Breaking News

ଏବେ ହ୍ଵାଟସଅପ୍‌ ମାଧ୍ୟମରେ ଜାଣିପାରିବେ ନିଜ ଅଞ୍ଚଳରେ ଥିବା ଟୀକାକରଣ କେନ୍ଦ୍ର ର ସୂଚନା।

ସାରା ଦେଶ ରେ ଏବେ ଜାରିରହିଛି କୋଭିଡ୍ ରୁ ରକ୍ଷା ପାଇବା ପାଇଁ ୩ୟ ପର୍ଯ୍ୟାୟ ଟୀକା କରଣ ପ୍ରକ୍ରିୟା ।୧୮ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ନିଜର ନିକଟସ୍ଥ ଟୀକା କରଣ କେନ୍ଦ୍ର କୁ ଯାଇ ଟୀକା ନେଇପାରିବେ କିନ୍ତୁ ଏଥି ପାଇଁ ଆଗରୁ ଅନଲାଇନ ରେ ରେଜିଷ୍ଟ୍ରେସନ କରିନେବା ନିହାତି ଆବଶ୍ୟକ। ଯଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଘର ପାଖାପାଖି କେଉଁଠି ଟିକାକରଣ କେନ୍ଦ୍ର ଅଛି। ତାହେଲେ ଆଜି ଆମେ ଆପଣଙ୍କୁ ଏଠାରେ ଜଣାଇବୁ ଆପଣଙ୍କ ନିକଟସ୍ଥ କେଉଁଠି ଦିଆଯାଉଛି ଟିକା ତାହା ଆପଣ ଆପଣଙ୍କ ହ୍ଵାଟସଅପ୍‌ ଦ୍ୱାରା କିପରି ଜାଣିପାରିବେ?


MyGovIndia ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ହ୍ବାଟସଆପ୍ ରେ MyGov Corona Helpdesk ଏବେ ଲୋକଙ୍କ ନିକଟତମ ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ଦେବ । ଏହା ହିନ୍ଦୀ ଏବଂ ଇଂଗ୍ରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ । ଯଦିଓ ଡିଫଲ୍ଟ ଭାଷା ଇଂରାଜୀ ଅଟେ କିନ୍ତୁ ଆପଣ ଚାହିଁଲେ ଭାଷାକୁ ହିନ୍ଦୀରେ ମଧ୍ୟ ପରିବର୍ତ୍ତନ କରିପାରିବେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଆପଣଙ୍କୁ କେଉଁ ନମ୍ବରକୁ ମେସେଜ୍ କରିବାକୁ ପଡିବ, ଅର୍ଥାତ୍, ସବିଶେଷ ତଥ୍ୟ ପାଇବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ? ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା…


ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ ୯୦୧୩୧୫୧୫୧୫ ନମ୍ବର ସେଭ୍ କରିବାକୁ ପଡିବ। ନମ୍ବର ସେଭ୍ କରିବା ପରେ ଫୋନରେ ହ୍ବାଟସଆପ୍ ଖୋଲନ୍ତୁ ।ହ୍ବାଟସଆପ୍ ଖୋଲିବା ପରେ ସେଭ୍ କରିଥିବା ନମ୍ବର ସହିତ ଚାଟ୍ ବକ୍ସ ଖୋଲନ୍ତୁ ଏବଂ Namaste ଲେଖି ପଠାନ୍ତୁ । ଚାଟ୍ ବକ୍ସ ଆପଣଙ୍କୁ ୯ଟି ବିକଳ୍ପ ସହ ରିପ୍ଲାଏ କରିବ ।ଟିକାକରଣ ସଂପର୍କରେ ସୂଚନା ପାଇବାକୁ, ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ । ଏହାପରେ ଆପଣଙ୍କୁ ୨ଟି ବିକଳ୍ପ ମିଳିବ, ସେଥିମଧ୍ୟରୁ ଟିକାକରଣକେନ୍ଦ୍ରର ସୂଚନା ପାଇଁ ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।


ଏହାପରେ ଆପଣଙ୍କୁ PIN କୋଡ୍ ଦେବା ପାଇଁ କୁହାଯିବ ।ଯେତେବେଳେ ଆପଣ ଆପଣଙ୍କ ଅଞ୍ଚଳର ପିନ୍ କୋଡ୍ ଲେଖି ପଠାଇବେ ନିକଟରେ ଥିବା ଟିକାକରଣ କେନ୍ଦ୍ର ବିଷୟରେ ସୂଚନା ପାଇଯିବେ । ଭ୍ୟାକସିନ୍‌ ସେଣ୍ଟର ଲିଷ୍ଟ ସହିତ MyGovIndia ଚାଟ୍‌ ବକ୍ସରେ ଆପଣଙ୍କୁ କୋଭିଡ ୧୯ ଭ୍ୟାକସିନ୍‌ ରେଜିଷ୍ଟ୍ରେସନର ଲିଙ୍କ ମଧ୍ୟ ମିଳିଯିବ। କୋଓ୍ଵିନ ଆପ୍‌ ଓପନ ହୋଇଯିବ। ଏଠାରେ ଆପଣଙ୍କୁ ନିଜ ଫୋନ ନମ୍ବର, ଓଟିପି ଏବଂ ଆଇଡି ପୃଫ ନମ୍ବର ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ। ଏମିତି ତ ଆପଣ ଚାହିଁଲେ ଆରୋଗ୍ୟ ସେତୁ ଆପ୍‌ ଏବଂ କୋଭିଡ ସର୍ଭିସ ପୋର୍ଟାଲ କିମ୍ବା ଉମଙ୍ଗ୍‌ ଆପକୁ ଯାଇ ସିଧାସଳଖ ରେଜିଷ୍ଟ୍ରେସନ୍‌ କରିପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *