Breaking News

ଅଯୋଧ୍ୟା ରେ ନିର୍ମାଣ ହେଉଥିବା ରାମ ମନ୍ଦିର ର ଗର୍ଭ ଗୃହ ତଳେ ନଦୀର ସ୍ରୋତ ଓ ତଳକୁ 200 ପୁଟ ଯାଏଁ ବାଲି ହିଁ ବାଲି କେମିତି ହେବ ମନ୍ଦିର ନିର୍ମାଣ ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆପଣ ମାନେ ଜାଣିଥିବେ ନିଶ୍ଚୟ କେତେସବୁ ବିବାଦ ପରେ ଯାଇ ଅଯୋଧ୍ୟା ରେ ରାମ ମନ୍ଦିର ହେବା ନେଇ ରାୟ ଦେଇଥିଲେ କୋର୍ଟ ଆପଣ ମାନେ ଜଣିଛନ୍ତି କି ଅଯୋଧ୍ୟା ର ଯେଉଁ ସ୍ଥାନ ରେ ମନ୍ଦିର ନିର୍ମାଣ ହେବାକୁ ଯାଉଛି ସେଠି ଦୁଇ ଶହ ପୁଟ ତଳେ ଖାଲି ବାଲି ହିଁ ବାଲି। ଏହାସହ ଗର୍ଭଗୃହର ଅନତିଦୂରରେ ମାଟି ତଳେ ସରଯୂ ନଦୀର ସ୍ରୋତ ମଧ୍ୟ ମିଳିଛି ।

ଫଳରେ ମନ୍ଦିର ନିର୍ମାଣ କାମ ସାମୟିକ ଭାବେ ରୋକି ଦିଆଯାଇଛି ।ଏବେ ଦେଶର ଚାରି ଟି ବଡ ଆଇଆଇଟି ଅନୁଷ୍ଠାନ କୁ ଏହାର ପ୍ରତିକାର ପାଇଁ କୁହାଯାଇଛି।କିଭଳି ବାଲି ଆଉ ପାଣି ଥିବା ଜମିରେ ହଜାରେ ବର୍ଷ ଯାଏଁ ମନ୍ଦିର ସୁରକ୍ଷିତ ରହି ପାରିବ ସେ ନେଇ ପରାମର୍ଶ ଲୋଡିଛନ୍ତି ସରକାର।

ମନ୍ଦିର ନିର୍ମାଣ ସମୟରେ ଏକ ମେକାସିଫ୍ଟ୍ ଟେମ୍ପୁଲ୍ ତିଆରି ହୋଇଛି । ଗର୍ଭଗୃହ ଯେଉଁଠି ଥିଲା, ସେଠାରୁ ମୂର୍ତ୍ତି ହଟାଇ ଦିଆଯାଇଛି ।କାରଣ ଏବେ ସେହି ସ୍ଥାନ ରେ ମନ୍ଦିର ନିର୍ମାଣ କରାଯାଉଛି ସେଠି ଏକ ପରଦା ମଧ୍ୟ ଲାଗିଛି ଯୋଉଥିରେ କି ଲେଖାଯାଇଛି ଜୟ ଶ୍ରୀ ରାମ ପୂର୍ବରୁ ଏଠାରେ ପ୍ରଭୁ ଶ୍ରୀରାମ ଙ୍କର ମୂର୍ତ୍ତି ଥିଲା ।

ପରେ ଏଠାରେ ମନ୍ଦିର ପାଇଁ ମାଟି ଖୋଳିବା ବେଳେ 200 ପୁଟ ଯାଏଁ ବାଲି ରହିଛି ବୋଲି ଜଣା ପଡିଥିଲା।ଆହୁରି ମଧ୍ୟ ଗର୍ଭ ଗୃହ ତଳେ ସୁରଜ ନଦୀର ସ୍ରୋତ ଥିବାର ଜଣାପଡିଥିଲା। ରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ,ଏମିତି ହେବ ବୋଲି କେହି କଳ୍ପନା ବି କରିନଥିଲେ।ସୁରଜ ନଦୀର ସ୍ରୋତ ମାଟି ତଳେ ରହିଛି।

ମନ୍ଦିର ନିର୍ମାଣ କରୁଥିବା ଇଞ୍ଜିନିୟରମାନେ ୧୦୦ ଫୁଟରୁ ମାଟି ଖୋଳି ପିଲର୍ ବା ମୂଳଦୁଆ ପକାଇବାକୁ ଚାହୁଁଛନ୍ତି ।କିନ୍ତୁ ମାଟି ତଳେ ବାଲି ଥିବାରୁ ପିଲାର ଧସି ଯିବାର ସମ୍ଭାବନା ରହିଛି। ମନ୍ଦିରର ଡିଜାଇନ୍ ଅନୁସାରେ ମନ୍ଦିର ପୂର୍ବ ତୁଳନାରେ ଅଧିକ ବଡ ହେବ ।ଏବଂ ଭୂମିକମ୍ପ ନିରୋଧୀ ମଧ୍ୟ ହେବ।ଏହାର ସର୍ବମୋଟ ଉଚ୍ଚତା 161 ପୁଟ ହେବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *