ଆଜି ୨୯ ଅକ୍ଟୋବର ୨୦୨୩ ରବିବାର, କାର୍ତ୍ତିକ ମାସ ଆରମ୍ଭ ଜାଣନ୍ତୁ କେମିତି ରହିବା ଆଜିର ଦିନ

ଆଜି ୨୯ ଅକ୍ଟୋବର ୨୦୨୩ ରବିବାର, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ରା.ଘ.୧୧.୫୩ ଗତେ ଦ୍ଵିତୀୟା ଦ୍ଵିଜା ନକ୍ଷତ୍ର ରା.ଘ.୪.୪୨ ଗତେ କୃତ୍ତିକା ନକ୍ଷତ୍ର । ଆଜିର ଶୁଭ ବେଳା ପ୍ରା.ଘ.୭.୪୧ ରୁ ଦି.ଘ. ୮.୫୮ ପର୍ଯ୍ୟନ୍ତ ।

ମେଷ – ମାନସିକାତାରେ ସକାରାତ୍ମକତା ଆସିବ, ବ୍ୟକ୍ତିତ୍ଵରେ ଚମକ ଆସିବ, ମାନସିକ ଶାନ୍ତି ମିଳିବ, ବିଦ୍ୟାର୍ଥୀ ମାନେ ଚିନ୍ତାରୁ ମୁକ୍ତି ପାଇବେ, ସନ୍ତାନ୍ ମାନେ ଆପଣଙ୍କ କଥା ରଖିବେ, ବ୍ୟବସାୟରେ ସୁଧାର ଆସିବ । ଧନ ସଞ୍ଚୟ କରିବେ ।

ବୃଷ – ରୋଜଗାର କ୍ଷେତ୍ରରେ ଅନିଶ୍ଚିତତା ଆପଣଙ୍କୁ ବ୍ୟଥିତ କରିବ, ବ୍ୟାପାର ରେ ବ୍ୟୟ ଅଧିକ କାରଣରୁ ମନ ବ୍ୟଥିତ ରହିବ ,ନିଜ ବାଣୀରେ ନିୟନ୍ତ୍ରଣ ରଖନ୍ତୁ,  ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ ନାହିଁ, ପ୍ରେମ ଜୀବନ ସୁଖଦ ହେବ ।

ମିଥୁନ – ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ, ବନ୍ଧୁଙ୍କ ସହଯୋଗ ମିଳିବ, ପରିବାର ର କୌଣସି ସଦସ୍ୟ ଖୁସି ଖବର ଦେବେ , ବୈବାହିକ ଜୀବନ ସୁଖମୟ ହେବ , ପ୍ରେମ ଜୀବନରେ ନୂଆ ଉତ୍ସାହ ଆସିବ ।

କର୍କଟ – ନୂଆ ଉଦମ୍ୟରେ ଆପଣ ଲାଭଦାୟକ ହେବ ଶତ୍ରୁଙ୍କୁ ପରାସ୍ତ କରି ବିଜୟ ହେବେ, ଗୁରୁଜନଙ୍କ ଆର୍ଶୀବାଦ ମିଳିବ, ବିଦେଶରୁ ସୁଖ ସମ୍ବାଦ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟବସ୍ଥାର ଧ୍ୟାନ ରଖନ୍ତୁ ।

ସିଂହ – ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ, କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ ପାଇଁ ସଫଳ ହେବେ, ଶଶୁର ଘର ପକ୍ଷରୁ ଭଲ ଖବର ଆସିବ, ଭାଇ ଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ ହେବ ।

କନ୍ୟା – କୌଣସି ନିର୍ଣ୍ଣୟ ବୁଝି ବିଚାରୀ ନିଅନ୍ତୁ, ନୂଆ କାର୍ଯ୍ୟ କରିବା ପାଇଁ ସମୟ ଅନୁକୂଳ ନୁହେଁ, ମାନସିକ ଚିନ୍ତା ଆସିପାରେ, ପ୍ରେମ ସମ୍ପର୍କ ରେ ଶୁଭ ଖବର ମିଳିବ, ଆର୍ଥିକ ସ୍ଥିତି ମଧ୍ୟମ ରହିବ ।

ତୁଳା – ଦାମ୍ପତ୍ୟ ଜୀବନରେ ପୂର୍ବ ଝଗଡା ଭୁଲି ନୂଆ ଜୀବନ ଆରମ୍ଭ କରିବେ, କୌଣସି ନୂଆ କାର୍ଯ୍ୟର ଆରମ୍ଭ ମାତା ପିତାଙ୍କ ଆର୍ଶୀବାଦ ନେଇ କରନ୍ତୁ, ଆର୍ଥିକ ସ୍ଥିତି ଭଲ ରହିବ ।

ବିଛା – ଶତ୍ରୁଙ୍କୁ ପରାସ୍ତ କରିବେ କିନ୍ତୁ ନିଜ ଲୋକ ବିଶ୍ଵାସଘାତ କରି ପାରନ୍ତି, ବ୍ୟବସାୟୀ ଙ୍କ ପାଇଁ ସମୟ ଶୁଭ ରହିଛି, ବିଦ୍ୟାର୍ଥୀ ମାନେ ଭଲ ସହଯୋଗୀ ପାଇବେ, ପୈତୃକ ସମ୍ପତ୍ତି ପ୍ରାପ୍ତ ହେବେ ।

ଧନୁ – ନିଜ ଯୋଗତ୍ୟାକୁ ନିଖୁଣ କରିବେ, ରହସ୍ୟମୟୀ ଶାସ୍ତ୍ର ପଢିବେ , ଛାତ୍ର ଛାତ୍ରୀ ମାନେ ଭଲ କରିବେ, ଭବିଷ୍ୟତ ଚିନ୍ତାରୁ ମାନସିକ ଶାନ୍ତି ମିଳିବ, ପରିବାରରେ ସୁଖଦ ବାତାବରଣ ଲାଗି ରହିବ, ଭାଇ ଭଉଣୀଙ୍କ ସହିତ ସୁଖଦ ବାତାବରଣ ଲାଗି ରହିବ ।

ମକର – ରୋଜଗାର କ୍ଷେତ୍ରରେ ଚିନ୍ତିତ ରହିବେ, ବ୍ୟବସାୟରେ ଅସୁବିଧା ର ସମ୍ମୁଖୀନ କରିବେ, ବିଦ୍ୟାର୍ଥୀ ମାନେ ନିଜର ଅତି ଆତ୍ମବିଶ୍ଵାସ କାରଣରୁ କ୍ଷତି ହୋଇପାରେ, ପିତାଙ୍କ ମାର୍ଗ ଦର୍ଶନ ମିଳିବ, ଆର୍ଥିକ ସ୍ଥିତ ସ୍ଥିର ରହିବ ।

କୁମ୍ଭ – ସହଯୋଗୀଙ୍କ ସାହାର୍ଯ୍ୟ ମିଳିବ, ଧାର୍ମିକ କ୍ଷେତ୍ରରେ ଯୋଗ ଦେବେ, ରାଜନୈତିକ କ୍ଷେତ୍ରରେ ଶୁଭ ଫଳ ପାଇବେ , ପ୍ରେମ ସମ୍ପର୍କ ମନକୁ ପ୍ରସନ୍ନ ରଖିବ, ଆର୍ଥିକ ସମସ୍ୟାର ମୁକ୍ତି ମିଳିବ ।

ମୀନ – ନୂଆ କାର୍ଯ୍ୟ ଆରମ୍ଭ କରିବେ, ଆପଣଙ୍କ କାର୍ଯ୍ୟକୁ ଉଚ୍ଚ ଅଧିକାରୀ ପ୍ରଶଂସା କରିବେ, ବିଦ୍ଵାର୍ଥୀ ମାନେ ଶିକ୍ଷକ ପ୍ରଶଂସା କରିବେ, ପ୍ରେମ ସମ୍ପର୍କ ପାଇଁ ସମୟ ଅନୁକୂଳ ରହିଛି ।

Leave a Comment