Breaking News

ଅଭିଜିତ ମଜୁମଦାର ଙ୍କ ସହ ଗୀତ ଗାଇଲେ ଭାଇରାଲ୍ ହୋଇଥିବା ପ୍ରଥମ ଶ୍ରେଣୀ ଛାତ୍ର ତ୍ରୈଲୋକ୍ୟ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଶୁଣି ଥିବେ କିଛି ଦିନ ତଳେ ଭାଇରାଲ୍ ହୋଇଥିବା କୁନି ପୁଅ ତ୍ରୈଲୋକ୍ୟ ର କଥା।।ସେ ପଢୁଥିବା ସ୍କୁଲ ଟି ଉଠି ଯିବାର ଜାଣିବା ପରେ ସେ ଗଣମାଧ୍ୟମକୁ କହିଥିବା ନିଜର ମନର କଥା “ମୁଁ ସ୍କୁଲ ରେ ପଢୁଛି,ମୁ ପ୍ରଥମ ଶ୍ରେଣୀ ରେ ପଢୁଛି” କଥାକୁହା ର ଶୈଳୀ ଟି ଖୁବ୍ ଭାଇରାଲ୍ ହୋଇଥିଲା।କୋମଳ ହୃଦୟ ର କଥା ଟି ସମସ୍ତ ଙ୍କ ହୃଦୟ କୁ ବେଶ୍ ଛୁଇଁପାରିଥିଲା।

ତାକୁ ନେଇ ତିଆରି ହୋଇଥିବା ରାପ୍ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଟୁଚି।ଛୋଟ ଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସବୁ ରି ମୁଁହ ରେ ସେହି ଗୀତ। ୟୁ ଟ୍ୟୁବ୍ ରେ ପ୍ରସାରିତ ହେବାର କିଛି ଘଣ୍ଟା ମଧ୍ୟ ରେ ଏହି ରାପ୍ ଟି କୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ।ଏହା ପରେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଥିଲା ଏହି ଭିଡ଼ିଓ।ଲୋକ ମାନଙ୍କ ଏଭଳି ଭଲ ପାଇବା ଦେଖି ମାଇଲେଜ୍ ନେବାକୁ ଚେଷ୍ଟା କରିଛି ଏକ ମ୍ୟୁଜିକ୍ କମ୍ପାନୀ ।

ତ୍ରୈଲୋକ୍ୟ କହିଥିବା କଥା ର ଲାଇନ ଗୁଡ଼ିକୁ ବ୍ୟବହାର କରି ଏକ ରାପ ସଙ୍ଗ ପ୍ରସ୍ତୁତ କରିଥିଲା।ଯାହାକୁ ଗାଇଛନ୍ତି ଲୋକ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଯାହା ଖୁବ୍ ଚର୍ଚ୍ଚା ସାଉଁଟିଛି।ହେଲେ ଦୁଃଖ ର ବିଷୟ ଏଇୟା ଯେ,ଯେଉଁ ପିଲା ର ଏହି କଥା, ସେହି ପିଲା ଟି କୁ ଭୁଲିଯାଇଛନ୍ତି ସମସ୍ତେ।ସମସ୍ତେ ଅସଲି କୁ ଛାଡି ନକଲି କୁ ମନେ ରଖିଛନ୍ତି। ଯୋଉ ସ୍କୁଲ ପାଇଁ ଏଭଳି କହି ପିଲା ଟି ଚର୍ଚ୍ଚା କୁ ଆସିଥିଲା।ସେହି ସ୍କୁଲ ଟି ଏବେ ଉଠିଯାଇଛି। ସୂଚନା ଯୋଗ୍ୟ ଯେ ,ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ର ଅମଣାକୁଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା କମ୍ ହେତୁ ସ୍କୁଲ ଟି ଉଠିଯାଇ ଏକ ନୂଆ ସ୍କୁଲ ରେ ମିଶ୍ରିତ ହୋଇଛି।

ଯାହା ଦ୍ଵାରା ଏହି ଗ୍ରାମ ର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ିବା ପାଇଁ ଅଟେ ଦୂର ଚାଲିଲି ଯିବାକୁ ପଡୁଛି। ତେବେ ଏହି ସବୁ ପରେ ପିଲା ଟି ନିଜର ମନ କଥା କୁ ପୁଣି ସମସ୍ତ ଙ୍କ ସାମ୍ନା କୁ ଆଣିଥିଲା ଏକ ଗଣମାଧ୍ୟମ ଦ୍ଵାରା।ସେ କହିଥିଲା” ମୋ କଥା କୁ ଗୀତ କରି ସମସ୍ତେ ଅଟେ ପ୍ରଶଂସା ସାଉଁଟିଲେ।ହେଲେ ମୋ କଥା ସମସ୍ତେ ଭୁଲିଗଲେ।” ତେବେ ଏ ସବୁ ପରେ ଅନ୍ୟ ଏକ ମ୍ୟୁଜିକ କମ୍ପାନୀ ତ୍ରୈଲୋକ୍ୟ କୁ ନେଇ ଏକ ଗୀତ ପ୍ରସ୍ତୁତ କରୁଛି।ଯେଉଁଥିରେ ତ୍ରୈଲୋକ୍ୟ ସହ କଣ୍ଠଦାନ କରିଛନ୍ତି ଓଡ଼ିଶା ର ଲୋକ ପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର। ଆମେ ବହୁତ ଶୀଘ୍ର ପୁଣି ଥରେ କୁନି ପୁଅ ଟି ର କୋମଳ କଥା କୁ ଗୀତ ମାଧ୍ୟମ ରେ ଶୁଣିପାରିବା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *