Breaking News

ବଡ ଖବର : ଶସ୍ତା ହେଲା ଖାଇବା ତେଲ ଦର !

୨୦୧୯ ବର୍ଷ ଦୀପାବଳୀ ଠାରୁ ଆରମ୍ଭ କରି ଚଳିତ ବର୍ଷର ଦୀପାବଳୀ ପର୍ଯ୍ୟନ୍ତ ଖାଇବା ତେଲ ୪୦ ପ୍ରତିଶତ ମହଙ୍ଗା ହୋଇଛି । ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ତୈଳ ଦରରେ ଏପରି ବୃଦ୍ଧି ଘଟିଛି । ପ୍ରଥମରୁ କରୋନା ପାଇଁ ଲକଡାଉନ ହେବା ଦ୍ୱାରା ଅନେକ ଲୋକ ଆର୍ଥିକ ଅଭାବ ଦେଇ ଗତି କରୁଥିବା ବେଳେ ତୈଳ ମୁଦ୍ରାସ୍ଫୀତି ବୃଦ୍ଧି ଲୋକମାନେ କମର ଭାଙ୍ଗି ଦେଇଛି । ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ଯୋଗୁଁ ଖାଇବା ତେଲର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି।ମାତ୍ର ଏବେ ସରକାର ଗୋଟିଏ ଆସୁସ୍ତି ଜନକ ପଦକ୍ଷେପ ନେଇଛନ୍ତି।

ଏବେ କମିବ ଖାଇବା ତେଲର ଦର।କରୋନା ସଂକ୍ରମଣ ଭିତରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସାଧାରଣ ଲୋକେ ଅଧିକ ମାତ୍ରା ରେ ପ୍ରଭାବିତ ହୋଇଛନ୍ତି । ତେଣୁ ସରକାର ଆମଦାନୀ ଉପରେ ହେଉଥିବା କୃଷି ସେସ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇଟି ରିପୋର୍ଟ ଅନୁଯାୟୀ ପାମୋଲିନ୍ ତେଲ, ସୂର୍ଯ୍ୟମୁଖୀ ଏବଂ ସୋୟା ତେଲ ଆମଦାନୀ ଉପରେ ସରକାର Infrastructure and Development ସେସ୍ ହ୍ରାସ କରିପାରନ୍ତି । ମୂଲ୍ୟ ହ୍ରାସ ପରେ ସାଧାରଣ ଜନତା ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି । ଏବେ ଖାଇବା ତେଲର ମୂଲ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

 

କୃଷିର ବିକାଶ ପାଇଁ ସରକାର ୨୦୨୦ ବଜେଟରେ ଏଗ୍ରି ସେସ୍ ଆରମ୍ଭ କରିଥିଲେ। ବର୍ତ୍ତମାନ ପାମୋଲିନ୍ ତେଲ ଉପରେ ୧୭.୫୦ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ, ସୋୟାବିନ୍ ତେଲ ଉପରେ ୨୦ ପ୍ରତିଶତ ଏଗ୍ରି ସେସ୍ ଆଦାୟ ହେଉଛି । ଭାରତ ୬୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ କରିଥାଏ। ପ୍ରତିବର୍ଷ ପ୍ରାୟ ୭୫୦୦୦ କୋଟି ଖାଇବା ତେଲ ଆମଦାନୀ ହୋଇଥାଏ । ତଥ୍ୟ ଅନୁସାରେ ଗତ ବର୍ଷ ଖାଇବା ତେଲର ମୂଲ୍ୟ ୫୫.୫୫ ପ୍ରତିଶତ ବୃଦ୍ଧି ପାଇଛି। ସରକାରଙ୍କ ରିପୋର୍ଟ ଅନୁଯାୟୀ ଖୁଚୁରା ବ୍ୟବସାୟରେ ବନସ୍ପତି ତେଲର ୧୪୦ ଟଙ୍କା ଅତିକ୍ରମ କରିଛି।

ଗତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ଏହା ୯୦ ଟଙ୍କା ଥିଲା। ସେହିପରି ପାମୋଲିନ୍ ତେଲର ମୂଲ୍ୟ ଗତ ଏକ ବର୍ଷ ମଧ୍ୟରେ ୫୨ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ପାମୋଲିନ୍ ତେଲର ମୂଲ୍ୟ ୮୭ ଟଙ୍କା ଥିବାବେଳେ ଏବେ ୧୩୩ ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ସୋୟାବିନ ତେଲରେ ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ୪୯ ପ୍ରତିଶତ ବୃଦ୍ଧି ପାଇ ୧୬୪ ଟଙ୍କାରେ ପହଞ୍ଚିଛି ସୋରିଷ ତେଲ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *