Breaking News

ଏପ୍ରିଲ ରୁ ମହଙ୍ଗା ହେବାକୁ ଯାଉଛି ସବୁ ମୋବାଇଲ ଅପରେଟର ଙ୍କ ପ୍ଳାନ

ବର୍ତ୍ତମାନ ମୋବାଇଲ ଗ୍ରାହକ ମାନଙ୍କ ପାଇଁ ଆସିଯାଇଛି ଏକ ବହୁତ ଗୁରୁତ୍ବପୂର୍ଣ ଖବର ଆଗାମୀ ୧ ଅପ୍ରେଲରୁ ମୋବାଇଲ୍‌ରେ କଥା ହେବା ଆପଣମାନଙ୍କ ପାଇଁ ପଡିପାରେ ମହଙ୍ଗା । ଦୂରସଂଚାର କମ୍ପାନୀ ଙ୍କ ସୂଚନାନୁଯାଇ, ଆଗକୁ ଇଣ୍ଟରନେଟ ଦର ବହୁତ ବଢ଼ିପାରେ | ରେଟିଂ ଏଜେନ୍ସି ଇକ୍ରା ର ଏକ ରିପୋର୍ଟ ମୁତାବକ , କରୋନା ସଙ୍କଟ ରେ ପ୍ରାୟତଃ ଲକ୍‌ଡାଉନ୍‌ ସମୟରେ ଦୂରସଂଚାର କମ୍ପାନୀମାନେ ଭଲ ରାଜସ୍ୱ ଆୟ କରିଥିଲେ । କିନ୍ତୁ ତାହା କମ୍ପାନୀ ପାଇଁ ପର୍ଯ୍ୟାପ୍ତ ନଥିଲା । ତେବେ କମ୍ପାନୀର ବଢ଼ୁଥିବା ଖର୍ଚ୍ଚକୁ ନଜରରେ ରଖି କମ୍ପାନୀ ମାନେ ଏବେ ମୋବାଇଲ ଟାରିଫ ବଢ଼ାଇବ ବୋଲି ପ୍ରକାଶ କରିଛି ।

ଅନେକ ଦୂର ସଂଚାର କମ୍ପାନୀ ମାନଙ୍କ ଉପରେ ଏଜିଆର ର ୧.୬୯ ଲକ୍ଷ କୋଟି ଟଙ୍କାର ବାକି ପଡ଼ି ରହିଛି । ଏ ପର୍ଯ୍ୟନ୍ତ କେବଳ ୧୫ ଟେଲିଫୋନ କମ୍ପାନୀ ମାତ୍ର ୩୦,୨୫୪ କୋଟି ଟଙ୍କା ଭରଣ କରିଛନ୍ତି । ଏୟାରଟେଲ୍‌ ଉପରେ ପ୍ରାୟ ୨୫,୯୭୬ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ଉପରେ ୫୦,୩୯୯ କୋଟି ଟଙ୍କା ଏବଂ ଟାଟା ଟେଲିସର୍ଭିସ ଉପରେ ପ୍ରାୟ ୧୬,୭୯୮ କୋଟି ଟଙ୍କା ବାକି ପଡ଼ିଛି ।


ତେବେ ସବୁ କମ୍ପାନି ମାନଙ୍କୁ ୧୦ ପ୍ରତିଶତ ବକେୟା ଟଙ୍କା ଚଳିତ ଆର୍ଥିକ ବର୍ଷରେ ଓ ଶେଷ ବକେୟା ରାଶି ଆଗାମୀ ବର୍ଷରେ ଦେବାକୁ ପଡ଼ିଥାଏ । ଯଦି ଦୂରସଂଚାର କମ୍ପାନୀ ଏହି ଟାରିଫ୍‌ ବଢ଼ାଏ ତେବେ ଦୂରସଂଚାର ଉଦ୍ୟୋଗର ୧୩ ପ୍ରତିଶତ ରାଜସ୍ୱ ବଢ଼ିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟାୟାରର ରଙ୍ଗ କଳା କାହିଁକି ଏହା ପଛରେ କାରଣ କଣ ଆପାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ …

Leave a Reply

Your email address will not be published.