |

ସେହି ବାଟ ଦେଇ ଯାଉଥିବା ଲୋକଙ୍କ ସହ ନାନା କଥା ମଧ୍ୟ ହେଉଛନ୍ତି | ତେବେ ଏପଡେ ଶିକୁଳି ରେ ବନ୍ଧା ଥିବାରୁ କାମ ନକରି ପାରିବାରୁ ଯାହା ସ୍ଥିତି ଥିଲା ତାହା ବିଗିଡିବାରେ ମଧ୍ୟ ଲାଗୁଛି | ସ୍ତ୍ରୀ କୁନିଲତା ନାୟକ ମଧ୍ୟ ପର ଘରେ ମୂଲ ଲାଗିବା ସମ୍ଭବ କର ହେଉନାହିଁ | କାରଣ ଘରେ ସ୍ଵାମୀ ବନ୍ଧା ହୋଇରହିଛନ୍ତି | ବଡ ଝିଅ ମାତ୍ର ୮ ବର୍ଷ ର ଏବଂ ସନ ଝିଅ ମାତ୍ର ଦେଢ ବର୍ଷ ର | ତେବେ ପର ଘରେ କାମ କରିବା ସମ୍ଭବ କର ନୁହେଁ | ତେବେ କୁନି ଙ୍କ ଦୁଖ କହିଲେ ନାସାରେ ତେବେ ସ୍ଵାମୀ ଙ୍କ ଚିକିସ୍ଛା କିପରି ହେବ ତାହା କହିଲେ ନସରେ |

ପାଗଳ ସ୍ଵାମୀ ଏବଂ ଦୁଇ ଝିଅ ଙ୍କୁ ନେଇ ଭଙ୍ଗା ଘରେ ବିଟୁଛି କୁନି ଙ୍କ ପରିବାର | ସରକାରୀ ଘର ପାଇଁ ଆବେଦନ କଲେ ମଧ୍ୟ ଏ ପର୍ଯ୍ୟନ୍ତ | ଘର ଟିଏ ମିଳି ନାହିଁ | ରାସନ କାର୍ଡ ରେ ଯାହା ପାଞ୍ଚ କିଲୋ ଚାଉଳ ମିଳୁଛି | ଖଗେନ ଙ୍କ ମାନସିକ ବିକୃତ ସାର୍ଟିଫିକେଟ ଥିଲେ ମଧ୍ୟ ତାଙ୍କୁ ଭତା ମିଳୁନାହିଁ | ତେବେ ସେ ପର ଘରେ ମୂଲ ଲାଗିବା ଦ୍ଵାରା ଚାରି ପ୍ରାଣୀ ଙ୍କ ପେଟପୁରେ | ଏଥିରେ ସ୍ବାମୀଙ୍କ ଚିକିସ୍ଛା କିପରି କରିବେ | ପାଖପଡୋଶୀ ପାରୁ ପର୍ଯ୍ୟନ୍ତ ସାହାର୍ଯ୍ୟ କରୁଛନ୍ତି ଏବଂ ତାହା ସମୁଦ୍ର କୁ ଶଙ୍ଖେ ହେଲା ଭଳି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *