ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା ଏକ ମଜାଦାୟକ ଓ ଶିକ୍ଷଣୀୟ ବିଷୟରେ | ଟ୍ରେନ ରେ ଯାତ୍ରା କରିବାକୁ ଆପଣଙ୍କୁ ନିଶ୍ଚିତ ଭଲ ଲାଗୁଥିବ | ଆମ ଦେଶେରେ ଏମିତି ବି ଲୋକ ଅଛନ୍ତି ଯିଏକି ଆଜି ଯାଏ ଟ୍ରେନ ଦେଖିନାହାନ୍ତି | ବହୁତ ଜାଗାକୁ ଟ୍ରେନ ଯିବାର ବ୍ୟବସ୍ତା ମଧ୍ୟ ନାହିଁ | ତେବେ ଦର୍ଶକବନ୍ଧୁ ଦୁନିଆରେ ଏମିତି ବହୁତ ଛୋଟ ବଡ ଜିନିଷ ରହିଛି ଯାହା ସମସ୍ତେ ଜାଣି ବି ଜାଣି ନାହାନ୍ତି କି ତାକୁ ଉପଭୋଗ କରିପାରି ନାହାନ୍ତି |
ବନ୍ଧୁଗଣ ଆପଣ ଟ୍ରେନ ରେ ଯାତ୍ରା କରିଛନ୍ତି ମାନେ ଟ୍ରେନ ଡବା ର ପଛ ପଟେ ଥିବା ଏକ ବଡ X ଚିହ୍ନକୁ ନିହାତି ଦେଖିଥିବେ | ତେବେ ଏତେ ବଡ ଟ୍ରେନ ପଛ ପଟରେ ଏହି X କାହିଁକି ଲେଖାଯାଇ ଥାଏ | ଏହି ଖବର ରେ ଆମେ ଆପଣଙ୍କୁ ଏହାର ଉତ୍ତର ଦେବୁ |
ଦର୍ଶକବନ୍ଧୁ ଟ୍ରେନ କୌଣସି ବସ ବାଇକ କିମ୍ବା କାର ଭଳି ନୁହେଁ ଏହା ବହୁତ ବଡ ଟ୍ରେନ ରେ ଗୋଟି ଗୋଟି କରି ଅନେକ ଡବା ପରସ୍ପରକୁ ଯୋଡ଼ା ହୋଇଥାଏ ଯେଉଁଥିରେ ଯାତ୍ରୀମାନେ ଯାତ୍ରା କରିଥାନ୍ତି | ଦର୍ଶକବନ୍ଧୁ ଥରେ ଭାବିଲେ ଟ୍ରେନର ଡବା ଗୁଡିକ ଠିକ ଭାବେ ସଂଯୋଗ ନ ହୋଇଥାଏ ତେବେ ଯାତ୍ରା କରୁଥିବା ସମୟରେ ଅନେକ ଟ୍ରେନ ଡବା ଟ୍ରେନ ରୁ ଅଲଗା ହୋଇଯିବାର ସଂଭାବନା ଥାଏ ଆପଣମାନେ ଜାଣିଥିବେ ଟ୍ରେନ ର ଯାତ୍ରା ସବୁବେଳେ ଚାଲୁ ରହିଥାଏ ରାତି ଦିନ ସବୁବେଳେ ଚାଲୁ ରହିଥାଏ |
ଯଦି ଯାତ୍ରା କରୁଥିବା ବେଳେ ଟ୍ରେନ ରୁ ଡବା ଯଦି ବାହାରି ଯାଏ ତେବେ ଟ୍ରେନ ଡ୍ରାଇଭରଙ୍କୁ ଜଣ ପଡିବ ନାହିଁ | ସେଥିପାଇଁ ଟ୍ରେନ ର କର୍ମଚାରୀ ଙ୍କୁ ଟ୍ରେନ ର ଶେଷ ଭାଗରେ X ଚିହ୍ନ ଦେଖିଲେ ଟ୍ରେନ ର କର୍ମଚାରୀ ଙ୍କୁ ଜଣା ପଡିଥାଏ ଯେ ଏହା ଏକ ସମ୍ପୂର୍ଣ ଡବା ଥିବା ଟ୍ରେନ ଯେଉଁଥିରେ କୌଣସି ଅସୁବିଧା ନାହିଁ ଏହା କୌଣସି ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହେଇନାହିଁ |
ପ୍ରତେକ ଷ୍ଟେସନ ରେ ରେଳ କର୍ମଚାରୀ ମାନେ ଟ୍ରେନ ଡବା ର ଯାଞ୍ଚ କରନ୍ତି ସବୁକିଛି ଠିକ ଅଛି କି ନାହିଁ ସେ ବିଷୟରେ ତଦାରଖ କରନ୍ତି ତାହା ସହ ଏହି X ଚିହ୍ନ କୁ ଦେଖିଲେ ସେମାନେ ବୁଝିଯାଆନ୍ତି ଯେ ଏହା କୌଣସି ଦୁର୍ଘଟଣା ର ସମ୍ମୁଖୀନ ହୋଇନାହିଁ |
ଏହି X ଚିହ୍ନରେ ରଙ୍ଗ କେଉଁଥିରେ ହଳଦିଆ ଓ କେଉଁଥିରେ ଧଳା ଚିହ୍ନ ହୋଇଥାଏ ଟ୍ରେନ ର ସମସ୍ତ ବଗି ସୁଖିତ ଅଛି ଏହା ସୂଚାଇ ଥାଏ କାରଣ କେତେକ ମାଲ ବହି ଟ୍ରେନ ରେ ଲୁଟେରାମାନେ କୋଇଲା ବା ଲୁହା ପଥର ବଗି ଚୋରି କରିବାର ଘଟଣା ସାମ୍ନାକୁ ଆସୁଥିଲା | ଏହି ସବୁ ବିପଦରୁ ବଂଚିବା ପାଇଁ ଟ୍ରେନ ପଛରେ ଏକ ବଡ X ର ପ୍ରଥା ଆରମ୍ଭ ହେଲା |
ଏହାର ଅର୍ଥ ଟ୍ରେନ ର ସମସ୍ତ ବଗି ସଠିକ ଅଛି କୌଣସି ବଗି ନିଖୋଜ ନାହିଁ | ରେଲୱେ ସହିତ ଜଡିତ କେତେକ ମଜାଦାର ନିୟମ ଅଛି ଯାହା କେବଳ ଆପଣଙ୍କ ସୁରକ୍ଷା ପାଇଁ ତିଆରି କରାଯାଇଛି ତଥାବି ପ୍ରତେକ ନାଗରିକ ଅନୁଭବ କରୁଛନ୍ତି ଯେ ରେଳ ଦୁର୍ଘଟଣା ଭାରତରେ ବହୁତ ସଂଖ୍ୟାରେ ଘଟୁଛି ଏବଂ ରେଲୱେ ର ଉନ୍ନତିକରଣ ବହୁତ ଆବଶ୍ୟକ ଅଛି |
ଟ୍ରେନ ର ଶେଷ ଡବା ରେ କେବଳ ଏକ X ହିଁ ସଙ୍କେତ ଦିଏ ନାହିଁ ତାହା ସହିତ ଅନେକ ଛୋଟ ବଡ ଜିନିଷ ରହିଥାଏ ଯାହା ଟ୍ରେନ ର ଅସୁବିଧା ସମୟରେ କାମରେ ଆସେ | ଯେମିତିକି ଟ୍ରେନ୍ର ଡବା ପଛରେ ଥିବା ଲ୍ୟାମ୍ପ ଏହା ମଝିରେ ମଝିରେ ଜଳୁଥାଏ | ପୂର୍ବରୁ ଏହାକୁ ତେଲ ମାଧ୍ୟମରେ ଜଳା ଯାଉଥିଲା, କିନ୍ତୁ ଏହା ଏବେ ବିଜୁଳି ମାଧ୍ୟମରେ ଜଳୁଛି, କାହିଁକିନା ରାତି ସମୟରେ ଏହି X ଚିହ୍ନ କାହାକୁ ବି ଦେଖାଯିବନି |
ତେଣୁ କରି ଏହି ଲ୍ୟାମ୍ପ ଜଳିଲେ ଟ୍ରେନ ଟି ସୁରକ୍ଷିତ ଥିବାର ପ୍ରମାଣ ମିଳିଥାଏ ଟ୍ରେନ ର ଶେଷ ଡବା ରେ ଅନେକ ଗୁଡିଏ ସଂକେତ ରହି ଥାଏ | ତାହା ମଧ୍ୟରେ ଏକ ଲେଖା ମଧ୍ୟ ଦେଖାଯାଇଥାଏ ଯାହାକୁ LV ବୋଲି ପଢ଼ାଯାଏ ଏହାର ପୁରା ଅର୍ଥ ହେଉଛି LAST VEHICLE ଯଦି ଏହି ଡବା ଟି ଟ୍ରେନର ଶେଷ ଭାଗରେ ନରୁହେ |
ତେବେ ନିଶ୍ଚୟ ପୂର୍ବ ଷ୍ଟେସନରୁ ଏହି ଟ୍ରେନ ପୁରା ଆସିନାହିଁ ବୋଲି ଧରାଯାଏ | ତେବେ ସୁରକ୍ଷିତ ଯାତ୍ରା ପାଇଁ ରେଲ ବିଭାଗ ଏହି ସବୁ ଜିନିଷ ଗୁଡିକୁ ତର୍ଜମା କରି ତିଆରି କରିଛନ୍ତି ସଂକେତ ବା ଚିହ୍ନ ଅନେକ ଲେଖାଯାଇଥିବା ଜିନିଷକୁ ସଂକ୍ଷିପ୍ତରେ ବୁଝାଇଥାଏ |