ବହୁ ଦିନର କଳ୍ପନା ଜଳ୍ପନା ପରେ ମେ ମାସ ୩ ତାରିଖରେ ଓଡିଶାର ଦଶମ ପରୀକ୍ଷା ହେବା ପାଇଁ ଯାଉଛି । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପରୀକ୍ଷା ମେ ୩ ରୁ ଆରମ୍ଭ ହୋଇ ମେ ମାସ ୧୫ ତାରିଖରେ ଶେଷ ହେବ ।ଏହା ସହିତ ଏହା ସୂଚନା ରହିଛି ସଂସ୍କୃତ ମାଧ୍ୟମିକ ପରୀକ୍ଷା ମଧ୍ୟ ମେ ୩ ରୁ ଆରମ୍ଭ ହୋଇ ମେ ମାସ ୧୨ ତାରିଖରେ ଶେଷ ହେବ । ଏଥର ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ସମାନ ସମୟ ମଧ୍ୟରେ ହେବ ବୋଲି ମଧ୍ୟ ସୂଚନା ରହିଛି ।
ଏହା ପୂର୍ବରୁ ସରକାରଙ୍କ ତରଫ ରୁ ଏହା ମଧ୍ୟ ଘୋଷଣା କରାଯାଇଥିଲା ଯେ ଛାତ୍ର ଛାତ୍ରୀ ମାନେ ଏଥର ପରୀକ୍ଷା ନିଜ ନିଜ ସ୍କୁଲରେ ଦେବେ । ଏହି ପରୀକ୍ଷା ରେ ଅନ୍ୟ ସ୍କୁଲର ଶିକ୍ଷକ ମାନେ ନିରିକ୍ଷକ ଭାବେ ରହିବେ ବୋଲି ସରକାର ପୂର୍ବରୁ ସୂଚନା ଦେଇଥିଲେ । ଏଥର ଖାଲି ଏତିକି ନୁହେଁ ପିଲା ମାନେ ଅଢେଇ ଘଣ୍ଟା ପରୀକ୍ଷା ଦେବା ବଦଳରେ ସେମାନେ ଚଳିତ ଥର ୨ଘଣ୍ଟା ପାଇଁ ପରୀକ୍ଷା ଦେବେ ।
କରୋନା କଟକଣା କୁ ଆଖି ଆଗରେ ରଖି କିପରି ଛାତ୍ର ଛାତ୍ରୀ ମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ପିଲା ମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା ସରକାର କରିଛନ୍ତି । ପରୀକ୍ଷା ବିଷୟରେ ଓଡିଶା ମାଧ୍ୟମିକ ପରିଷଦ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ।
ଆପଣ ମାନେ ଏହି କଥା ନିଶ୍ଚୟ ଜାଣିଥିବେ ଯେ ପୂର୍ବରୁ ମାଟ୍ରିକ ପରୀକ୍ଷା ଦେବା ଛାତ୍ର ଛାତ୍ରୀ ମାନେ ଅନ୍ୟ ସ୍କୁଲ କୁ ଦେବା ପାଇଁ ଯାଉଥିଲେ । କରୋନା ମହାମାରୀ ପାଇଁ ଏଥର ପରୀକ୍ଷା ର ସ୍ଥାନ, ସମୟ ଓ କାର୍ଯ୍ୟସୂଚୀ ସମ୍ପୂର୍ଣ ଭାବେ ପରିବର୍ତ୍ତନ କରାଯାଇଛି । ଏଥର ସବୁ ବିଦ୍ୟାର୍ଥୀ ମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ ଏହାର ପ୍ରମୁଖ କାରଣ ହେଲା କରୋନା ପାଇଁ ଯେପରି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ରହିବା ଓ ଯାତୟାତ ରେ ଅସୁବିଧାର ସାମ୍ନା ନକରନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ