ଆମ ଦେଶରେ ଅନେକ ଗୁଡିଏ ପ୍ରାଚୀନ ମନ୍ଦିର ରହିଛି ।ଆମ ଦେଶର ଲୋକେ ପୂଜା ପାଠ ଭଗବାନ ଙ୍କୁ ବହୁତ ବିଶ୍ୱାସ କରିଥାନ୍ତି ପ୍ରଥମେ ଆମେ ଠାକୁରଙ୍କ ପୂଜା ବିଧି ବୁଝିଥାଉ ତା ପରେ ଯାଇ ନିଜ କଥା ବୁଝିଥାଉ। ସବୁ ମନ୍ଦିରରେ ଭିନ୍ନ ଭିନ୍ନ ଠାକୁର ଠାକୁରାଣୀ ପୂଜା ପାଇଥାଆନ୍ତି ଆହୁରି ମଧ୍ୟ ସବୁ ଠାକୁର ଠାକୁରାଣୀ ମାନଙ୍କର ମାହାତ୍ମ୍ୟ ବି ଅଲଗା। ଏମିତି ଅନେକ ଗୁଡିଏ ମନ୍ଦିର ରହିଛି ଯାହାର ବିଶେଷତ୍ୱ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିଛି କିଛି ମନ୍ଦିରରେ ଏମିତି କିଛି ଘଟଣା ଘଟିଥାଏ ଯାହାଦ୍ଵାରା ଆମେ ଭଗବାନ ଙ୍କ ଉପସ୍ଥିତି କୁ ଆନୁଭଵ ବି କରିପାରିଥାଉ ।
ତାହାଲେ ଆଜି ଆମେ ଆମ ପେଜ୍ ମାଧ୍ୟମରେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠାରେ ବିଭୂତିରେ ଏତେ ମହତ୍ତ୍ଵ ରହିଥାଏ ଯେ ତାହାକୁ ପୋଷ୍ଟ ଅଫିସ ଦ୍ଵାରା ବିଦେଶକୁ ବି ପଠାଯାଇଥାଏ। ତେବେ ଆସନ୍ତୁ ଜାଣିବେ ଏହି ବିଭୂତି ର କଣ ମହାତ୍ମ୍ୟ ରହିଛି। ଏହି ମନ୍ଦିର ଟି ର ନାମ ହେଉଛି ରାଜ- ରାଜେଶ୍ୱରୀ ମନ୍ଦିର । ଏଠାରେ ଦେବୀ ମା ଭଗବତୀ ଙ୍କର ଏକ ସ୍ୱରୂପ କୁ ପୂଜା କରା ଯାଇଥାଏ। ଏହି ସ୍ଥାନଟି ଏମିତି ଏକ ସ୍ଥାନ ଯେଉଁଠାରେ ଭକ୍ତମାନେ ସ୍ୱୟଂ ଦେବୀ ମାଙ୍କ ଉପସ୍ଥିତି କୁ ଅନୁଭବ କରିପାରନ୍ତି। ଆହୁରି ମଧ୍ୟ ମନ୍ଦିର ଟି ଏକ ବହୁତ ପୁରୁଣା ମନ୍ଦିର ଏବଂ ଏକ ପ୍ରାଚୀନ ସିଦ୍ଧପୀଠ ନାମରେ ବି ବହୁଆଡେ ପରିଚିତ ତେଣୁ ଏଠାରେ ବହୁତ ଦେଶ ବିଦେଶରୁ ଦର୍ଶନ ପାଇଁ ଲୋକମାନଙ୍କର ଭିଡ଼ ଲାଗିଥାଏ ।
ସେଠାକାର ଲୋକମାନଙ୍କ କହିବା ଅନୁଯାୟୀ -ସେତେବେଳେ ସେହି ସ୍ଥାନଟି ପ୍ରଥମେ ଚାନ୍ଦପୁର ନାମରେ ପରିଚିତ ଥିଲା ପରେ ଗଢ଼ବାଲ ରାଜା ଅଜୟପାଲ ଏହାକୁ ପରିବର୍ତ୍ତନ କରି ଦେବଲଗଢ଼ ନାମରେ ନାମିତ କରିଥିଲେ । ଏହାପରେ ସେ ସେଠାରେ ପଠାଲ ନାମକ ଏକ ଭବନ ନିର୍ମାଣ କରି ସେହିଠାରେ ହିଁ ଏକ ମନ୍ଦିରର ମନ୍ଦିର ପ୍ରତିଷ୍ଠା କରିଥିଲେ । ସେହି ମନ୍ଦିରରେ ହିଁ ଭଗବତୀ ରାଜ ରାଜେଶ୍ୱରୀ ଦେବୀଙ୍କୁ ପୂଜା କରାଯଏ । ଏହି ମନ୍ଦିରରେ ପ୍ରତିବର୍ଷ ଯଜ୍ଞ କରାଯାଏ ।
ବିଶ୍ୱାସ ରହିଛି କି ଏଠାକାର ଜଂଜ୍ଞ ପୀଠରେ ଜାଗୃତ ଶ୍ରୀଯନ୍ତ୍ର ସ୍ଥାପନ କରାଯାଇଛି । ତେଣୁ ଜଂଜ୍ଞ ପରେ ବାହାରୁଥିବା ବିଭୂତି ରେ ଅନେକ ଅଲୌକିକ ଶକ୍ତି ରହିଥାଏ ବୋଲି ମାନ୍ୟତା ରହିଛି ।ଫଳରେ ଏହି ମନ୍ଦିରର ବିଶେଷତ୍ୱ ବିଦେଶରେ ରହିଥିବା ଯୋଗୁଁ ସେଠାକାର ଲୋକେ ଏହି ବିଭୁତି କୁ ଲଗାଇବା ପାଇଁ ବହୁତ ଆଗ୍ରହ ପ୍ରକାଶ କରନ୍ତି ଏତେ ବାଟରୁ ତ ଆଉ ପ୍ରତି ଜଂଜ୍ଞ ପରେ ଆସିପାରିବା ଆସିବା ସମ୍ଭବ ନୁହେଁ ତେଣୁ ବିଭୂତିକୁ ପୋଷ୍ଟ ଅଫିସ ମାଧ୍ୟମରେ ପଠାଯାଇଥାଏ
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ