ଆଜିଠୁ ଲକଡାଉନ୍ । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ । କରୋନାର ଦ୍ରୁତ ସଂକ୍ରମଣରେ ବ୍ରେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଚେକିଂକୁ କଡାକଡି କରାଯାଇଛି। ଲୋକମାନେ ଚାଲି ଚାଲି ଯାଇ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି। ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ ଲକ୍ଡାଉନ୍ କଟକଣା ।
ତେବେ ଲକ୍ଡାଉନ୍ର ପ୍ରଭାବ ଏବେ ସାରା ରାଜ୍ୟ ରେ ଦେଖିବାକୁ ମିଳିଛି ।ଗତ କାଲି ଏବଂ ତା ପୂର୍ବ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ହାଟ ବଜାର ମାନଙ୍କରେ ଯେଉଁଭଳି ଭିଡ଼ ପରିଲକ୍ଷିତ ହେଉଥିଲା।ତାହା ଆଜି ଯଥେଷ୍ଟ ପରିମାଣ ରେ ହ୍ରାସ ପାଇଛି।କିନ୍ତୁ ଗତ କାଲି ର ଭିଡ଼ ର ଫାଇଦା ଉଠାଇଛନ୍ତି ଅନେକ ଅସାଧୁ ବ୍ୟବସାୟୀ।ପରିବା ଆଦି ଜିନିଷକୁ ଆବଶ୍ୟକ ଠାରୁ ଚଢା ଦର ରେ ବିକ୍ରି କରିଛନ୍ତି।ଆଳୁ ର ଦାମ୍ ୪-୫ ଦିନ ତଳେ ଯେଉଁଠି ୩ କିଲୋ ପ୍ରତି ୪୦ ଟଙ୍କା ରହିଥିଲା ଏବେ ତାହା କିଲୋ ପ୍ରତି ୩୦ ଟଙ୍କା ରେ ବିକ୍ରି କରାଯାଉଛି।
ତେବେ ଲୋକ ମାନେ ଆଗକୁ ପରିବା ମିଳିବ ନମିଳିବା ର ଦ୍ଵନ୍ଦ ରେ ଅଧିକ ପରିମାଣରେ ଆଳୁ ନେଇ ଘରେ ମହଜୁଦ ରଖିବା ଦ୍ଵାରା ବଜାର ରେ ଏଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି।ବଜାର ରେ ପ୍ରାୟତଃ ଆଳୁ ର ଘୋର ଅଭାବ ପରିଲକ୍ଷିତ ହେଉଛି।ଯେଉଁଠି ବି ଯେଉଁ ବ୍ୟବସାୟୀ ଏହାକୁ ଆଗରୁ ରଖିଛନ୍ତି ସେମାନେ ଏହାକୁ ଚଢା ଦର ରେ ବିକ୍ରି କରୁଛନ୍ତି।ଯାହା ଫଳରେ ସାଧାରଣ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉ କି,ଗତ ରବିବାର ଦିନ ରାଜ୍ୟ ସରକାର କରୋନା ଚେନ କୁ ଭାଙ୍ଗିବା ପାଇଁ ମେ ୫ ତାରିଖ ରୁ ମେଁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୯ ଦିନ ଧରି ରାଜ୍ୟ ରେ ଲକ୍ ଡାଉନ୍ ଘୋଷଣା କରିଥିଲେ।
କିନ୍ତୁ ଦିନ ୧୨ ଟା ପର୍ଯ୍ୟନ୍ତ ଏହାକୁ କୋହଳ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ଦିନ ୧୨ ପର୍ଯ୍ଯନ୍ତ ଲୋକ ଘର ର ୫୦୦ ମିଟର ଭିତରେ ଚାଲିକରି ଯାଇ ପରିବା ଆଣିପାରିବେ ବୋଲି କୁହାଯାଇଥିଲା।ଏହା ପରେ ମଧ୍ୟ ଅଧିକାଂଶ ଲୋକ ଆଗକୁ ସ୍ଥିତି କଣ ରହିବ ଏହା ଭୟରେ ବଜାରରୁ ପରିବା ବୋହି ନେଇଥିଲେ।ଯାହା ଫଳରେ ଏବେ କଳାବଜାରୀ ଦେଖାଦେଉଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ