Breaking News

ଦେଖନ୍ତୁ , କେମିତି ଶିକ୍ଷୟତ୍ରୀଙ୍କ ଆକାଉଣ୍ଟରୁ ଲୁଟିନେଲେ ୬୦ ହଜାର ଟଙ୍କା , ସତର୍କ ହୋଇ ଯାଆନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ମାତିଛନ୍ତି ଅନଲାଇନ୍‌ ଲୁଟେରା। ପୂର୍ବରୁ ବିଭିନ୍ନ ଲୋଭ ଦେଖାଇ ବ୍ୟାଙ୍କ ସମ୍ପର୍କୀତ ତଥ୍ୟ ହାସଲ କରି ଆକାଉଣ୍ଟ ଚଳୁ କରି ଦେଉଥିବା ଲୁଟେରା ଏବେ ଆପଣାଇଛନ୍ତି ଲୁଟ କରିବାର ନୂଆ ତରିକା। ବ୍ୟାଙ୍କ ଆକାଉଣ୍ଟ ସଂପର୍କୀତ କୌଣସି ତଥ୍ୟ ନ ମାଗିକି ବି ଆକାଉଣ୍ଟରେ ବୁଲାଇ ଦେଉଛନ୍ତି କଳାକନା। ଏପରି ଅନଲାଇନ୍‌ ଲୁଟ୍‌ର ଶିକାର ହୋଇଛନ୍ତି ଏବେ ଜଣେ ଶିକ୍ଷୟତ୍ରୀ। ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରିବା ବାହାନାରେ ତାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।

ରାଜଧାନୀ ଭୁବନେଶ୍ଵରର ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀଙ୍କ ସହ ହୋଇଛି ଏଭଳି ନିଆରା ଢଙ୍ଗରେ ଠକେଇ । ନିଜ ଆକାଉଣ୍ଟ ସମ୍ପର୍କୀତ ତଥ୍ୟ କାହାକୁ ନ ଦେଇ ବି ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହୋଇଯାଇଛି ୬୦ ହଜାର ଟଙ୍କା। ପୂରା ଘଟଣାଟି ଥିଲା ଏମିତି। ଗତ ୨୮ ତାରିଖରେ ଭୁବନେଶ୍ୱର ନିବାସୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରାନ୍ତୁ, ନହେଲେ ଆପଣଙ୍କ ଫୋନ୍‌ ବ୍ଲକ୍‌ ହୋଇଯିବ ବୋଲିି ଶିକ୍ଷୟତ୍ରୀ ଜଣକୁ କହିଥିଲେ।

ପ୍ରଥମେ ସେ ଏହାକୁ କୌଣସି ଠକ ବୋଲି ଭାବିଥିଲେ କିନ୍ତୁ ପରେ କଥା ଛଳନାରେ ଠକ ଜଣକ ଶିକ୍ଷୟତ୍ରୀ ଜଣକୁ ବିଶ୍ୱାସ ଦେଇଥିଲା । ୧୦ ଟଙ୍କା ରିଚାର୍ଜ କଲେ କେୱାଇସି ଅନ୍‌ଲାଇନ୍‌ରେ ଅପ୍‌ଡେଟ୍‌ କରିଦେବି ବୋଲି କହିଥିଲା ସାଇବର ଠକ। ଆଉ ତାଙ୍କ କଥାକୁ ସହଜରେ ବିଶ୍ୱାସ କରି ନେଇଥିଲେ ଶିକ୍ଷୟତ୍ରୀ। ଠକ ଜଣକ ଶିକ୍ଷୟତ୍ରୀ ଜଣକୁ ମୋବାଇଲ୍ ରେ ଏକ ନିର୍ଦ୍ଧିଷ୍ଟ ଆପ୍ ଡାଉନଲୋଡ୍ କରିବାକୁ କହିଥିଲା। ଶିକ୍ଷୟତ୍ରୀ ମଧ୍ୟ ତା କଥାରେ ଆସି ନିଜର ଓ ନିଜ ବାପାଙ୍କ ମୋବାଇଲ୍‌ରେ ଏକ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ।

ତା ପରେ ସେ ନିଜ ମୋବାଇଲ୍ ନମ୍ବରରେ ୧୦ ଟଙ୍କାର ରେଚାର୍ଜ କରିଥିଲେ । ଏହାପରେ ଠକ ଜଣକ ଶିକ୍ଷୟତ୍ରୀ ଜଣକୁ ମୋବାଇଲ୍ ନମ୍ବରକୁ ଯାଇଥିବା ଏକ ଓଟିପି ଦେବାକୁ କହିଥିଲେ। ଶିକ୍ଷୟତ୍ରୀ ଜଣକ ମଧ୍ୟ ବିଶ୍ୱାସ କରି ସେହି ଓଟିପି କୁ ଦେଇଦେଇଥିଲେ। ଏହା ପରେ ପରେ ଶିକ୍ଷୟତ୍ରୀ ଜଣକ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ୪୯୯୫ ଓ ୪୯୯୯ ଟଙ୍କା କଟିଯାଇଥିଲା। ହଠାତ୍‌ ଟଙ୍କା କଟିଥିବା ଦେଖି ଶିକ୍ଷୟତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ନିଜ ୟନୋ ଆପ୍‌ ଖୋଲି ଦେଖିଲା ବେଳକୁ ସବୁ ଟଙ୍କା ଫୋନ୍‌ କରିଥିବା ବ୍ୟକ୍ତିଙ୍କ ପାଖକୁ ଯାଇଥିଲା।

ଏହା ପରେ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀ ଟଙ୍କା କାହିଁକି ନେଲ ବୋଲି ସାଇବର ଠକ୍‌ଙ୍କୁ ପ୍ରଶ୍ନ କରିଥିଲେ। ପ୍ରଥମେ ସାଇବର ଠକ ଜଣକ ମନା କରିଥିଲା। ପରେ ଟଙ୍କା ଭୁଲରେ ଯାଇଛି, ଫେରାଇଦବୁ ବୋଲି କହିଥିଲେ। ହେଲେ ଟଙ୍କା ଫେରିବା ପରିବର୍ତ୍ତେ ଦୁଇଟି ପର୍ଯ୍ୟାୟରେ ୨୫୦୦୦ ଟଙ୍କା ଲେଖାଏଁ ଆକାଉଣ୍ଟରୁ କଟିଯାଇଥିଲା। ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟିବା ପରେ ଶ୍ରୀମତି ଯୋଶୀ ସଙ୍ଗେ ସଙ୍ଗେ ବ୍ୟାଙ୍କ୍ ଯାଇ ନିଜର ଓ ନିଜ ବାପାଙ୍କ ଆକାଉଣ୍ଟକୁ ବ୍ଲକ କରାଇଥିଲେ।ତେବେ ଏନେଇ ସେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ …

Leave a Reply

Your email address will not be published. Required fields are marked *