Breaking News

ଏଣିକି ଲକ୍ ଡାଉନ୍ ରେ ମର୍ଣ୍ଣିଂ ୱାକ୍ ସମ୍ପୂର୍ଣ୍ଣ ମନା !! ଅମାନିଆ ହେଲେ ହେବ ଦୃଢ କାର୍ଯାନୁଷ୍ଠାନ

ସାରା ଦେଶରେ କରୋନା ମହାମାରୀ ର ସ୍ଥିତି ଯେ ଏବେ କେତେ ଜଟିଳ ରହିଛି ତାହା ସମସ୍ତଙ୍କୁ ଜଣା ।ଦିନ କୁ ଦିନ ଏହି ମହାମାରୀ ଅତି କ୍ଷୀପ୍ର ବେଗରେ ରାଜ୍ୟ କୁ ରାଜ୍ୟ ବ୍ୟାପିବାରେ ଲାଗିଛି । ମହାମାରୀ ର ଭୟାବହତା କୁ ଦୃଷ୍ଟିରେ ରଖି ଏହାର ସଂକ୍ରମଣକୁ ରୋକିବା ପାଇଁ ଅନେକ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ବଡ଼ ପଦକ୍ଷେପ ନେଇଛନ୍ତି।ଲୋକ ମାନେ ଏହି ମହାମାରୀ ଠାରୁ କିଭଳି ସୁରକ୍ଷିତ ରହିପାରିବେ ଏଥିପାଇଁ ସଚେତନ ମଧ୍ଯ କରାଉଛନ୍ତି।ଆମ ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୧୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି କରିଛନ୍ତି।


ତେବେ ସରକାର ଏହି ଲକ୍ ଡାଉନ୍ ସମୟରେ କିଛି ଜରୁରୀକାଳୀନ ଓ ନିତ୍ୟାନ୍ତ ଆବଶ୍ୟକିୟ ସେବାକୁ ଅନୁମତି ଦେଇଛନ୍ତି ।ଏହାର ଫାଇଦା ଉଠାଉଛନ୍ତି କିଛି ଅମାନିଆ ଲୋକ।ବିଭିନ୍ନ ସମୟରେ ବିଭିନ୍ନ କାରଣ ଦର୍ଶାଇ ଏମାନେ ବାହାରକୁ ବାହାରୁଛନ୍ତି । ପ୍ରାୟତଃ ସକାଳ ସମୟରେ ମର୍ଣ୍ଣିଂ ୱାକ୍ ର ବାହାନା ଦେଖାଇ ଅନେକ ଲୋକ ବାହାରକୁ ବାହାରିବା ସହିତ ଭିଡ଼ ଜମାଉଛନ୍ତି।ଯାହା ଫଳରେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି।ଏହାକୁ ଦୃଷ୍ଟିରେ ରଖି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି କଟକ-ଭୁବନେଶ୍ଵର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।


ପୋଲିସ କମିଶନର କହିଛନ୍ତି, କିଛି ଲୋକେ ଲକଡାଉନରେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ କରୁଥିବା ଦେଖିବାକୁ ମିଳିଛି, ଯାହା ସମ୍ପୂର୍ଣ୍ଣ ଗାଇଡଲାଇନର ଉଲ୍ଲଙ୍ଘନ। ରାସ୍ତା ଉପରକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ । ତେଣୁ ଏବେ କୌଣସି ଗହଳି କଲା ଭଳି କାର୍ଯ୍ୟ ଅର୍ଥାତ୍ ୱାକିଂ ଓ ସାଇକ୍ଲିଂ କରିପାରିବେ ନାହିଁ। ସେହିପରି ରାଜ୍ୟରେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ଜେଠୱା କହିଛନ୍ତି, ଏଣିକି କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହାଛଡ଼ା କୌଣସି ଘରୋଇ ହସ୍ପିଟାଲରେ ଅଧିକ ଅର୍ଥ ନେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସବୁ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍କ୍ୱାଡ୍ କଠନ ହୋଇଥିବା ଜେଠୱା କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଭୁବନେଶ୍ଵରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ସମୟରେ ରାଜଧାନୀବାସୀଙ୍କୁ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂ ପାଇଁ ସକାଳେ ଏକ ଘଣ୍ଟା କୋହଳ ଦିଆଯାଇଥିଲା। ତେବେ ଲୋକେ ଲକ୍‌ଡାଉନ୍‌ରେ ମଧ୍ୟ ଏହାକୁ ଜାରି ରଖିଥିଲେ।କିନ୍ତୁ ଏବେ ଏହା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *