ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା ଉଠାଇବା ହେବ ମହଙ୍ଗା। ନିଜ ବ୍ୟାଙ୍କ୍ ଏଟିଏମ୍ ବ୍ୟତୀତ ଯଦି ଅନ୍ୟ କେଉଁ ବ୍ୟାଙ୍କର ଏଟିଏମ୍ ରୁ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ଚାର୍ଜ। ତେଣୁ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ ଏବଂ ସୀମିତ ଭାବରେ ଅନ୍ୟ ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାନ୍ତୁ। ତେବେ ଆସନ୍ତୁ ଜାଣିବା କଣ ରହିଛି ରିଜର୍ଭ ବ୍ୟାଙ୍କର ଏହି ଟଙ୍କା ଉଠାଣ ନିୟମ? ଓ ଏହା କେବେ ଠାରୁ ଦେଶରେ କାର୍ଯ୍ୟକାରୀ ହେବ?
ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକ ମାନଙ୍କ ଠାରୁ ନେଉଥିବା କଷ୍ଟୁମର ଚାର୍ଜକୁ ଏବେ ବୃଦ୍ଧି କରିଛି। ଫଳରେ ଏବେ ଯଦି ଆପଣ ଅଲଗା କୌଣସି ବ୍ୟାଙ୍କ୍ ଏଟିଏମ୍ ରୁ ଲିମିଟ ରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଏଥିପାଇଁ ଅଧିକ ଟଙ୍କା ଚାର୍ଜ ଲାଗିବ ।
ଏହି ନିୟମ ୧ ଅଗଷ୍ଟ ୨୦୨୧ ମସିହାରୁ ଲାଗୁ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ଅନ୍ୟ କୌଣସି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ୨୦ ଟଙ୍କା ଚାର୍ଜ କଟୁଥିଲା କିନ୍ତୁ ଏହି ନୂତନ ନିୟମ ଲାଗୁ ହେବାପରେ ଏବେ ୨୧ ଟଙ୍କା ଚାର୍ଜ କଟିବ। ଏହାର ଅର୍ଥ, ଆପଣ ଯଦି ଆପଣଙ୍କ ବ୍ୟାଙ୍କ୍ ର ଏଟିଏମ୍ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କ୍ ର ଏଟିଏମ୍ ରୁ ଲିମିଟ୍ ରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ୨୧ ଟଙ୍କା କଟିଯିବ। ଏହି ନିୟମ ରିସାଇକେଲ ମେସିନ୍ ଉପରେ ମଧ୍ୟ ଲାଗୁ କରାଯିବ। ହେଲେ ଏହା ୧ ଜାନୁଆରୀ ୨୦୨୨ ମସିହାରୁ ଲାଗୁ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।
ମେଟ୍ରୋ ସହରର ଗ୍ରାହକ ମାନଙ୍କ ଠାରୁ ପ୍ରତି ମାସରେ ୩ ଥର ରୁ ଅଧିକ ଥର ଅନ୍ୟ ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଅଧିକ ଚାର୍ଜ ପଡ଼େ। ସେହିପରି ଅନ୍ୟ ସହରର ଗ୍ରାହକ ମାନଙ୍କ ଠାରୁ ୫ ଥରରୁ ଅଧିକ ଟଙ୍କା ଉଠାଇଲେ ଅଧିକ ଟଙ୍କା କଟିଥାଏ। ଏଟିଏମ୍ ର ଏହି ନିୟମ ପୂର୍ବରୁ ୧୦୧୨ ମସିହାରେ ପରିବର୍ତ୍ତନ କରାଯାଇଥିଲା ଏବଂ ଗ୍ରାହକ ମାନଙ୍କ ଠାରୁ ନିଆଯାଉଥିବା ଚାର୍ଜ ୧୦୧୪ ମସିହାରେ ପରିବର୍ତ୍ତନ କରାଯାଇଥିଲା। ବ୍ୟାଙ୍କ୍ ନିଜର ଗ୍ରାହକ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସେବା ଯୋଗାଇଯାଏ। ଏହାଠାରୁ ଅଧିକ ହେଲେ ଚାର୍ଜ କଟିଥାଏ।
ଅଣିକି ଆପଣ ଅନ୍ୟ ବ୍ୟାଙ୍କ୍ ଏଟିଏମ୍ ରୁ ୫ ଥର ଟଙ୍କା ଉଠାଇ ପାରିବେ।ଏହାଠାରୁ ଅଧିକ ହେଲେ ଆପଣଙ୍କୁ ଚାର୍ଜ ଦେବାକୁ ପଡ଼ିବ। ଟଙ୍କା ନେଣ ଦେଣ କରିବାର ଏକ ବଡ଼ ମାଧ୍ୟମ ହେଉଛି ଏଟିଏମ୍। ସହଜ ଓ ସୁବିଧାରେ ଏହା ଲୋକଙ୍କୁ ଦିନ ରାତି ସେବା ଯୋଗାଇଥାଏ। କୌଣସି ଅସୁବିଧା ସମୟରେ ଲୋକମାନେ ବ୍ୟାଙ୍କରେ ଲାଇନ ନ ଲଗେଇ ଏଟିଏମ୍ ରୁ ଟଙ୍କା ଉଠାଇ ପାରନ୍ତି। ତେଣୁ ଏଟିଏମ୍ ମଧ୍ୟମରେ ସହଜ ଓ ସୁବିଧାରେ ଲୋକେ ବ୍ୟାଙ୍କ୍ ସେବା ପାଇପାରନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ