Breaking News

ହେ ଭଗବାନ ! ବାଡ଼ିରେ ଛେଳି ପଶିଯିବାରୁ ସ୍ବାମୀ ସ୍ତ୍ରୀ ଙ୍କୁ ଗଛ ରେ ବାନ୍ଧି ପି -ଟି -ଲେ ଲୋକେ।

ସମାଜରେ ହଜି ଯାଉଛି ମାନବିକତା। ଲୋକେ ଭୁଲି ଯାଉଛନ୍ତି ମଣିଷ ପଣିଆ। ଅନେକ ସମୟରେ ଆମ ସମାଜରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ଦେଖି ସଭିଏ ସ୍ତବ୍ଧ ହୋଇଯାଆନ୍ତି। ଠିକ୍ ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଦେଖିଲେ ସଭିଏ କହିବେ ସତରେ କେତେ ନି- ର୍ଦ୍ଦ -ୟ ଆଉ କ- ଠୋ- ର ଏ ମଣିଷ ! । ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଠାରେ। ଛେଳି ଚରାଇବାକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା। ଅନ୍ୟ ଜଣକ ବାଡ଼ିରେ ଛେଳି ପଶିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବା -ନ୍ଧି ନି- ର୍ଧୁ- ମ ପି -ଟି -ଲେ ଗାଁ ଲୋକେ।


ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗାଆଁ ର ଦିଲ୍ଲୀପ ବିଶ୍ଵାଳ ଛେଳି ଚରାଇବା ପାଇଁ ଯାଇଥିଲେ। କିନ୍ତୁ ଚରିବା ସମୟରେ ଦିଲ୍ଲୀପଙ୍କ ଛେଳିଟି ଭୁଲବଶତଃ ସେହି ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ପଶି ଯାଇଥିଲା । ଯାହାକୁ ନେଇ କାର୍ତ୍ତିକ ରା -ଗି -ଯାଇଥିଲେ । ପରେ ଦିଲ୍ଲୀପ ଆଉ କାର୍ତ୍ତିକଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା। ଆଉ ଏହା ପରେ କାର୍ତ୍ତିକ ଦିଲ୍ଲୀପଙ୍କୁ ଅଟକ ରଖି ମାରପିଟ ଆରମ୍ଭ କରିଦେଇଥିଲେ। ରାଗ ଏଇଠି ଶାନ୍ତ ପଡ଼ିନଥିଲା ଯେ, ଦିଲ୍ଲୀପଙ୍କ ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବା -ନ୍ଧି ଲୋକେ ନି -ସ୍ତୁ- କ ମା- ଡ଼ ମାରିଥିଲେ।


ତେବେ କେହିଜଣେ ସ୍ଥାନୀୟ ବ୍ୟକ୍ତି ଏଇ ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଫଳରେ ଏଭଳି ଏକ ଅଭାବନୀୟ ଘଟଣା ହଜାର ହଜାର ଲୋକଙ୍କ ସାମ୍ନାକୁ ଆସିପାରିଛି। ତେବେ ସୂଚନା ଅନୁଯାୟୀ, ଏହି ଘଟଣାକୁ ନେଇ ସ୍ଥାନୀୟ ବାଲିଆପାଳ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଏହି ଘଟଣାଟିର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଲୋକେ ନିନ୍ଦା କରୁଛନ୍ତି। ଆଇନକୁ ଟିକେ ହେଲେ ଖାତିର ନକରି ଏ ଗାଁ ର ଲୋକେ ଖୁଲମଖୁଲା ଚଲେଇଛନ୍ତି କଙ୍ଗାରୁ କୋର୍ଟ।

 

ସାମାନ୍ୟ କଥାକୁ ନେଇ ଗଛରେ ବାନ୍ଧି ସ୍ବାମୀ ସ୍ତ୍ରୀ ଙ୍କୁ ପି- ଟି- ବା ଏକ ଲ -ଜ୍ୟା- ଜନକ ବିଷୟ ନିଶ୍ଚୟ। କାହାକୁ ଭୟ ନକରି ଦିନ ଦ୍ବିପହରରେ ରାସ୍ତା ମଝିରେ ସମସ୍ତଙ୍କ ଆଖି ଆଗରେ ଘଟିଥିଲା ଏହି ଘଟଣା।ହେଲେ କେହି ବି ଅଟକାଇବା ପାଇଁ ଆସିନଥିଲେ। ତେବେ ଦୋ -ଷୀ- ମାନଙ୍କୁ ଧରି କଠୋର ଦଣ୍ଡ ଦିଆଯାଉ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି। ଏଭଳି ହେଲେ ହିଁ ସେହି ଅଞ୍ଚଳରେ ଆଉ ଏଭଳି ଘଟଣା ପୁନରାବୃତ୍ତି ହେବନାହିଁ ବୋଲି ଲୋକେ ଆଶା କରୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *