ଦିନେ ବରଯାତ୍ରୀ ବାଜା ବାଣ ରେ କମ୍ପୁଥିଲା ରାସ୍ତା ଘାଟ,ବନ୍ଧୁ ବାନ୍ଧବ ଗହଳି ରେ ପୁରୀ ଉଠୁଥିଲା ଘର,ବିବାହ ମଣ୍ଡପ।ଏବେ କିନ୍ତୁ ବଦଳି ଯାଇଛି ଭାରତୀୟ ବାହାଘର ର ଦୃଶ୍ୟ। କରୋନା ସୃଷ୍ଟି କରିଛି ଉତ୍ସବ ପାଳନ ର ନୂଆ ଚିତ୍ର।କରୋନା ମହାମାରୀ ର ବଢୁଥିବା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସାରା ଦେଶ ରେ ଏବେ ଉତ୍ସବ ପାଳନ କୁଁ ନେଇ ନୂଆ ଗାଇଡ ଲାଇନ ଜାରି କରାଯାଇଛି।ଗାଇଡ ଲାଇନ ମୁତାବକ ବିବାହ ଆଦି କାର୍ଯ୍ୟ ରେ ବର,କନ୍ୟା ଓ ପୂଜକ କୁ ମିଶେଇ ସର୍ବ ମୋଟ ୫୦ ଜଣ ଉପସ୍ଥିତ ରହିପାରିବେ।
ଏହା ସହିତ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ।ସେହି ଭଳି ବରଯାତ୍ରୀ ଶୋଭାଯାତ୍ରା ଆଦି କୁ ସମ୍ପୂର୍ଣ ରୂପେ ନିଷେଧ କରାଯାଇଛି। କିଛି ଲୋକ ଏହି ଗାଇଡ ଲାଇନ କୁ ଉଲ୍ଲଂଘନ କରି ଧୁମ୍ ଧାମ ରେ ବାହାଘର କରୁଥିବା ବେଳେ ଅନ୍ୟ କିଛି ଲୋକ ଠିକ୍ ଭାବେ ଗାଇଡ ଲାଇନ ମୁତାବକ ବିବାହ ଆୟୋଜନ କରୁଛନ୍ତି।
କିଛି ଦିନ ତଳେ ତ୍ରିପୁରା ର ଅଗରତାଲା ଠାରେ କରୋନା ଗାଇଡ ଲାଇନ କୁ ଉଲ୍ଲଂଘନ କରି ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବ ରେ ସେଠାକାର ଜିଲ୍ଲାପାଳ ହଠାତ୍ ପହଞ୍ଚି ଯାଇଥିଲେ ।
ସେଠାରେ ସେ କରୋନା କଟକଣା ସତ୍ତ୍ୱେ ବିବାହ ଆୟୋଜନ କରିଥିବାରୁ ଏବଂ ୧୪୪ ଧାରା ର ଉଲ୍ଲଂଘନ ଅଭିଯୋଗ ରେ ବର ଓ କନ୍ୟା ପକ୍ଷ କୁ ଥାନା କୁ ନେଇ ଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।ହେଲେ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଥିବା ଏକ ବାହାଘର ଏବେ ଦେଶ ବ୍ୟାପି ଖୁବ୍ ଚର୍ଚ୍ଚା ରେ।ମାତ୍ର ୨୦ ଜଣରେ ସମ୍ପୂର୍ଣ୍ଣ ହୋଇଥିଲା ଏହି ବିବାହ ।ବିନା ଶୋଭାଯାତ୍ରା କିମ୍ବା ନାଚ ଗୀତ ରେ କେବଳ ପରିବାର ଲୋକ ଙ୍କୁ ନେଇ କରୋନା ର ସମସ୍ତ ଗାଇଡ ଲାଇନ କୁ ମାନି ଏହି ବିବାହ କରାଯାଇଥିଲା।
ସେହିଭଳି ଉତ୍ତରପ୍ରଦେଶ ର ଆହ୍ଲାବାଦ ଠାରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ରେ ବର ପକ୍ଷ ରୁ ମାତ୍ର ୨ ଜଣ ଯୋଗ ଦେଇଥିଲେ।ମୋଟ ୭ ଜଣ ଭିତରେ ଏହି ବାହାଘର ସମ୍ପୂର୍ଣ ହୋଇଥିଲା । ସାରା ଦେଶ ବ୍ୟାପି ଏହାକୁ ଏବେ ପ୍ରଶଂସା କରାଯାଉଛି।କରୋନା ର ସଂକ୍ରମଣ ସମ୍ପୂର୍ଣ ଭାରତୀୟ ବାହାଘର ର ଚିତ୍ର କୁ ବଦଳେଇଦେଇଥିବା ବେଳେ ଆଗାମୀ ବର୍ଷକୁ ଏହାର ଚିତ୍ର କିଭଳି ରହିବ ସେଇଟା ଦେଖିବା ବାକି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ