ଦୀର୍ଘ ଦେଢ଼ ବର୍ଷ ହେଲାଣି କୋରନା କଟକଣା କମିବାର ନାଁ ହିଁ ଧରୁନି। ଏସବୁ ଭିତରେ ସରକାର ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ସାରା ଦେଶରେ ଲକଡାଉନ ସପ୍ତାହକ ସତଡାଉନ ଘୋଷଣା କରିଛନ୍ତି। ଦ୍ଵିତୀୟ ଲହର ପାଇଁ କରାଯାଇଥିବା ଲକଡାଉନ କଟକଣା କୁ ପ୍ରାୟ ୨ମାସ ବିତି ଗଲାଣି କିନ୍ତୁ ଏଯାଏଁ ବି କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ କେବେ ଲକଡାଉନ କଟକଣାରୁ ଦେଶକୁ ସମ୍ପୂର୍ଣ୍ଣ ମୁକ୍ତ କରାଯିବା। ଅବଶ୍ୟ ଗତ ଜୁନ ୧୬ ତାରିଖ ରେ କଟକଣା ରେ କିଛି ଟା କୋହଳ କରାଯାଇ ଥିଲା।
ଯେମିତିକି ସଂକ୍ରମଣ ହାର କୁ ଦୃଷ୍ଟି ରେ ରଖାଯାଇ ହିଁ ଏହି ନୂଆ ନିୟମ କରାଯାଇଥିଲା। କିନ୍ତୁ ଏବେ ଆହୁରି ଏକ ବଡ଼ ଖବର ସାମ୍ନାକୁ ଆସିଛି କି ଜୁଲାଇ ୧ ଠାରୁ ଏହି କଟକଣା କୁ ପୁରା ପୁରି କୋହଳ କରିଦିଆଯିବ।ଆଗରୁ ଯେଉଁ କୋହଳ କରାଯାଇଥିଲା ସେଥିରେ ସବୁ ଜିଲ୍ଲା ଗୁଡିକୁ ଦୁଇଟି କ୍ୟାଟେଗୋରୀ ରେ ବିଭକ୍ତ କରାଯାଇଥିଲା। ଗ୍ରୁପ A ସପ୍ତାହିକ ସଟଡାଉନ କୁ ଛାଡିଦେଲେ ଅନ୍ୟସବୁ କଟକଣା ରେ ପୁରାପୁରି କୋହଳ କରାଯାଇଥିଲା। କିନ୍ତୁ ଗ୍ରୁପ B ରେ ଆଂଶିକ କୋହଳ କରାଯାଇଥିଲା।
ତେଣୁ ଏବେ ଏହି ଏହି ଗ୍ରୁପ B ଜିଲ୍ଲା ଗୁଡିକ ରେ କଟକଣା କୋହଳ ପାଇଁ ଅଧିକ ଧ୍ୟାନ ଦିଆଯାଇଛି। କିନ୍ତୁ ପ୍ରଥମେ ସର୍ଭେ କରାଯାଇଥିଲା କି ଏହି ସବୁ ଜିଲ୍ଲା ଗୁଡିକ ରେ ସଂକ୍ରମଣ ଆଗ ଅପେକ୍ଷା କମିଛି ନା ନାହିଁ ଫୁଣି ଟୀକାକରଣ କୁ ପ୍ରକ୍ରିୟା କୁ ବି ବଢାଯାଉଛି କି ନାହିଁ। ମାତ୍ର ସର୍ଭେ ପରେ ସ୍ଥିତି ରେ ବହୁ ସୁଧାର ଦେଖାଯାଇଛି। ଯେମିତିକି ସଂକ୍ରମଣ ହାର ଏବେ ୪.୫ ଭିତରେ ରହିଛି। ମାତ୍ର ଏବେବି ଗ୍ରୁପ ବି ରେ ଥିବା କିଛିଟା ଜିଲ୍ଲା ସଙ୍କଟ ଭିତରେ ଅଛନ୍ତି ଯେମିତିକି ଖୋର୍ଦ୍ଧା, କଟକ ଏହି ଦୁଇଟି ଜିଲ୍ଲା ଏବେ ବି ରେଡ଼ ଯୋନ ରେ ରହିଛି। କିନ୍ତୁ ଆଉସବୁ ସ୍ଥାନରେ ସ୍ଥିତି ରେ ସୁଧାର ଆସିଛି।
ଆହୁରି ବି ଟିକାକରଣ ବି ପ୍ରାୟତଃ ସବୁଆଡେ ସରି ଆସିଲାଣି। ତେଣୁ ଏବେ କେବଳ ଅପେକ୍ଷା ସରକାର ଙ୍କ ନିଷ୍ପତି କଣ ରହୁଛି।ଅନୁମାନ ରୁ ତ ଯାହା ଜଣାପଡୁଛି ଜୁଲାଇ ୧ ପରେ ଆଉ କଟକଣା ରଖାଯିବନି କାରଣ ଅର୍ଥନୀତି ବହୁତ ତଳକୁ ଖସିବାକୁ ଲାଗିଲାଣି। ଏମିତି ପରିସ୍ଥିତିରେ ସରକାର ବି ଚିନ୍ତା ରେ। କେମିତି ଫୁଣି ଥରେ ଅର୍ଥନୀତି ରେ ସୁଧାର ଅଣାଯିବ।ତେଣୁ ସରକାର ଆଉ ଅଧିକ ଦିନ ଏହି ଲକଡାଉନ ଅବଧି କୁ ବଢ଼ାଇବେ ନାହିଁ ବୋଲି ଅନୁମାନ କରାଯାଉଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ