Breaking News

ଏବେ ବ୍ଯାଙ୍କ ଆକ୍କାଉଣ୍ଟ ରୁ ଟଙ୍କା ଚୋରି ହେଲେ ଦାୟୀ ରହିବ ବ୍ଯାଙ୍କ . . .

ବନ୍ଧୁଗଣ, ବର୍ତ୍ତମାନ ଇନ୍ଟରନେଟ ବ୍ୟାଙ୍କିଂ କି ମୋବାଇଲ ବ୍ୟାଙ୍କିଂ ବ୍ୟବହାର କରିବା ବେଳେ ଆମକୁ ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ବିଶେଷତଃ ବର୍ତମାନ କରୋନା ପରିସ୍ଥିତି ରେ ବହୁତ ସାଇବର ଠକେଇ ମାନେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷାଧିକ ଟଙ୍କା କିଛି କ୍ଷଣ ମଧ୍ୟ ରେ ଆକାଉଣ୍ଟ ରୁ ନେଇଯାଉଛନ୍ତି | କିନ୍ତୁ ଏବେ ଆକାଣ୍ଟରରୁ ଟଙ୍କା ଚୋରି ହେଲେ ଗ୍ରାହକଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଥିପାଇଁ ସିଧାସଳଖ ବ୍ୟାଙ୍କ ହିଁ ଦାୟୀ ରହିବ। ଅନ୍‌ଲାଇନ୍‌ ଫ୍ରଡ୍‌ରେ ହୋଇଥିବା କ୍ଷତି ପାଇଁ ବ୍ୟାଙ୍କଙ୍କୁ ଟଙ୍କା ଭରିବାକୁ ପଡ଼ିବ।


ଜାତୀୟ ଖାଉଟି ଆୟୋଗ ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି। କ୍ରେଡିଟ୍‌ କାର୍ଡ ହ୍ୟାକିଂ ଯୋଗୁ ହୋଇଥିବା ଏକ କ୍ଷତି ମାମଲାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଖାଉଟି ଆୟୋଗ। ଜଣେ ଏନ୍‌ଆରଆଇ ମହିଳାଙ୍କ ସହ ହୋଇଥିବା ଫ୍ରଡ୍‌ରେ ବ୍ୟାଙ୍କଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଉକ୍ତ ପୀଡ଼ିତା ମହିଳାଙ୍କର ଠକେଇ ହୋଇଥିବା ୬୧୧୦ ଆମେରିକା ଡଲାରର ୧୨ ପ୍ରତିଶତ ସୁଧ ହିସାବରେ ଫେରାନ୍ତୁ।


ମାତ୍ର ଆରବିଆଇ ଏକ ରିପୋର୍ଟରେ କହିଥିଲା ଯେ ଏଭଳି ମାମଲାରେ ଗ୍ରାହକ କୌଣସି ପ୍ରକାରର କ୍ଷତିର ଚିନ୍ତା କରିବା ଆବଶ୍ୟକତା ନାହିଁ। ଏହି ମାମଲାରେ ବ୍ୟାଙ୍କ କିମ୍ବା ଗ୍ରାହକ କାହାର ବି ଭୁଲ ନାହିଁ। କିନ୍ତୁ ସିଷ୍ଟମ୍‌ରେ ସମସ୍ୟା ରହିଛି। ଏଣୁ ଅନଧିକୃତ ନେଣଦେଶର ସୂଚନା ପାଇବାର ତିନି ଦିନ ଭିତରେ ଗ୍ରାହକ ଅଭିଯୋଗ କରିଲେ ତାଙ୍କୁ ଆଉ କ୍ଷତି ସହିବାକୁ ପଡ଼ିବ ନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *