ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ରେ ଅନେକ ବିଷୟ ବର୍ଣ୍ଣନା କରାଯାଇଛି। ଆମ ଜୀବନରେ କେଉଁ ନୀତି ଆପଣେଇଲେ ଆମେ ଠିକ ବାଟରେ ଚାଲିବା କେଉଁ ନୀତି ଆପଣେଇଲେ ଜୀବନ ରେ ସବୁବେଳେ କଷ୍ଟ ରହିବ ଏହି ସମସ୍ତ ବିଷୟ ତାଙ୍କ ନୀତି ରେ ବର୍ଣ୍ଣିତ ଅଛି। ଆଜି ଆମେ ଆମ ପେଜ୍ ମାଧ୍ୟମରେ ଚାଣକ୍ୟ ଙ୍କର ଏମିତି କିଛି ନୀତି ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ଅନ୍ୟ ମାନଙ୍କ ସହ କିପରି ଭଲଭାବେ କଥା ବାର୍ତା କରିବେ ଏବଂ ଅନ୍ୟଜଣଙ୍କୁ ଆପଣଙ୍କ କଥା ଶୁଣି କଷ୍ଟ ପହଞ୍ଚିବ ନାହିଁ ଏହି ସବୁ ବିଷୟରେ ଜାଣିପାରିବେ।
ତେବେ ଆସନ୍ତୁ ଜାଣିବେ ସେଗୁଡିକ କଣ କଣ ? ଗୋଟିଏ ମଣିଷ ସେତେବେଳେ ହିଁ ଅନ୍ୟ ମାନଙ୍କ ସହ ଭଲ ଵ୍ୟଵହାର କରିପାରିବ ଯେତେବେଳେ ତା ପାଖରେ ଏହି ସାତ ଟି ଗୁଣ ଥିବା। ପ୍ରଥମ ହେଉଛି ସିଏ ଯିଏ ନିଜ ପରିବାର ର ଭଲ ଭାବେ ଯତ୍ନ ନେଉଥିବା। ଦ୍ୱିତୀୟରେ ହେଉଛି ସେହିଲୋକ ଯିଏକି ସମ୍ନା ଵାଲା ର ପରିସ୍ଥିତି ଓ ତାର ସମସ୍ତ ଦୁଃଖ କଷ୍ଟ କୁ ବୁଝିପାରୁଥିବ ଏବଂ ସେ ଅସୁବିଧାରେ ପଡିଥିବା ସମୟରେ ତାକୁ ସାହାଯ୍ୟ କରିପାରୁଥିବା। ତୃତୀୟରେ ହେଉଛି ସେହିଲୋକ ଯିଏ ଦୁ-ଷ୍ଟ ଲୋକ ହେଉ କିମ୍ବା ଶ- ତ୍ରୁ ହେଉ କଥା କହିଲା ବେଳେ ନିଜ ଶୈଳୀ ରେ ବୁଝାଇ ପାରୁଥିବ।
ଚତୁର୍ଥରେ ସେହିଲୋକ ଯିଏକି ସର୍ବଦା ଜ୍ଞାନୀ ମାନଙ୍କ ସହ ବସବାସ କରୁଥିବା ଏବଂ ତାଙ୍କ ଠାରୁ ଭଲ ଶିକ୍ଷାଲାଭ କରୁଥିବ।ପଞ୍ଚମରେ ସେହିବ୍ୟକ୍ତି ଯିଏ ନିଜର ବାପା ମାଆ ଓ ଗୁରୁଜନ ମାନଙ୍କ ସହ ଶହନ ଶୀଳତାର ସହ କଥାବାର୍ତ୍ତା କରୁଥିବା ଓ ଯାହାର କଥା ଶୁଣି ଗୁରୁଜନ ମାନଙ୍କ ମନ ସନ୍ତୋଷ ରେ ଭରି ଯାଉଥିବ। ଷଷ୍ଠ ରେ ହେଉଛି ସେହିଲୋକ ଯିହା ଭିତରେ ଧର୍ଯ୍ୟ ଧରିବାର ଶକ୍ତି ଓ ସାମର୍ଥ୍ୟ ଥିବା ଏବଂ ଭଲ ହେଉ କିମ୍ବା ଖରାପ ହେଉ ସବୁ ପରିସ୍ଥିତି କୁ ବୁଦ୍ଧିମାନତାର ସହ ମୁକାବିଲା କରିପାରୁଥିବ।
ସର୍ବ ଶେଷରେ ସେହି ବ୍ୟକ୍ତି ଯିଏକି ପ୍ରତିଟି ସମୟରେ ମହିଳା ମାନଙ୍କ ସହ ଭାବିଚିନ୍ତି କଥାବାର୍ତ୍ତା କରୁଥିବ । ମହିଳା ମାନଙ୍କୁ ସନମାନ ଦେଉଥିବା ସେମାନଙ୍କ ସହ ବ୍ୟବହାର ଭଲ କରୁଥିବା ଏବଂ ସର୍ବଦା ଗୋଟେ ଝିଅ ଇ-ଜ୍ଜ-ତ ଉପରେ ପ୍ରଶ୍ନ ନ ଉଠିଲା ଭଳି କାମ କରୁଥିବ। ଏହିପରି ବ୍ୟକ୍ତି ଜୀବନରେ କେବେ କାହା ମନରେ କଷ୍ଟ ଦିଅନ୍ତି ନାହିଁ। ସର୍ବଦା ନିଜର କଥା ଓ ବ୍ୟବହାର ଦ୍ଵାରା ଅନ୍ୟମାନଙ୍କ ମନ ଖୁସି କରିଥାନ୍ତି। ତେଣୁ ଚାଣକ୍ୟ ଙ୍କର ଏହି ସବୁ ନୀତିକୁ ଜୀବନରେ ଉପଯୋଗୀ କରନ୍ତୁ ନିଶ୍ଚୟ ସଫଳ ହେବେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ