Breaking News

ଆମୀର ଖାନ ଛାଡପତ୍ର ମାମଲା : ଅଲଗା ହେବା ନିଷ୍ପତିରେ ଏମିତି କହିଲେ ସୁର ରାଉତରାୟ , ଆଶ୍ଚର୍ଯ ହେବେ କଣ …

ବଲିଉଡର ବହୁ ଚର୍ଚ୍ଚିତ ବିଚ୍ଛେଦକୁ ନେଇ ଏବେ ଚର୍ଚ୍ଚା ଜୋର । ନିକଟରେ ମିଷ୍ଟର ପରଫେକ୍ସନ ଆମୀର ଖାନ ଓ ପତ୍ନୀ କିରଣ ରାଓ ଅଲଗା ହେବା ନେଇ ଘୋଷଣା କରିଥିଲେ । ଘୋଷଣାରେ କୁହାଯାଇଥିଲା କି ୧୫ ବର୍ଷ ପରେ ଆମ ରାସ୍ତା ଅଲଗା ହେବାକୁ ଯାଉଛି । ଅର୍ଥାତ ଆମେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । କିନ୍ତୁ ଆମେ ଦୁହେଁ ଏକାଠି ହୋଇ ପୁଅ ଆଜାଦର ଦେଖାଶୁଣା କରିବୁ । ଆମିର ଓ କିରଣଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ଫ୍ୟାନ୍ସ ମହଲରେ ଅନେକ ପ୍ରତିକ୍ରିୟା ନଜର ଆସିଥିଲା । କେବଳ ଫ୍ୟାନ୍ସ ନୁହେଁ, ବଲିଉଡ୍ ର ଅନେକ କଳାକାର ମାନେ ମଧ୍ୟ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଥିଲେ।

ତେବେ ଏହି ବିଷୟରେ ଏବେ ନିଜର ମତ ରଖିଛନ୍ତି ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗତ କାଲି ଅନୁଷ୍ଠିତ ହୋଇଥିବା କଂଗ୍ରେସ ର ଏକ ବୈଠକରେ ଯୋଗ ଦେବା ସମୟରେ ସୁର ରାଉତରାୟ ଏ ବିଷୟର ପ୍ରତିକ୍ରିୟା ରଖିଥିଲେ ଓ ଆମୀର୍ ଙ୍କର ଏଭଳି ନିଷ୍ପତିକୁ କଡ଼ା ସମାଲୋଚନା କରିଥିଲେ। ତାଙ୍କ କହିବାନୁଯାୟୀ, ଆମୀର ଖାନ ଜଣେ ଉଚ୍ଚକୋଟୀର ଅଭିନେତା ଏଥିରେ ସନ୍ଦେହ ନାହିଁ। ଦେଶର ଦୁଃଖ ସମୟରେ ମଧ୍ୟ ସେ ଦେଶର ଜନତା ମାନଙ୍କୁ ଅନେକ ସାହାଯ୍ୟ କରିଛନ୍ତି।

ହେଲେ ତାଙ୍କର ଏଭଳି ୧୫ ବର୍ଷରେ ଥରେ ଲେଖାଏଁ ସ୍ତ୍ରୀ ବଦଳାଇବା ଭାରତ ବର୍ଷ ପାଇଁ ଅମଙ୍ଗଳ। ଏଭଳି ଆଦର୍ଶ ଆମ ଭାରତ ବର୍ଷର ଲୋକ ମାନଙ୍କ ଉପରେ ଖରାପ୍ ପ୍ରଭାବ ପକାଇବ । ଏତେ ବଡ଼ ଲୋକ ହୋଇ ମଧ୍ୟ ଯଦି ପ୍ରତି ୧୫ ବର୍ଷରେ ସ୍ତ୍ରୀ ପରିବର୍ତ୍ତନ କରିବେ ତାହାଲେ ଏଗୁଡ଼ା ଜମା ସୁନ୍ଦର କଥା ନୁହେଁ ” ବୋଲି ସେ କହିଛନ୍ତି । ତେବେ ସୂଚନା ଥାଉ କି, ଗତକାଲି ବଲିଉଡ୍ ର ଲୋକପ୍ରିୟ ଅଭିନେତା ଆମିର୍ ଖାନ୍ ଓ ପତ୍ନୀ କିରଣ ରାଓ ନିଜର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଦୀର୍ଘ ୧୫ ବର୍ଷର ସ୍ବାମୀ – ସ୍ତ୍ରୀ ସମ୍ପର୍କକୁ ଦୁହେଁ ମିଳିତ ଭାବେ ଶେଷ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏ ନେଇ ଦୁହେଁ ଏକ ନିଜର ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ଏକ ମିଳିତ ଷ୍ଟେଟମେଣ୍ଟ ଜାରି କରି ନିଜର ଫ୍ୟାନ୍ସ ମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ କିରଣ ହେଉଛନ୍ତି ଆମିର୍ ଙ୍କର ଦ୍ଵିତୀୟ ପତ୍ନୀ। କିରନ ରାଓଙ୍କୁ ବିବାହ କରିବା ପୂର୍ବରୁ ଅମୀର ରିନା ଦତ୍ତଙ୍କ ସହ ପ୍ରଥମ ବିବାହ କରିଥିଲେ। ହେଲେ ୧୫ ବର୍ଷ ପରେ ପ୍ରଥମ ବିବାହରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏବେ ଅଭିନେତାଙ୍କର ଦ୍ଵିତୀୟ ବିବାହ ମଧ୍ୟ ତିଷ୍ଠି ପାରିଲା ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବିବାହ ପୁର୍ବରୁ ଗୁନଗୁନଙ୍କୁ (Gungun) କିପରି ତାଙ୍କ ସ୍ଵାମୀ ପ୍ରପୋଜ କରିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , …

Leave a Reply

Your email address will not be published. Required fields are marked *