ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ ତ୍ରିଦେବ ମାନଙ୍କ ମଧ୍ୟରୁ ଅନ୍ୟତମ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତାଙ୍କୁ ସୃଷ୍ଟିର ପାଳନକର୍ତ୍ତା ବୋଲି ମଧ୍ୟ କୁହାଯାଏ। ସମଗ୍ର ଭାରତ ବର୍ଷରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ବିଷ୍ଣୁଙ୍କ ମନ୍ଦିର ନାହିଁ। ଭିନ୍ନ ଭିନ୍ନ ନାମ ଓ ଭିନ୍ନ ଭିନ୍ନ ଅବତାରରେ ସେ ସବୁ ଜାଗାରେ ପୂଜା ପାଉଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇ ମଧ୍ୟ ଏଠାରେ ବିଶ୍ବର ସବୁଠାରୁ ଉଚ୍ଚ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତି ନାହିଁ ବରଂ ସେହି ମୂର୍ତ୍ତି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ରହିଛି।
ଯେଉଁ ରାଷ୍ଟ୍ରର ନାମ ହେଉଛି ଇଣ୍ଡୋନେସିଆ। ଇଣ୍ଡୋନେସିଆର ବାଲି ଠାରେ ଥିବା ଏକ ପାର୍କରେ ବିଷ୍ଣୁଙ୍କର ୧୧୨ ଫୁଟ ଉଚ୍ଚତା ଓ ୬୫ ଫୁଟ ଚଉଡା ବିଶିଷ୍ଟ ଏହି ମୂର୍ତ୍ତି ରହିଛି। ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ସେହି ସ୍ଥାନକୁ ଆସିଥାନ୍ତି। ଶୁଣିଲେ ଆଶ୍ଚର୍ୟ୍ଯ ହେବେ ମୂର୍ତ୍ତିଟିକୁ ସମ୍ପୂର୍ଣ୍ଣ କରିବା ପାଇଁ କାରିଗର ମାନଙ୍କୁ ପ୍ରାୟ ୨୮ ବର୍ଷର ସମୟ ଲାଗିଥିଲା। ଏହି ମୂର୍ତ୍ତିଟିରେ ଗରୁଡ଼ଙ୍କ ଉପରେ ଭଗବାନ ବିଷ୍ଣୁ ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ବପ୍ପା ନ୍ୟୁମନ୍ ନୁଆର୍ତ୍ତ ନାମକ ଜଣେ ଇଣ୍ଡୋନେସିଆର ମୂର୍ତ୍ତିକାର ୧୯୭୯ ମସିହାରେ ଭଗବାନ ବିଷ୍ଣୁଙ୍କର ଏକ ବିଶାଳ ମୂର୍ତ୍ତି ତିଆରି କରିବାର ସ୍ବପ୍ନ ଦେଖିଥିଲେ।
ହେଲେ ଏହି ସ୍ବପ୍ନକୁ ସାକାର କରିବା କଷ୍ଟକର ଥିଲା। କାରଣ ଏଭଳି ଏକ ବିଶାଳକାୟ ମୂର୍ତ୍ତି ଗଢିବାକୁ ଦରକାର ଥିଲା କଠିନ ପରିଶ୍ରମ ସହିତ ବିପୁଳ ପରିମାଣର ଟଙ୍କା। ହେଲେ ମଧ୍ୟ ମୂର୍ତ୍ତିକାର ଜଣକ ହାର ମାନିନଥିଲେ। ୧୯୮୦ ଦଶକରେ ଏହି ମୂର୍ତ୍ତି ତିଆରି କରିବା ପାଇଁ ପ୍ରଥମେ ଏକ କମ୍ପାନୀ ତିଆରି କରାଗଲା। ଦୀର୍ଘ ଦିନର ଯୋଜନା ଓ ଟଙ୍କାର ବନ୍ଦୋବସ୍ତ ପରେ ଏହି ମୂର୍ତ୍ତି ତିଆରି କରିବା କାମ ୧୯୯୩ ମସିହାରେ ଆରମ୍ଭ ହୋଇଥିଲା। ଏହି ମୂର୍ତ୍ତି ନିର୍ମାଣରେ ଇଣ୍ଡୋନେସିଆର ବହୁ ସରକାର ସାହାଯ୍ୟ ମଧ୍ୟ କରିଛନ୍ତି।
ବଜେଟ୍ ଅଭାବରୁ ଏହି ମୂର୍ତ୍ତିରେ କାମକୁ ୨୦୦୭ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ସ୍ଥଗିତ ରଖାଯାଇଥିଲା। ହେଲେ ଲୋକଙ୍କ ବିରୋଧ ଫଳରେ ପୁଣି ଥରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। ଶେଷରେ ୨୦୧୮ ମସିହାରେ ଏହି ମୂର୍ତ୍ତିର କାର୍ଯ୍ୟ ସମାପ୍ତ ହୋଇଥିଲା। ତେବେ ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣ ପାଇଁ ମୂର୍ତ୍ତିକାର ବପ୍ପା ନ୍ୟୁଆର୍ତ୍ତୀଙ୍କୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ