ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଙ୍କ ଚାକର ର ଦମା ଶୁଣିଲେ ଆଶ୍ଚର୍ଯ ହୋଇଯିବେ । ଭାରତ ର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଙ୍କୁ କିଏ ବା ନଜାଣେ |କିନ୍ତୁ ଏହା ଆଗରୁ କେବଳ କିଛି ଲୋକ ହିଁ ମୁକେଶ ଆମ୍ବାନୀ ଙ୍କୁ ଜାଣି ଥିଲେ |ପାଞ୍ଚ ସେପ୍ଟେମ୍ବର ଦୁଇ ହଜାର ଷୋହଳ ରେ ଯେବେ ଜିଓ ସିମ ଭାରତ ରେ ଲଞ୍ଚ ହେଲା ତା ପରଠୁ ଛୁଆ ଠୁ ଧରି ବୁଢା ପର୍ଯ୍ୟନ୍ତ ପ୍ରାୟ ଲୋକ ମୁକେଶ ଆମ୍ବାନୀ ଙ୍କୁ ଜାଣି ଗଲେ |ଜିଓ ଲଞ୍ଚ ହବା ପରେ ମୁକେଶ ଆମ୍ବାନୀ ଙ୍କୁ ପରିଚୟ ସହିତ ଅପାର ଧନ ମଧ୍ୟ ମିଳିଲା |
କାହିଁକି ନା ଜିଓ ଆସିଲା ପରେ ଅନ୍ୟ କମ୍ପାନୀ ଗୁଡିକୁ ପଛରେ ପକାଇ ମାର୍କେଟ ରେ ନିଜର ବିଜନେସ କୁ ଆକାଶ ର ସ୍ତର ରେ ପହଞ୍ଚାଇ ଦେଲା |ଆମ୍ବାନୀ ପରିବାର କୁ ସେମାନଙ୍କ ଧନ ସମ୍ପତ୍ତି ନା ରେ ଜଣା ଯାଏ |ଯଦି ଦୁନିଆ ର ସବୁଠାରୁ ଧନୀ ଲୋକ ବିଷୟ ରେ କଥା ହବା ,ତେବେ ଅମ୍ବାନୀ ପରିବାର କୁ ଦୁନିଆ ର ଟପ ଫିଫଟି ଧନୀ ଲୋକ ଭିତରେ ଧରାଯାଏ |କୋଟି କୋଟି ଟଙ୍କାର ଧନ ରୋଜଗାର କରୁଥିବା ମୁକେଶ ଅମ୍ବାନୀ ତାଙ୍କ ଘରେ ଥିବା ସେବକ ଏବଂ ଚାକର ମାନଙ୍କୁ କେତେ ଟଙ୍କା ଦିଅନ୍ତି ଆମେ ସମସ୍ତେ ଜାଣିଛେ ମୁକେଶ ଅମ୍ବାନୀ ଆମ ଭାରତ ର ସବୁଠାରୁ ଧନୀ ବ୍ୟକ୍ତି |
ଏମିତି ରେ ପ୍ରାୟ ଲୋକ ଙ୍କ ମନ ରେ କେବେ ନା କେବେ ପ୍ରଶ୍ନ ଆସିଥିବ ଯେ ,ଏତେ ବଡ ଧନୀ ବ୍ୟକ୍ତି ଙ୍କ ଘରେ ସେବକ ଏବଂ ଚାକର ମାନଙ୍କ ଦରମା କେତେ ହୋଇ ଥିବ ?ପ୍ରଥମେ ଜାଣିବା ଯେ ,ମୁକେଶ ଅମ୍ବାନୀ ଦୁନିଆ ର ସବୁଠାରୁ ମହଙ୍ଗା ଘରେ ରୁହନ୍ତି |ଯାହାର ନାମ ଏଣ୍ଟିଲିଆ ରଖା ଯାଇଛି |ଏବଂ ଆଶ୍ଚର୍ଯ୍ୟ କଥା ଏହିକି ଯେ ,ଏହି ଘର ର ମୂଲ୍ୟ ପାଖାପାଖି ଚାରି ହଜାର ପାଞ୍ଚ ଶହ କୋଟି ଟଙ୍କା |ଏତେ ବଡ ଘର ର ଦେଖା ଶୁଣା ପାଇଁ ସେବକ ମାନଙ୍କ ଆବଶ୍ୟକତା ତ ନିଶ୍ଚୟ ପଡୁଥିବ |ମୁକେଶ ଅମ୍ବାନୀ ଙ୍କ ଘର ଏଣ୍ଟିଲିଆ ସତେଇଶି ମହଲା ର ତିଆରି ହୋଇଛି |ଯାହାର ଦେଖା ଶୁଣା ପାଇଁ ପାଖା ପାଖି ଛଅ ଶହ ଜଣ ସେବକ ଏବଂ ଚାକର ଲାଗିଛନ୍ତି |
ଏଣ୍ଟିଲିଆ ନାମକ ଏହି ଘର ମୁମ୍ବାଇ ର ଅଳଟା ମାଉଣ୍ଟ ରୋଡ କୁମ୍ବାବାଲା ହିଲ ରେ ରହିଛି |ଏହି ଏହି ଘର ର ସୁରକ୍ଷା ପାଇଁ ପ୍ରତି ମାସ ପନ୍ଦର ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ |ଏହି ଘର ର ସୁରକ୍ଷା ପାଇଁ ଘର ଚାରି ପଟେ ସିଆରପିଏଫ ଜବାନ ମାନଙ୍କୁ ଜଗାଇ ଦିଅ ଯାଇଛି |ଅମ୍ବାନୀ ତାଙ୍କ ତାଙ୍କ ଚାକର ମାନଙ୍କୁ ନିଜ ଘର ଲୋକଙ୍କ ପରି ବ୍ୟବହାର କରନ୍ତି |ଅମ୍ବାନୀ ଙ୍କ ଚାକର ମାନଙ୍କ ଦରମା ପ୍ରଥମେ ଦଶ ହଜାର ଥିଲା କିନ୍ତୁ ଏବେ ସେମାନକୁ ଲକ୍ଷେ ଉପରକୁ ମଧ୍ୟ ଦରମା ମିଳୁଛି |ଏହା ସହ ଶିକ୍ଷା ଏବଂ ଜୀବନ ବୀମା ସୁବିଧା ମଧ୍ୟ ଯୋଗାଇ ଦିଆ ଯାଏ |ଏବଂ ସେମାନଙ୍କର ଦୁଇ ଜଣ ପିଲାଙ୍କୁ ଆମେରିକା ରେ ପଢିବାର ସୁବିଧା ମଧ୍ୟ ମିଳେ |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ