ଯେତେବେଳେ କୌଣସି ସାଟେଲାଇଟ ବା ରକେଟ ମହାକାଶରେ ଫେଲ ହୋଇ ପୃଥିବୀ ଉପରକୁ ଖସିଆସେ ସେତେବେଳେ ଚାରିଆଡେ ଏକ ଭୟର ବାତାବରଣ ଖେଳିଯାଏ।ତାହା ଯେତେବେଳେ କୌଣସି ଜନବସତି ଉପରେ ପଡିବାର ସମ୍ଭାବନା ଥାଏ ତେବେ ଏହା ଏମିତି ବିସ୍ଫୋରଣ ଘଟାଇଥାଏ ଜାହାଫଳରେ ଅନେକ ଧନ ଜୀବନ ନଷ୍ଟ ହୋଇଥାଏ। ଏମିତି ଏକ ଉଦାହରଣ ଆଗରୁ ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହିଭଳି ଏକ ବିପଦ ମାଡ଼ିଆସୁଛି ପୃଥିବୀ ଆଡ଼କୁ। ଚୀନ ର ଏକ ଲଙ୍ଗ 5 ରକେଟ ଯାହାକୁକି ସେ ମହାକାଶରେ ଏକ ଅସ୍ଥାୟୀ ସ୍ପେସ ଷ୍ଟେସନ ବନାଇବା ପାଇଁ ପଠାଇଥିଲା। ମାତ୍ର ଦୁର୍ଭାଗ୍ୟ ବଶତଃ ସେଇଟି ଫେଲ ହୋଇ ମହାକାଶରେ ବେକାବୁ ହୋଇପଡିଛି ଏବଂ ନିଜର ଅକ୍ତିଆର ହରାଇଚି।
ସୂଚନା ରୁ ଜଣାପଡୁଛି 21 ହଜାର କିଲୋର ଏହି ରକେଟ ତୀବ୍ର ଗତି ରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି। ପ୍ରତି ସେକେଣ୍ଡରେ 4 ମାଇଲ ଗତି କରୁଥିବା ଏହି ରକେଟ ଟି କେଉଁ ସ୍ଥାନରେ ପଡିବ କେତେ ଭ- ୟ- ଙ୍କର ବି- ସ୍ଫୋ- ରଣ ଘଟାଇବା ଏବଂ କେତେ କ୍ଷୟ କ୍ଷତି ଘଟାଇବ ତାହା ବୈଜ୍ଞାନିକ ମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଏହି ଘଟଣା ପୂର୍ବରୁ ଘଟିଥିବା ଏହିପରି ଏକ ଘଟଣା ସ୍କାଇଲାଵ କଥା ତ ନିଶ୍ଚିତ ଆପଣମାନଙ୍କର ମନେଥିବ।ଆମେରିକାର ବୈଜ୍ଞାନିକ ମାନେ 1973 ମସିହାରେ ମହାକାଶରେ ସ୍କାଇଲାଵ କୁ ଛାଡିଥିଲେ।
85 ଟନ ର ଏହି ରକେଟ ଯେତେବେଳେ ମହାକାଶରେ ଫେଲ ହୋଇଯାଇଥିଲା ସେତେବେଳେ ତୀବ୍ର ଗତିରେ ଏହା ପୃଥିବୀ ଆଡ଼କୁ ଘସି ଆସିଥିଲା।ମାତ୍ର ଏହା ଏତେ ମାତ୍ରରେ କ୍ଷତି ପହଞ୍ଚାଇ ନଥିଲା କାରଣ ଏହି ମିସାଇଲ ଟି ଅଷ୍ଟ୍ରେଲିଆର ଏକ ଜନଶୁନ୍ୟ ସ୍ଥାନରେ ପଡିଥିଲା ଫଳରେ ଲକ୍ଷ ଲକ୍ଷ ଜୀବନ ଯିବାରୁ ବଞ୍ଚିଯାଇଥିଲା। ମାତ୍ର ଚୀନ ଦ୍ଵାରା ପଠାଯାଇଥିବା ଏହି ଲଙ୍ଗ 5 ରକେଟ ମହାକାଶରେ ପହଁଚିଲାବେଳକୁ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ଫଳରେ ମିସାଇଲ ଟି ନିଜର ହରାଇଛି। ସୂଚନାଯୋଗ୍ୟ ଏହା ନିଶ୍ଚୟ ପୃଥିବୀ ପୃଷ୍ଟରେ ହିଁ ପଡିବାର ସମ୍ଭାବନା ରହିଛି। କିନ୍ତୁ ଚିନ୍ତା ର ବିଷୟ ହେଉଛି ଏହା କେଉଁ ସ୍ଥାନରେ ପଡିବ ।
ଚୀନର ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ଗୋଟେ ସେକେଣ୍ଡରେ 4 ମାଇଲ ଗତି କରୁଥିବା ଏହି ରକେଟ କେଉଁ ସ୍ଥାନରେ ପଡିବ ତାର ଗତି ଅନୁସାରେ ହିଁ କହିହେବ।ଯଦି ଗତିରେ କିଛି ପରିବର୍ତ୍ତନ ଆସେ ତେବେ ମୋଡ଼ ବୁଲିଯିବାର ସମ୍ଭାବନା ଯଥେଷ୍ଟ ଅଛି। ତେବେ ବୈଜ୍ଞାନିକ ଙ୍କ ଆକଳନ ଅନୁଯାୟୀ ଆମେରିକାର ନିୟୁୟର୍କ ଶହର ଏହାର ଟାର୍ଗେଟ ରେ ଥିବାବେଳେ କେହି କେହି ବୈଜ୍ଞାନିକ ଏହାକୁ ଚୀନ ର ବେଜିନ ସହରରେ ପଡିପାରେ ବୋଲି କହିଛନ୍ତି।ମାତ୍ର ମିସାଇଲ ଟି ଯଦି ଏକ ଜନବସତି ସ୍ଥାନରେ ପଡେ ତେବେ ଏକ ଭ- ୟ- ଙ୍କ- ର ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ