Breaking News

ଗ୍ଯାସ ,ଏସିଡିଟି ହେଉଛି କି ? ଜାଣନ୍ତୁ , କେମିତି ପାଇବେ ମୁକ୍ତି

ଆଜି କାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ କାରଣରୁ ଅଧିକାଂଶ ଲୋକ ମାନଙ୍କ ଠାରେ ଏସିଡିଟିର ସମସ୍ୟା ଦେଖାଦେଉଛି। ବିଶେଷ କରି ଖାଦ୍ୟରେ ଅନିୟମିତତା ତଥା ସ୍ବାସ୍ଥ୍ୟ ଉପଯୋଗୀ ସୁଷମ ଖାଦ୍ୟ ନ ଖାଇବା ଦ୍ଵାରା ଏହି ସମସ୍ୟା ଉପୁଜିଥାଏ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସଭିଙ୍କ ଠାରେ ଏହି ସମସ୍ୟା ଦେଖାଦେଉଛି। ଯାହାକି ସମସ୍ତଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ତେବେ ଏହି ଏସିଡ ସମସ୍ୟା କାରଣ ସ୍ୱରୂପ ମଣିଷର ପେଟ ଫୁଲିବା, ଗଳା ଓ ଛାତି ପୋଡାଜ୍ଵଳl ହେବା, ଖଟା ହେକୁଡ଼ି ଆସିବା ଭଳି ସମସ୍ୟା ଦେଖାଦେଇଥାଏ । ଯଦି ଆରମ୍ଭରୁ ଏହାର ଚିକିତ୍ସା କରାନଯାଏ ବା ଏହାକୁ ନିୟନ୍ତ୍ରଣ ନ ରଖାଯାଏ ତେବେ ଏହା ଏହାକୁ ଆହୁରି ବଡ଼ ବଡ଼ ପେଟ ଜାତୀୟ ସମସ୍ୟା ସୃଷ୍ଟି କରିପାରେ।

ତେଣୁ ସମୟ ଥାଉ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଏସିଡିଟି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ। ଯଦି ନିୟମିତ ଭାବେ ଖାଦ୍ୟ ଖାଇ ସାରିବା ପରେ ଆପଣ ଏସିଡିଟି ସମସ୍ୟା ଭୋଗୁଛନ୍ତି। ତେବେ ଆପଣ ନିୟମିତ ମେଥି ର ସେବନ କରନ୍ତୁ। ଏଥିପାଇଁ ଆପଣ ଏକ ଗ୍ଲାସ୍ ପାଣିରେ ଏକ ଚାମଚ ମେଥି ପକାଇ ରାତିସାରା ସେପରି ରଖିଦିଅନ୍ତୁ। ସକାଳୁ ନିୟମିତ ଭାବରେ ସେହି ପାଣିକୁ ପିଅନ୍ତୁ। ଏହି ଭଳି କିଛି ଦିନ କରିବା ଦ୍ଵାରା ଆପଣଙ୍କର ଏସିଡିଟି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ।

ସେହିଭଳି ଘିକୁଆଁରି ଓ ଗୁଡୁଚି ପତ୍ରର ରସ ଶରୀରର ପାଚନତନ୍ତ୍ର ପାଇଁ ଖୁବ୍ ଉପକାରୀ ହୋଇଥାଏ । ତେଣୁ ଗ୍ୟାସ୍ ସମସ୍ୟା ଥିଲେ ଆପଣ ସକାଳୁ ଖାଲି ପେଟରେ ଘିକୁଆଁରି ରସ ଓ ଗୁଡୁଚି ପତ୍ରର ରସକୁ ଏକାଠି ମିଶ୍ରଣ କରି ସେବନ କରନ୍ତୁ। ଏହା ଦ୍ବାରା ମଧ୍ୟ ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ। ମାତ୍ର କିଛି କ୍ଷଣ ଭିତରେ ଏସିଡିଟିରୁ ମୁକ୍ତି ପାଇବାର ସବୁଠୁ ସରଳ ଉପାୟ ହେଉଛି ଥଣ୍ଡା କ୍ଷୀର ସେବନ। ଯଦି ଏସିଡିଟି ହେଉଥାଏ ତେବେ ଔଷଧ ପରିବର୍ତ୍ତେ ଆପଣ ସଙ୍ଗେ ସଙ୍ଗେ ଏକ ଗ୍ଲାସ୍ ଥଣ୍ଡା କ୍ଷୀର ପିଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଏସିଡିଟି କ୍ଷଣକରେ ଗାୟବ ହୋଇଯିବ।


ଏସିଡିଟିରୁ ରକ୍ଷା ପାଇବାର ଅନ୍ୟ ଏକ ଉପାୟ ହେଉଛି ଖାଇବା ଗୁଡର ସେବନ।ପେଟରେ ଏସିଡିଟି ହେବା ମାତ୍ରେ ଆପଣ କିଛି ମାତ୍ରାରେ ଗୁଡ଼ର ସେବନ କରନ୍ତୁ।ଏହାଦ୍ଵାରା ଖୁବ୍ କମ୍ ସମୟ ମଧ୍ୟରେ ଏସିଡିଟିରୁ ଉପଶମ ମିଳିଥାଏ। ସେହିଭଳି ଜିରା ଏବଂ ଜୁଆଣି ଏସିଡିଟି ପାଇଁ ଏକ ରାମବାଣ ଉପାୟ।କିଛି ମାତ୍ରାରେ ଜିରା ଏବଂ ଜୁଆଣିକୁ ତାୱାରେ ହାଲୁକା ଗରମ କରି କିଛି ମାତ୍ରାରେ ଚିନି ସହ ସେବନ କରିବା ଦ୍ୱାରା ଏସିଡିଟିରୁ ସଙ୍ଗେ ସାଙ୍ଗେ ଉପଶମ ମିଳିଥାଏ।ସେହିଭଳି ଅଁଳାକୁ କଳା ଲୁଣ ସହ ମିଶାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ସରକାର ଦେବେ ବେ-ରୋ-ଜ-ଗା-ର ଭ-ତ୍ତା, କେମିତି ପାଇବେ ଏହି ଭ-ତ୍ତା, କିଏ କିଏ ଓ କେଉଁ ମାନେ ପାଇବେ ଏହାର ଲାଭ

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବହୁ ଶୀଘ୍ର ସରକାର ବେ-ରୋ-ଜ-ଗା-ରି-ୟା ଭ-ତ୍ତା ଦବା ପାଇଁ …

Leave a Reply

Your email address will not be published. Required fields are marked *