Breaking News

ଆସୁଛି ଭୟଙ୍କର ଝଡ ! 18 ଟି ଜିଲା ରେ କରିବା ତାଣ୍ଡବ ,ଜାରି ହେଲା ସତର୍କ ସୂଚନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୮ ଟି ଜିଲ୍ଲା ରେ କାଳ ବୈଶାଖୀ ର ସମ୍ଭାବନା । ୧୧ ଜିଲ୍ଲା ରୁ ଜାରି ହେଲା ୟେଲୋ ୱାର୍ଣିଂ । ହଁ ବନ୍ଧୁ ଆସନ୍ତୁ ଜାଣିବା । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ର ବହୁତ୍ ଜିଲ୍ଲା ରେ ହାଲ୍କା ରୁ ମଧ୍ୟମ ଧରଣର ବର୍ଷା ସହ କାଳ ବୈଶାଖୀ ର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ।

ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ବାଲେଶ୍ୱର ଯାଜପୁର ଭଦ୍ରକ ନୂଆପଡ଼ା ବଲାଙ୍ଗୀର ଷୋନପୁର କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲା ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ହାଲ୍କା ରୁ ମାଧ୍ୟମ ଧାରଣ ର ବର୍ଷ ଏବଂ ବଜ୍ର ପାତ୍ ହବା ର ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟ ରେ ରାଜ୍ୟ ର ନୂଆପଡ଼ା , ବଲାଙ୍ଗୀର , ବରଗଡ଼ ,ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଅନୁଗୁଳ ,କେଉଁଝର, ମୟୂରଭଞ୍ଜ ଓ ସୋନପୁର ଜିଲ୍ଲା ର ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ହାଲକା ରୁ ମଧ୍ୟମ ଧରଣର ବର୍ଷା ହବା ସହ ବଜ୍ରପାତ ହେବା ର ସମ୍ଭାବନା ଅଧିକ ମାତ୍ର ରହିଥିବାରୁ ।

ଏହି ସମସ୍ତ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ପକ୍ଷରେ ଆସନ୍ତା ୨୦ ତାରିଖ ଦିନ ଢେଙ୍କାନାଳ ଅନୁଗୁଳ କନ୍ଧାମଲ୍ ରାୟଗଡ଼ା କୋରାପୁଟ ଏବଂ ଉତ୍ତର କୂଳ ଓଡ଼ିଶା ଜିଲ୍ଲା ମାନ ରେ ହାଲକା ରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବା ର ସମ୍ଭାବନା ରହିଛି । ସେହିଭଳି ଏହି ସମୟ ମଧ୍ୟରେ ଦେବଗଡ଼ ଅନୁଗୁଳ କେଉଁଝର ମୟୂରଭଞ୍ଜ ଢେ଼ଙ୍କାନାଳ ବାଲେଶ୍ବର ଭଦ୍ରକ ଯାଜପୁର କେନ୍ଦ୍ରାପଡା କଟକ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ହାଲକା ରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବା ର ସମ୍ଭାବନା ଅଧିକ ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟିଲୋ ୱାର୍ନିଂ ଦିଆ ଯାଇଛି ।

ତାପମାତ୍ରା ବଢୁଥିବାରୁ ହଠାତ୍ ପାଣିପାଗ ରେ ପରିବର୍ତନ ଦେଖାଦେଇଛି । ହଠାତ୍ କଳା ବୈଶାଖୀ ଯୋଗୁ ଝଡ ସୃଷ୍ଟି ହବା ର ସମ୍ଭାବନା ରହିଛି । କାଳବୈଶାଖୀ ହବା ସମୟ ରେ ପବନ ର ଝଡ ଦେଖାଦେବ ର ସମ୍ଭାବନା ରହିଛି । ତେଣୁ ଏହି ସମସ୍ତ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *