Breaking News

ବାହା ବେଦୀରେ ବରର କରୋନା ରିପୋର୍ଟ ଆସିଲା ପଜିଟିଭ୍ ! ତାପରେ ଏମିତି କିଛି ହେଲା …

ଦେଶରେ କୋରନା ସଂକ୍ରମଣ ଦ୍ରୁତ ଗତି ରେ ବଢ଼ିବାରେ ଲାଗିଛି। ଆହୁରି ବି ଏହି ଲକଡାଉନ ରେ କେତକ ଙ୍କର ବାହାଘର ବି ହେଇଯାଉଛି। ସରକାର ଙ୍କ ଘୋଷଣା ଅନୁସାରେ ଆଗରୁ ଗୋଟିଏ ବାହାଘରରେ ୫୦ ଜଣ ଲୋକଙ୍କୁ ଆସିବା ଅନୁମତି କରାଯାଇଥିଲା କିନ୍ତୁ ଏବେ ଏଥିରେ କିଛି ପରିଵର୍ତନ କରାଯାଇ ୨୫ ଜଣ ଯିବାହିଁ ଅନୁମତି ରହିଛି। ତଥାପି ବି ଲୋକ କୋରନା ନିୟମ ନ ମାନି ୧୦୦ କି ୨୦୦ ଉପରେ ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି। ଏହି ସବୁ ଭିତରେ ଏକ ନୂଆ ଘଟଣା ସାମ୍ନାକୁ ଆସିଚି। ଘଟଣାଟି ହେଉଛି ବାହାଘର ବେଦୀ ଉପରେ ଆସିଛି ବରର କୋରନା ରିପୋର୍ଟ ଆଉ ରିପୋର୍ଟରେ ବାହାରିଚି କୋଭିଡ ପଜେଟିଭ।

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ପାଟଦେଇପୁର ଥାନା ଦସେଇପୁର ଗ୍ରାମ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଖବର ସୂତ୍ରରୁ ଜଣାପଡ଼ିଛି ବାହାଘର ଠିକ ହେବା କିଛିଦିନ ପୂର୍ବରୁ ବର ଦେହ କିଛି ଅସୁସ୍ତ ହୋଇଥିଲା। ସେଥିପାଇଁ ସେ କୋରନା ଟେଷ୍ଟ ବି କରାଇଥିଲା। ମାତ୍ର ରିପୋର୍ଟ ଆସିବାକୁ ଅପେକ୍ଷା ନକରି ବରପକ୍ଷ ଅମାନିଆ ହେଇ ବାହାଘର କରିବାର ନିଷ୍ପତି ନେଇଥିଲେ। ଏହିସବୁ ବିଷୟରେ କନ୍ୟାପକ୍ଷ କୁ ବି କିଛି ଜଣାଇନଥିଲେ। ସବୁକିଛି ଯେମିତି ହେବା କଥା ହେଲା ନିୟମ ଅନୁସାରେ କିଛି ଜଣ ବରଯାତ୍ରୀ ଧରି ବର ପହଁଚିଲା କନ୍ୟା ଘରେ ବାହାଘର ବି ରୀତିନୀତି ରେ ଚାଲିଲା।

ଠିକ ସେତିକିବେଳେ ସେମନେ ଶୁଣିବାକୁ ପାଇଲେ ପୁଅର କୋରନା ରିପୋର୍ଟ ଆସିଛି ଆଉ ସେଥିରେ ବାହାରିଛି କୋଭିଡ ପଜେଟିଭ। ଏ ନେଇ ଖବର ପାଇବା ପରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଗାଁରେ ପହଞ୍ଚି ବାହାଘର ବନ୍ଦ କରିଥିବା ସୂଚନା ମିଳିଛି । ବରକୁ ବେଦୀରୁ ଉଠାଇ ନେଇ ଏକ ଘରେ ଆଇସଲେସନରେ ରଖାଯାଇଛି । କନ୍ୟା ଜଣଙ୍କ ନିକଟସ୍ଥ ଗାଁର ହୋଇଥିବାରୁ ତାଙ୍କୁ ମଧ୍ୟ ଗାଁର ଏକ ଘରେ ଆଇସୋଲେସନରେ ରଖାଯାଇଛି ।

ବାହାଘର ପାଇଁ ହୋଇଥିବା ଭୋଜି ଭାତକୁ ଗାଁରେ ଅଲଗା ରଖାଯାଇଛି । ବାହାଘର ବେଳେ ବରର କରୋନା ରିପୋର୍ଟ ପଜିଟିଭ୍ ଶୁଣି କନ୍ୟା ଘରଲୋକ ଏବଂ ସମ୍ପର୍କୀୟ ବହୁତ ଚିନ୍ତାରେ ପଡିଯାଇଛନ୍ତି ।ଏହାସହ ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *