କରୋନା ମହାମାରୀ ପାଇଁ ଏବେ ସମସ୍ତେ ଚିନ୍ତିତ । ସାରା ବିଶ୍ୱ କୁ ଏହି ମହାମାରୀ ଭୟବିତ କରାଇଛି।ଏହାରି ଭିତରେ ଦେଶ ରେ କରୋନା ର ସ୍ଥିତି ଅତ୍ୟଧିକ ଖରାପ୍ ହେବାରେ ଲାଗିଛି ଏହା ସହିତ ରାଜ୍ୟ ରେ ମଧ୍ୟ ଦିନ କୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି।ଏହି ଭଳି ଏକ କଠିନ ସମୟରେ ଅନେକ ଲୋକ ଆଗେଇ ଆସିଛନ୍ତି ସାହାଯ୍ୟ କରିବାକୁ। ନିଃସ୍ଵାର୍ଥପର ଭାବେ ଜନ ସେବା କରିବା ସହିତ ଅନେକ ଲୋକ ଙ୍କର ମନୋବଳ କୁ ଦୃଢ଼ କରୁଛନ୍ତି। ନିକଟ ରେ ଓଲିଉଡ୍ ର ଆଗଧାଡ଼ି ର ନାୟିକା ଅର୍ଚ୍ଚିତା କରୋନା କାଳ ରେ ଲୋକ ମାନଙ୍କ ମନୋବଳ କୁ ଦୃଢ଼ କରିବା ପାଇଁ ନିଜର ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି।
ସେଥିରେ ସେ ଅନ୍ୟ ମାନଙ୍କୁ ଏଭଳି ପରିସ୍ଥିତି ରେ ନଭାଙ୍ଗିପଡ଼ିବାକୁ ଶାନ୍ତ୍ବନା ଦେଇଛନ୍ତି।ହେଲେ ଦେଶ ରେ କରୋନା ର କରାଳ ଛବି ବିଷୟରେ କହୁ କହୁ ସେ ନିଜ କୋହ କୁ ସମ୍ଭାଳି ନ ପାରି ନଥିଲେ। ଭିଡ଼ିଓ ଦ୍ଵାରା ସେ କହିଛନ୍ତି “ଆଜି ଏ ଭିଡିଓ ଟି କରିବା ପଛରେ ମୋର ଉଦ୍ଦେଶ୍ୟ ହେଉଛି ଏଭଳି କରୋନା ସ୍ଥିତିରେ ଆପଣ ମାନକୁ ଟିକେ ଉତ୍ସାହିତ କରିବା, ଏଵଂ ଏଭଳି ପରିସ୍ଥିତି ରେ ଭାଙ୍ଗି ନ ପଡ଼ି ସମସ୍ତେ ଏହାର ସାମ୍ନା କରିବା। ଆଜିର ସମୟ ରେ ଆମ ସମସ୍ତ ଙ୍କ ସ୍ଥିତି ପ୍ରାୟତଃ ସମାନ। ଆମ ସମସ୍ତଙ୍କର ସମ୍ପର୍କୀୟ ଙ୍କ ମଧ୍ୟ ରୁ କେହି ନା କେହି ଅତି ନିଜର ଲୋକ କରୋନା ସହିତ ଯୁଦ୍ଧ କରୁଛି ।ହେଲେ ଏଭଳି ପରିସ୍ଥିତି ରେ ଧର୍ଯ୍ୟ ନ ହାରି କରୋନା କୁ ଦୃଢ଼ତା ର ସହ ମୁକାବିଲା କରିବା ଦରକାର”
ଆପଣ ମାନେ ସମସ୍ତେ ଜାଣିଥିବେ ଅର୍ଚ୍ଚିତା ଙ୍କ ସ୍ବାମୀ ବା ବଲିଉଡ ର ଆଗଧାଡି ର ଅଭିନେତା ସବ୍ୟସାଚୀ ଗତ ବର୍ଷ କରୋନା ସମୟରେ ଅନେକ ଲୋକ ଙ୍କୁ ସାହାଯ୍ୟ କରି ନିଜ ମହାନ୍ ହୃଦୟ ର ପରିଚୟ ଦେଇପାରିଛନ୍ତି। ।ସେହି ଭଳି ଏ ବର୍ଷ କରୋନା ର ଦ୍ଵିତୀୟ ଲହରୀ ରେ ମଧ୍ୟ ସେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।ସେ ନିଜ ସୋସିଆଲ ମିଡିଆ ମାଧ୍ୟମ ରେ ଏକ ଫର୍ମ ଦାଖଲ ର ବ୍ୟବସ୍ଥା କରିଛନ୍ତି ଯାହା ଦ୍ଵାରା ଯେ କୌଣସି ବ୍ୟକ୍ତି ଙ୍କ ର ଯଦି କରୋନା ସମ୍ପର୍କିତ କିଛି ବି ଅସୁବିଧା ହେଉଛି ତାହା ସେଥିରେ ଉଲ୍ଲେଖ କରିବାକୁ କହିଛନ୍ତି ଯାହା ଦ୍ଵାରା ସେ ସେହି ବ୍ୟକ୍ତି ଙ୍କୁ ସାହାଯ୍ୟ କରିପାରିବେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ