Breaking News

ପୁଣି ବଦଳିଲା ସ୍କୁଲ ଖୋଲିବାର ନିଷ୍ପତି ଏହି ତାରିଖରେ ଖୋଲିବ ପ୍ରାଥମିକ ସ୍କୁଲ ?

ରାଜ୍ୟରେ ବଦଳିଲା ସ୍କୁଲ ଖୋଲିବା ନିଷ୍ପତି ଆସନ୍ତା 14 ତାରିଖରୁ ସ୍କୁଲ ଯିବେ ନାହିଁ ପ୍ରଥମ ରୁ ସପ୍ତମ ଛାତ୍ର ଛାତ୍ରୀ ଏହା ସହ ଗତ 7 ତାରିଖରୁ ଅଷ୍ଟମରୁ ଉର୍ଦ୍ଧ ସ୍କୁଲ କଲେଜ ମାନ ଖୋଲି ସାରିଛି ମେଁ ରୁ ବାତିଲ ହୋଇଥିଲା କେଜି ରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଏ ନେଇ ମଧ୍ୟ ସରକାର ନୂଆ ଘୋଷଣା ଜାରି କରିଛନ୍ତି ତେବେ ଏହା ସହ ସରକାର ଆଉ ସବୁ କେଉଁ ନୂଆ ନିଷ୍ପତି ନେଇଛନ୍ତି ଆସନ୍ତୁ ଜାଣିବା |

ଆସନ୍ତା 14 ତାରିଖ ରେ ରାଜ୍ୟରେ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାର ନିଷ୍ପତି ହୋଇଥିଲା ଏ ନେଇ ଗଣଶିକ୍ଷା ତରଫରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ମଧ୍ୟ ସ୍କୁଲ ପରିସର କୁ ସଫା କରିବା ଏବଂ ଶ୍ରେଣୀକୁ ମଧ୍ୟ ସଫା କରିବା କଥା କୁହାଯାଇଥିଲା | ଯେହେତୁ 2 ବର୍ଷ ହେଲାଣି କରୋନା ପାଇଁ ସ୍କୁଲ ଖୋଲାଯାଇନଥିଲା ଏଣୁ ସ୍କୁଲ କୁ ଭଲଭାବେ ସଫା କରିବାକୁ ନିର୍ଦେଶ ଦିଆଯାଇଥିଲା |

ତେବେ ଗତ 7 ତାରିଖରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଆସନ୍ତା 14 ରେ ପ୍ଲେ ସ୍କୁଲ ଏବଂ ପ୍ରଥମ ରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀ ଗୃହ ଖୋଲିବ | ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ସ୍କୁଲ ଶିକ୍ଷକ ମାନେ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମରେ ନିଯୋଜିତ ହୋଇଛନ୍ତି ଅନ୍ୟପକ୍ଷେ ସ୍କୁଲ ଗୁଡିକରେ ଭୋଟ ଗ୍ରହଣ କେନ୍ଦ୍ର କରାଇଥିବାରୁ ସ୍କୁଲ ଖୋଲିବା ନେଇ ନୂଆ ନିୟମ ଜାରି କରିଛି ଗଣଶିକ୍ଷା ବିଭାଗ |

ତେବେ ଆସନ୍ତା 14 ତାରିଖ ରେ ସ୍କୁଲ ଖୋଲିଲେ ମଧ୍ୟ ପିଲାମାନେ ଆସିବେ ନାହିଁ ସେମାନେ 28 ରୁ ସ୍କୁଲ ଆସିବେ 27 ପର୍ଯ୍ୟନ୍ତ ଅନଲାଇନ କ୍ଲାସ ହେବ ତେବେ 28 ରୁ ଶ୍ରେଣୀ ଗୃହ ପାଠପଢ଼ାରେ ସେମାନେ ଯୋଗ ଦେବେ ତେବେ 14 ତାରିଖ ରୁ ସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଆସିବେ ତେବେ ସ୍କୁଲ ଗଣଶିକ୍ଷା ବିଭାଗ ର ପ୍ରମୁଖ ସଚିବ ଏହି ସୂଚନା ଦେଇଛନ୍ତି |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.