Breaking News

ଆସୁଛି ଭୟଙ୍କର ବାତ୍ୟା ‘ୟାସ ‘ !! ଏହି ୧୨ ଜିଲ୍ଲାରେ ଜିଲ୍ଲାରେ ହାଇ ଆଲର୍ଟ , ଆଜିଠୁ ପ୍ରଭାବ ଆରମ୍ଭ

ଆମ ଭାରତ କୁ ଅନେକ ପ୍ରକାର ବାତ୍ୟା ଆସିଛି ଆଉ ଆମେ ତାକୁ ସାମ୍ନା ମଧ୍ୟ କରିଛୁ,ଯେପରିକି ଫନି, ତିତିଲି, ହୁଡୁହୁଡୁ, ବୁଲବୁଲ ଏହି ପରି ଅନେକ ବାତ୍ୟା ହୋଇଛି | ଓଡିଶା କୁ ଆଉ ଗୋଟିଏ ଭୟଙ୍କର ବାତ୍ୟା ଆସୁଛି, ଭାରତୀୟ ପାଣିପାଗ ବିଭାଗ ଏହି ବିଷୟରେ କଣ ସୂଚନା ଦେଇଛନ୍ତି ଆସନ୍ତୁ ଜାଣିବା ଏହି ବିଷୟରେ |ଆସୁଛି ଆଉ ଏକ ବାତ୍ୟା, ଯାହାର ନାମ ହେଉଛି ୟସ | ଯେଉଁ ଲଘୁଚାପ ବଳୟ ସୃଷ୍ଟି ହେଉଛି ତାହା ପରବର୍ତ୍ତୀ ସମୟରେ ବାତ୍ୟା ରେ ପରିଣତ ହେବ, ଏହି ବାତ୍ୟା ବଙ୍ଗୋପସାଗର ରେ ଦାନା ବାନ୍ଧୁଛି |

ମେ 22 ତାରିଖ ବେଳକୁ ଏହା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପ ସାଗରରେ ସୃଷ୍ଟି ହେବ | ଏହି ବାତ୍ୟା ଶକ୍ତିଶାଳୀ ହେବା ପରେ ଦକ୍ଷିଣ ଓ ପଶ୍ଚିମ ଦିଗରେ ଗତି କରିବ,72 ଘଣ୍ଟା ମଧ୍ୟ ରେ ଏହା ସାମୁଦ୍ରିକ ଝଡ଼ ରେ ପରିଣତ ହେବ | ମାତ୍ର ଏହି ସାମୁଦ୍ରିକ ଝଡ଼ ‘ୟଶ’ ଓଡିଶା ଉପରେ ଉପରେ ପଡିବାକୁ ଥିବା ପ୍ରଭାବକୁ ନେଇ ଏବେ ସମଗ୍ର ରାଜ୍ୟରେ ଚାଲିଚି ଜୋରସୋର ପିର୍ବ ପ୍ରସ୍ତୁତି।ସାମ୍ଭାବ୍ୟ ବାତ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘନ ଘନ ବୈଠକ ମଧ୍ୟ କରୁଛନ୍ତି।ଏହି ବାତ୍ୟା ର ପ୍ରଭାବ ଓଡ଼ିଶାର ପ୍ରାୟ 12 ଟି ଅଞ୍ଚଳ ଉପରେ ପ୍ରଭାବ ପଡିବାର ସମ୍ଭାବନା ଅଛି।

ସେଗୁଡିକ ହେଉଛି ବାଲେଶ୍ଵର,ଭଦ୍ରକ, ମୟୁରଭଞ୍ଜ,ଝାରସୁଗୁଡା,କେନ୍ଦ୍ରାପଡା,ଜଗତସିଂପୁର,ପୁରୀ,ଗଞ୍ଜାମ,ନୟାଗଡ଼,କଟକ,ଗଜପତି ଆଦି ଅଞ୍ଚଳରେ ବିଶେଷ ପ୍ରଭାବ ପଡିବାର ସୂଚନା ରହିଚି। ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏହି ୧୨ ଟି ଉପବର୍ତୀ ଜିଲ୍ଲା ଗୁଡିକର ଜିଲ୍ଲାପାଳ, ମୁଖ୍ୟସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହାର ପୂର୍ବ ପ୍ରସ୍ତୁତି କିପରି କରାଯିବ ସେ ପ୍ରସଙ୍ଗ ଆଲୋଚନା କରିଛନ୍ତି।ଏହି ସବୁ ପୂର୍ବ ପ୍ରସ୍ତୁତି କୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସି ଜରିଆରେ କରାଇଛନ୍ତି।

ଆସନ୍ତା 26 ତାରିଖରେ ବାତ୍ୟା ‘ୟଶ’ ଓଡିଶା ଓ ପଶ୍ଚିମବଙ୍ଗ ମଝିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ ଉତ୍ତର ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ଆଲର୍ଟ ଜାରି କରାଯାଇଛି। ମସ୍ଚଜୀବୀ ମାନଙ୍କୁ ସମୁଦ୍ର ଉପକୂଳକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି।ଏହା ସହିତ ପ୍ରସାସନ ତରଫରୁ ସୂଚନା ମିଳିବା ମାତ୍ରେ ହିଁ ବାସ ସ୍ଥାନ ଛାଡି ଅନ୍ୟ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ ସରକାର ଙ୍କ ପକ୍ଷରୁ ସତର୍କ ସୂଚନା ମିଳିବା ସହ ଏଥିପ୍ରତି ସରକାର ଙ୍କର ଅନେକ ପଦକ୍ଷେପ ମଧ୍ୟ ରହିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *