Breaking News

ଆଜି ଠାରୁ ୧୮ ବୟସ ରୁ ଊର୍ଦ୍ଧ୍ବ ଙ୍କୁ ଟୀକା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକ୍ସରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲିିଠୁ ସ୍ଲଟ୍ ଆବଣ୍ଟନ ଆରମ୍ଭ ହୋଇଛି। ଯେଉଁମାନେ କୋଓ୍ୱିନ୍, ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ଆପ୍ ଜରିଆରେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସ୍ଲଟ୍ ମିଳିବ। ସେହି ଅନୁସାରେ ସୋମବାରଠାରୁ ଟିକା ଦିଆଯିବ।
ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ୍ ରହିଛି। ଜୁନ୍ ମାସ ଶେଷ ସପ୍ତାହ କିମ୍ବା ଜୁଲାଇ ଭିତରେ ଏହି ବର୍ଗର ସମସ୍ତ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପାଇଁ ଯୋଜନା ରହିଛି।

ସକାଳ ୮ଟାରୁ ଦିନ ଗୋଟାଏ ଯାଏ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ଟିକାକରଣ ହେବ ବୋଲି ଜଣାପଡ଼ିଛି। ତେବେ ଭୁବନେଶ୍ୱର ମହାନଗର ନିଗମକୁ ଛାଡି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କେବେଠାରୁ ଯୁବବର୍ଗଙ୍କ ଲାଗି ଟିକାକରଣ ଆରମ୍ଭ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଛି। ସୂଚନା ଥାଉ କି ଗତ କିଛି ଦିନ ତଳେ କେନ୍ଦ୍ର ସରକାର ଦେଶ ରେ ଥିବା ୧୮ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ଙ୍କୁ ୩ୟ ପର୍ଯ୍ୟାୟ ଟୀକା ଦେବା ପାଇଁ ଘୋଷଣା କରିଥିଲେ ।

ହେଲେ ଟୀକା ର ମୂଲ୍ୟ କଣ ରହିବ ଏହାର ନିଷ୍ପତି ନିଆଯାଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରେ ୩ୟ ପର୍ଯ୍ୟାୟ ଟୀକା କୁ ସମ୍ପୂର୍ଣ ରୂପେ ମାଗଣା ରେ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଥିଲେ।ଏହା ଦ୍ଵାରା ପାଖାପାଖି ୨ କୋଟି ଲୋକ ଉପକୃତ ହୋଇପାରିବେ। ୧୮ ବୟସ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଅଧିକ ଲୋକ ଙ୍କ ସଂସ୍ପର୍ଶ ରେ ଆସୁଥିବାରୁ ,ଏଭଳି କ୍ଷେତ୍ର ରେ ସେମାନଙ୍କ ପାଖରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟି ରେ ରଖି ଏବଂ ଆଗାମୀ ଦିନରେ କରୋନା ର ଭୟାବହତା କୁ ରୋକିବା ପାଇଁ ଟୀକା କରଣ ର ନିଷ୍ପତି ନିଆଯାଇଛି। ଏଥି ସହିତ ସମସ୍ତେ ନିୟମିତ ମାସ୍କ ପିନ୍ଧିବା ସହିତ ବିନା କାରଣରେ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏ ସବୁ ପରେ ମଧ୍ୟ ନିଜେ ସଚେତନ ହେବା ଦ୍ବାରା ହିଁ ନିଜ ସହିତ ନିଜ ପରିବାର କୁ ରକ୍ଷା କରିପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *