Breaking News

ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ମହାନତା। ମହିଳାଙ୍କୁ ଫେରେଇଲେ ଅଳଙ୍କାର ଭର୍ତି ବ୍ଯାଗ

ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ମହାନତା। ଜଣେ ମହିଳାଙ୍କୁ ତାଙ୍କ ହଜି ଯାଇଥିବା ଭ୍ୟାନିଟୀ ବ୍ୟାଗ୍ ଫେରେଇ ନିଃସ୍ୱାର୍ଥପର ଭାବର ପରିଚୟ ଦେଇଛନ୍ତି ଅଫିସର୍ ଜଣକ। ସୂଚନା ଅନୁଯାୟୀ, ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ନିକଟରେ। ସ୍ଥାନୀୟ ଜଣେ ମହିଳା କୌଣସି କାରଣରୁ ମେଡିକାଲ ଯାଇ ଫେରିବା ବାଟରେ ଅନ୍ୟମନସ୍କ ଭାବରେ ତାଙ୍କ ହାତରୁ ଭ୍ୟାନିଟୀ ବ୍ୟାଗ୍ ଟି ଖସି ପଡିଯାଇଥିଲା। ହେଲେ ଏଥିପ୍ରତି ମହିଳାଙ୍କ ଦୃଷ୍ଟି ଯାଇନଥିଲା। ହେଲେ କିଛି ସମୟ ପରେ ସେହି ବାଟ ଦେଇ ନିଜ ଘରକୁ ଫେରୁଥିଲେ ଧନେଶ୍ଵର ବାବୁ।

କିଛି କାମ ସାରି ନିଜ ଗ୍ରାମ ଦେବତୀଙ୍କ ମନ୍ଦିରରୁ ଫେରିବା ବାଟରେ ସେ ରାସ୍ତା ମଝିରେ ଏକ ଭ୍ୟାନିଟୀ ବ୍ୟାଗ୍ ପଡିଥିବାର ଦେଖିଥିଲେ। ଏହା ପରେ ସେ ତାହାକୁ ରାସ୍ତାରୁ ଉଠାଇ ସେଠାରେ କିଛି ସମୟ ଖୋଜାଖୋଜି କରିଥିଲେ । ଏହି ଆଶା ରେ କି, କାଳେ ଏହି ବ୍ୟାଗ୍ ର ପ୍ରକୃତ ମାଲିକ ଏହାକୁ ଖୋଜି ଖୋଜି ଆସି ପହଞ୍ଚିବେ। ହେଲେ ସେ କାହାକୁ ବି ପାଇନଥିଲେ। ଶେଷରେ ସେ ନିଜ ପତ୍ନୀ ଙ୍କୁ କଲ୍ କରି ଏ ସମ୍ପର୍କରେ କହିଥିଲେ। ଏହାପରେ ସେ ଘରକୁ ଯାଇ ଭ୍ୟାନିଟୀ ଭିତରେ ଥିବା ମହିଳାଙ୍କ ଆଧାର କାର୍ଡ ଟିକୁ ପାଇଥିଲେ।

ଆଉ ଏହି ଆଧାର କାର୍ଡ ରେ ଥିବା ନମ୍ବର କୁ କଲ୍ କରିଥିଲେ। ଶେଷରେ ମହିଳା ଜଣକ କଲ୍ ଉଠାଇ ଭ୍ୟାନିଟୀ ବ୍ୟାଗ ଟି ତାଙ୍କର ବୋଲି ସ୍ବୀକାର କରିଥିଲେ । ଶେଷରେ ଧନେଶ୍ଵର ବାବୁ ମହିଳା ଜଣକୁ ଭେଟି ତାଙ୍କୁ ସେହି ବ୍ୟାଗ୍ ଟି ଫେରାଇ ଦେଇଛନ୍ତି । ତେବେ ଏହି ଘଟଣା ପରେ ମହିଳା ଜଣକ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହି ବ୍ୟାଗ୍ ଭିତରେ ଟଙ୍କା ସହିତ ସୁନା ଓ ରୂପା ଅଳଙ୍କାର ମାନ ଥିଲା ବୋଲି ଜଣାପଡିଛି। ଆଜିକାଲିର ଦୁନିଆରେ କୌଣସି ଜିନିଷ ପାଇ ଫେରେଇବା ର ଲୋକ ବହୁତ୍ ବିରଳ ଅଛନ୍ତି।

ଆଉ ଧନେଶ୍ଵର ବାବୁ ତାଙ୍କ ଭିତରୁ ଅନ୍ୟତମ। ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ରାସ୍ତାରୁ ବହୁମୂଲ୍ୟ ଜିନିଷ ଓ ଟଙ୍କା ପାଇ ମଧ୍ୟ ତାହାକୁ ଫେରେଇ ଦେଇଛନ୍ତି। ଆଜିର ଯୁଗରେ ଏଭଳି ନିଃସ୍ଵାର୍ଥପର ବ୍ୟକ୍ତିତ୍ଵ ମିଳିବା ଖୁବ୍ କଷ୍ଟକର। ଏଭଳି ମହାନ୍ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଧନେଶ୍ଵର ବାବୁଙ୍କ ଏଭଳି କାର୍ଯ୍ୟ ବାସ୍ତବରେ ପ୍ରେରଣାଦାୟୀ ଅଟେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *