Breaking News

ଯୁବକ ଙ୍କ ମହାନତା ! ଆର୍ମୀ ଚାକିରି ପାଇଁ ଯୁବକ ଙ୍କୁ ଦଉଛନ୍ତି ମାଗଣା ଟ୍ରେନିଂ

ଘରକୁ ଛୁଟି କାଟିବାକୁ ଆସି ନୂତନ ଯବାନ ସୃଷ୍ଟି କରିବାରେ ଲାଗି ପଡିଛନ୍ତି ଯବାନ ଜଣକ | ତେବେ ଯାଜପୁର ବିଂଝାରପୁରର ସୁଯୋଗ୍ୟ ସନ୍ତାନ ସେଖ ଉମର ଓ ତାଙ୍କ ସାଥୀ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାରେ ଯୋଗ ଦେବାକୁ ବେକାର ଯୁବକ ଯୁବତୀଙ୍କୁ ମାଗଣା ତାଲିମ ଦେଇ ଉତ୍ସାହିତ କରୁଛନ୍ତି ।ତେବେ ସେନାରେ କାର୍ଯ୍ୟରତ ଥାଇ ଯାଜପୁର ଜିଲା ବିଂଝାରପୁର ଅଂଚଳର ଯବାନମାନେ ଛୁଟିରେ ଘରକୁ ଆସିବା ବେଳେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀଙ୍କୁ ଭାରତୀୟ ସେନାରେ ସାମିଲ କରିବା ପାଇଁ ଦେଉଛନ୍ତି ଅନେକ ପ୍ରକାରର ତାଲିମ ।


ଚାକିରିରୁ ଛୁଟି ନେଇ ପରିବାର ଲୋକଙ୍କୁ ଭେଟିବାକୁ ଆସିଥିଲେ ବି କିନ୍ତୁ ତାଙ୍କର ସମସ୍ତ ସମୟ ବିତେ ଏହି କାମରେ।
ଅନେକ ଯୁବଗୋଷ୍ଟି ପାଠପଢ଼ା ପରେ ତାଙ୍କର ବହୁମୂଲ୍ୟ ସମୟ ସୋସିଆଲ ମିଡିଆ ଓ ଗୁଲି ଗପରେ ସମୟ ବିତାଉଥିବା ଦେଖି ଡିପେଂନ୍ସ ଏକାଡେମୀ ଖୋଲିବାର ସ୍ୱପ୍ନ ଦେଖିଥିଲେ ଭାରତୀୟ ସେନାର ଯବାନ ସେକ ଉମର ଏବଂ ତାଙ୍କ ସାଙ୍ଗ ମାନେ ।


ତେବେ ସବୁଦିନ ସକାଳ ପ୍ରାୟ ୬ଟା ଠାରୁ ଆରମ୍ଭ ହୋଇଯାଏ ଶାରୀରିକ ବାୟ୍ୟାମ ଓ କସରତ । ଏହି ତାଲିମରେ ସେନାରେ ନିଯୁକ୍ତି ପାଇଁ ଆବଶ୍ୟକ ସମସ୍ତ ଦକ୍ଷତାର ବିକାଶ କରାଯାଏ । ଦୌଡ, ଲମ୍ବା ଡିଆଁ, ଦୌଡି ଯୋଗେ ଗଛଚଢା ଠାରୁ ଆରମ୍ଭ କରି ବିଭିନ୍ନ କଳାକୌଶଳର ଶିକ୍ଷା ଦେଇଥାନ୍ତି ସେଖ ଉମର ଏବଂ ତାଙ୍କ ସାଥିମାନେ ।


ତେବେ ତାଲିମ ସମୟରେ ସେ ଶାରିରିକ ଶିକ୍ଷା ନୁହେଁ ଲିଖିତ ପରୀକ୍ଷା ସହିତ ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ଦେଇଥାନ୍ତି ତାଲିମ । ଗତ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଡିପେଂନ୍ସ ଏକାଡେମୀର ଅନେକ ଛାତ୍ରଛାତ୍ରୀ ଏବେ ଭାରତୀୟ ସେନାରେ ନିଯୁକ୍ତି ପାଇଛନ୍ତି । ଏହି ଡିପେଂନ୍ସ ଏକାଡେମୀର ସପଂଳତା ଦେଖି ଏବେ ଜିଲା ବାହାରର ଅନେକ ଯୁବକ ଏଠାରେ ଯୋଗ ଦେଇ ତାଲିମ ନେଉଛନ୍ତି । ତେବେ ସେଖ ଉମର ଏବଂ ତାଙ୍କ ସାଙ୍ଗ ଯବାନମାନଙ୍କର ଏଭଳି ମହନୀୟ କାର୍ଯ୍ୟ ସତରେ ପ୍ରଶଂସନୀୟ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *