Breaking News

ବଡ ଖୁଲାସା କରିଲେ ସବ୍ୟସାଚୀ – ଓଡିଶାର ଲୋକପ୍ରିୟ ଯୋଡି ସବ୍ୟସାଚୀ – ଅର୍ଚ୍ଚିତା କେବେ ବିବାହ କରିବେ ଜାଣନ୍ତୁ ପୁରା ଖବର

ଏବେ ସବ୍ୟସାଚୀ ଓଡିଶା ଲୋକଙ୍କ ହୃଦୟର ରାଜା ପାଲଟିଯାଇଛନ୍ତି । ନିଜର ରିଲ ଲାଇଫରେ ସବ୍ୟ ଯେମିତି ଦମଦାର ଅଭିନୟ କରିଥିଲେ ଠିକ ସେହି ପରି ନିଜର ବାସ୍ତବ ଜୀବନରେ ଅନେକ କିଛି ଭଲ କାମ କରି ଏବେ ସେ ସମସ୍ତଙ୍କ ପାଇଁ ବାସ୍ତବ ଜୀବନର ହିରୋ ହୋଇ ଯାଇଛନ୍ତି । ସବ୍ୟଙ୍କ ପରି ଜଣେ ପୁଅ ପାଇ ଆଜି ସାରା ଓଡିଶା ଗର୍ବ ଅନୁଭବ କରୁଛନ୍ତି । ଅସୁବିଧା ରେ ପଡିଥିବା ବ୍ୟକ୍ତି କୁ ସାହାର୍ଯ୍ୟ କରିବା ପାଇଁ ସବ୍ୟ ଏବେ ଆଗେଇ ଆସି ତାଙ୍କ ପାଇଁ ଭଗବାନ ପାଲଟି ଯାଉଛନ୍ତି ।

ଏବେ ସାରା ଓଡିଶା ସବ୍ୟଙ୍କର କାମ ଦେଖି ପ୍ରଶଂସା ନକରି ରହି ପାରୁ ନାହିଁ । କରୋନା ପରି ଏକ ବିପଦ ସମୟରେ ଅନେକ ଅସହାୟ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ ସବ୍ୟ ।

ତାଙ୍କ ର ଏହି କାମ ଆଜି ସେ ଅନେକ ମହାନ ହୋଇ ଯାଇଛନ୍ତି, ଲୋକ ମାନେ ତାଙ୍କୁ ଅନେକ ଭଲପାଇବା ସ୍ନେହ ଶ୍ରଦ୍ଧା ଦେଉଛନ୍ତି । ପ୍ରବାସୀ ଓଡିଆ ଭାଇ ମାନଙ୍କୁ ଘରକୁ ଆଣିବାରେ ସବ୍ୟଙ୍କର ଏକ ପ୍ରମୁଖ ହାତ ରହିଥିଲା । ଲକଡାଉନ ସମୟରେ ଅନେକ ଲୋକ ଘରକୁ ଆସିବା ପାଇଁ ଅସୁବିଧାରେ ପଡିଥିବା ବେଳେ ସବ୍ୟ ସହଯୋଗର ହାତ ବଢାଇଥିଲେ ।

 

ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସେ ନିଜର ଘରେ ଏକ ଛୋଟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଥି । କଳିଙ୍ଗ ଟିଭିର ଏକ ସାକ୍ଷାତକାର ରେ ଆସି ସବ୍ୟସାଚୀ ନିଜର କିଛି ଅକୁହା କଥା ଓ ଅନୁଭୂତି ସେୟାର କରିଛନ୍ତି । ସବ୍ୟ କହିଛନ୍ତି ଯେପରି ପୂର୍ବପରି ଅସାହାୟ ଲୋକଙ୍କୁ ସାହାର୍ଯ୍ୟ କରୁଥିଲେ ଠିକ ସେହି ପରି ସେ ଏବେ ମଧ୍ୟ ଲୋକଙ୍କୁ ସାହାର୍ଯ୍ୟ କରିବେ । ସବ୍ୟଙ୍କ ଏହି ପ୍ରୟାସରେ ଓଡ଼ିଶା ପୋଲିସ, ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବହୁତ ସାହାର୍ଯ୍ୟ କରିଥିଲେ ତେଣୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେ ଅଭିନୟ ଜୀବନୀ ଉପରେ କହିଥିଲେ ଯଦି ତାଙ୍କୁ କୌଣସି ଭଲ ଆର୍ଟ ସିନେମା ମିଳେ ତେବେ ସେ ନିଶ୍ଚୟ ଏହାକୁ କରିବେ ବୋଲି କହିଥିଲେ । କାରଣ ସେ ଏମିତି ଏକ ଆର୍ଟ ସିନେମା କରିବା ପାଇଁ ବହୁତ ଆଗ୍ରହୀ ଥିବା କଥା କହିଛନ୍ତି । ଅର୍ଚ୍ଚିତାଙ୍କ ସହିତ ତାଙ୍କର ସମ୍ପର୍କ କୁ ନେଇ ସବ୍ୟ କହିଥିଲେ ସେ ଅର୍ଚ୍ଚିତାଙ୍କ ସହ ସପନର ସୌଦାଗର ସିନେମା ପ୍ରଥମ ସିନେମା ଥିଲା ।

 

ଏହି ସିନେମାର ଗୀତକୁ ଲୋକ ମାନଙ୍କର ମନକୁ ଛୁଇଁଥିଲା । ଏହାପରେ ସେମାନଙ୍କ ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରି ଆସୁଛନ୍ତି। ଏହା ପରେ ଅନେକ ସିନେମା ଆମ ଯୋଡିକୁ ନେଇ ହିଟ ହେବା ଆରେ ଲୋକଙ୍କ ମନରେ କିଛି ଗୋଟିଏ ଭାବନା ଯୋଡି ହୋଇ ଯାଇଛି । ସେଥିପାଇଁ ପାଇଁ ଦର୍ଶକ ଅର୍ଚ୍ଚିତାଙ୍କ ସହ ସମ୍ପର୍କ ଥିବା କଥା ତାଙ୍କୁ ବହୁତ ପଚରାନ୍ତି ।

କିନ୍ତୁ ଦର୍ଶକଙ୍କ କଥାରେ ସବ୍ୟ କେବେ ରାଗନ୍ତି ନାହି । ଦର୍ଶକଙ୍କ ଏହି କଥା ନେଇ ସେ ଖୁସି ହୁଅନ୍ତି କାରଣ କଳାକାର ଜୀବନରେ ଏହା ଏକ ଅଂଶ ହୋଇଥାଏ । ଦର୍ଶକ ମାନଙ୍କୁ ସେ ସବୁବେଳେ ନିଜର ପରିବାର ସଦସ୍ୟ ବୋଲି ଭାବିଥାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *