Breaking News

ଆସୁଛି ବଡ଼ ଲଘୁଚାପ ଏହି ସବୁ ଜିଲ୍ଲା କୁ ପ୍ରବଳ ବର୍ଷା ଜାଣନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପାଣିପାଗକୁ ବଡ ଅପ୍ଡେଟ୍ ଯାହାକି ୧୨ ତାରିଖରେ ପୁଣି ହୋଇପାରେ ଆଉ ଏକ ଲଘୁଚାପ ସେପଟେ ଓଡ଼ିଶା ଛୁଇଁବ ମୌସୁମୀ ଏପଟେ ଜାରୀ ରହିଛି ରାଜ୍ୟରେ ଭୟଙ୍କର କାଳ ବୈଶାଖୀ ଆଜି ପୁଣି ୯ ଜିଲ୍ଲାକୁ ସତର୍କ ସୂଚନା ଜାରୀ ସେପଟେ ୪ ଜିଲ୍ଲାକୁ ହିଟ୍ ୱେଭ ସାବଧାନ ରହିବାକୁ ପରାମର୍ଶ ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାତୁରୁ ମିଳିବନି ନିସ୍ତାର ହେଲେ ୧୨ ତାରିଖରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ ପାଣିପାଗବିତ୍ ପୂର୍ବାନୁମାନ କରୁଛନ୍ତି ସେପଟେ ଆସୁଛି ଆଉ ଏକ ଲଘୁଚାପ ଚଳିତ ମାସ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାତି ସହ ୪୪° ସେଲସିୟସ୍ ରୁ ୪୭° ମଧ୍ୟରେ ରହିବାର ସମ୍ଭାବନା ରହିଛି |

ଉପକୁଳ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦° ରୁ ଅଧିକ ରହିବାର ସମ୍ଭାବନା ଥିବା ସୋୟଗ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ତେବେ ଆସନ୍ତା ୧୦ ତାରିଖ ବେଳକୁ ଆରବ ସାଗରରେ ପଶ୍ଚିମା ବାୟୁ ଶକ୍ତିଶାଳୀ ହେବା ସହ ଏହା ଉତ୍ତର ମୁହାଁ ହୋଇ ଜୁନ ୧୨ ତାରିଖ ସୁଧା ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି |

ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଦେଖାଯିବ ଦୁର୍ବଳ ମୌସୁମୀ ଯୋଗୁଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ତେବେ ଜୁନ ୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପ ସାଗରରେ ଅଧିକ ବର୍ଷା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ହେବାର ସୂଚନା ନ ଥିବାରୁ ମୌସୁମୀ ମଧ୍ୟ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ଡକ୍ଟର ସାହୁ ପୂର୍ବାନୁମାନ କରିଛନ୍ତି ଅପର ପକ୍ଷରେ ଗତକାଲି ରାଜ୍ୟରେ ୪୦° ଉପରେ ତାପମାତ୍ରା ରହିଥିଲା ତେବେ ଟିଟିଲାଗଡରେ ସର୍ବାଧିକ ୪୫° ତାପମାତ୍ରା ରହିଥିବାବେଳେ ବଲାଙ୍ଗିରରେ ୪୪° |

ବୌଦ୍ଧରେ ୪୪.୫° ସମ୍ବଲପୁରରେ ୪୪.୪° ଝାରସୁଗୁଡ଼ାରେ ୪୪.୨° ସୋନପୁରରେ ୪୪.୩° ଭବାନୀପାଟଣା ଓ ମାଲକାନଗିରିରେ ୪୩° ସର୍ବୋଚ୍ଚ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରେକର୍ଡ କରିଛି ତେବେ ବଲାଙ୍ଗୀର ବୌଦ୍ଧ ସୋନପୁର ଓ ବରଗଡ଼ରେ ତାତି ଜାରୀ ରହିବ ସେପଟେ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଦେବଗଡ଼ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୂରଭଞ୍ଜ ଖୋର୍ଦ୍ଧା ଆଉ ପୁରୀ ଆଦି ଜିଲ୍ଲାର କିଛି ସ୍ଥାନରେ ଭୟଙ୍କର କାଳ ବୈଶାଖୀ ବର୍ଷା ପବନ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ।

About odisha news

Check Also

Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …

Leave a Reply

Your email address will not be published.