Breaking News

ବାହାଘରକୁ ଅଧାରୁ ଅଟକାଇବା ଜିଲ୍ଲାପାଳଙ୍କୁ ପଡ଼ିଲା ମହଙ୍ଗା!!

କରୋନା ନିୟମ ଉଲ୍ଲଂଘନ ଦର୍ଶାଇ ଜିଲ୍ଲାପାଳ ସର୍ବସମ୍ମୁଖରେ ଥପଡ ମାରିବା ମହଙ୍ଗା ପଡ଼ିଛି। ନିଜ ଭୁଲ୍ ପାଇଁ ଜିଲ୍ଲାପାଳ ଶୈଳେଶ ଯାଦବ କ୍ଷମା ମାଗିଥିଲେ। କିନ୍ତୁ ସମସ୍ତ ବର୍ଗରୁ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା। ଏହାପରେ ହାଇକୋର୍ଟ ଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ତ୍ରିପୁରାର ବେଲୋନିଆ ଜିଲ୍ଲାକୁ ଆଇଏଏସ ଶୈଳେଶ ଯାଦବଙ୍କୁ ପଶ୍ଚିମ ତ୍ରିପୁରାରୁ ବଦଳି କରାଯାଇଛି।


ଘଟଣାଟି ଏମିତି ପଶ୍ଚିମ ତ୍ରିପୁରାରେ ଜିଲ୍ଲାପାଳ ଥିବା ବେଳେ ଡକ୍ଟର ଶୈଳେଶ କୁମାର ଯାଦବ ନାଇଟ କର୍ଫ୍ୟୁ ଉଲ୍ଲଂଘନ ଦର୍ଶାଇ ଏକ ବିବାହ ଘର ରୋକିଥିଲେ। ଆଉ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଜଣେ ପୂଜକଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ସହିତ ବର କନ୍ୟା ଙ୍କ ପାଖକୁ ଯାଇ ତାଙ୍କୁ ଡ଼ରାଇଥିଲେ।ଏହା ସହିତ ସେଠାରେ ଉପସ୍ଥିତ ଅନେକ ଲୋକ ଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ।ଏହା ସହିତ ବର ପକ୍ଷ ଦେଖାଉଥିବା ନୋଟିସ କୁ ମଧ୍ୟ ସେଠାରେ ଚିରି ଦେଇଥିଲେ।। ଏପ୍ରିଲ ୨୬ରେ ହୋଇଥିବା ଏହି ଘଟଣା ପାଇଁ ଆଇଏଏସ ଯାଦବଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଛି।


ଜିଲ୍ଲାପାଳ ଆଇନ୍ ଉଲ୍ଲଂଘନ ଦର୍ଶାଇ ପୂଜାରୀକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ବିବାହ ଉତ୍ସବରେ ଉପସ୍ଥିତ ଥିବା ସମସ୍ତଙ୍କୁ ମଧ୍ୟ ସେ ଗିରଫ କରିଥିଲେ। ଏହି ଘଟଣା ପରେ ଜିଲ୍ଲାପାଳ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ। ତାଙ୍କର ଉଦ୍ଦେଶ୍ୟ ବାହାଘର ରୋକିବା ନଥିଲା। ସେ ଆଇନ୍ ଅନୁଯାୟୀ କରୋନା ନିୟମ ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି କହିଥିଲେ।


ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଘଟଣାର ବିସ୍ତୃତ ତଦନ୍ତ କରିବାକୁ କହିଛନ୍ତି। ସେଦିନର ଭିଡିଓ ଫୁଟେଜକୁ ମଧ୍ୟ ମାଗିଛନ୍ତି ହାଇକୋର୍ଟ। ଏହାପରେ ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କୋର୍ଟଙ୍କୁ କହିଥିଲେ ଯେ ୧୨ ଦିନିଆ ଛୁଟିରେ ଜିଲ୍ଲାପାଳ ଯାଦବଙ୍କୁ ପଠାଯାଇଛି। ଆଇଏଏସ ଶୈଲେଶ କୁମାର ଯାଦବ ମିଶନ ନିର୍ଦ୍ଦେଶକ ତଥା ଅଗରତାଲା ସ୍ମାର୍ଟ ସିଟି ପ୍ରକଳ୍ପର ଅନ୍ୟ ଅଧିକାରୀଙ୍କ ପରି ଦାୟିତ୍ୱରେ ଥିଲେ।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ଜିଲ୍ଲାପାଳଙ୍କ ଏହି ଦବଙ୍ଗଗିରି ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ସମେତ ଅନେକ ବିଧାୟକ ଜିଲ୍ଲାପାଳଙ୍କୁ ନିଲମ୍ୱନ କରିବାକୁ ଦାବି କରିଛନ୍ତି। ଏହା ପରେ ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ହସ୍ତକ୍ଷେପ କରି ମୁଖ୍ୟ ଶାସନ ସଚିବ ମନୋଜ କୁମାରଙ୍କୁ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *