ନମସ୍କାର ବନ୍ଧୁଗଣ ବଡ଼ ଘାଟାରେ ପଡ଼ିବାକୁ ଯାଉଛି ଋଷିଆ କାରଣ ଏହି ଦେଶ ଛାଡ଼ିଲେ ଶତାଧିକ କମ୍ପାନୀ ଉତ୍ପାଦନ ବନ୍ଦ୍ କରିଲେ ଗାଡ଼ି କମ୍ପାନୀ ଏବଂ ଅପଲ୍ ଡେନ ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ନିଜର ବିକ୍ରି ବନ୍ଦ୍ କରିଦେଲେ ଋଷିଆରୁ ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ରିପୋର୍ଟ ଆସନ୍ତୁ ଜାଣିବା।
ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବା ପରେ ଶତାଧିକ ଆନ୍ତର୍ଜାତିକ କ୍ଷତି ସଂସ୍ଥା ଋଷ ବ୍ୟବସାୟକୁ ବନ୍ଦ୍ କରିଥିବା ବିଷୟରେ ଘୋଷଣା କରିଛନ୍ତି ଏହି କମ୍ପାନୀ ଗୁଡ଼ିକ ମଧ୍ୟରେ ୟୁରୋପୀୟ ଦେଶ ଗୁଡିକର ଅଧିକାଂଶ ସଂସ୍ଥା ରହିଛନ୍ତି ଗାଡ଼ି ନିର୍ମାତାଙ୍କୁ ଆରମ୍ଭ କରି ପ୍ରଯୁକ୍ତି ଫ୍ୟାସନ ରିଟେଲର ବିମାନ ଚଳାଚଳ ଜାହାଜ ଲଜେଷ୍ଟିସ ଫାଇନାନ୍ସ ଗଣମାଧ୍ୟମ ମନୋରଞ୍ଜନ ଏବଂ କ୍ରୀଡା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ବିଦେଶୀ କମ୍ପାନୀ ଗୁଡ଼ିକ ଋଷରେ ଉତ୍ପାଦନ କାରବାରକୁ ବନ୍ଦ୍ କରିଛନ୍ତି |
ଏହା ଦ୍ଵାରା ଋଷର ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ୧୯୯୮ ରେ ଋଷର ଅର୍ଥନୀତି ଯେଉଁଭଳି ଦୁର୍ବଳ ହୋଇଥିଲା ସେହି ସ୍ତରକୁ ଖସି ଆସିବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। ବୋହୁ ସଂସ୍ଥା ରପ୍ତାନି କଟକଣା ଲଗାଇ ଥିବାରୁ ଋଷିଆ ଯେଉଁସବୁ ଉତ୍ପାଦନ ଆମଦାନୀ କରୁଥିଲା ତାହା ପାଇବ ନାହିଁ।
ତେବେ ଗାଡ଼ି କମ୍ପାନୀ ଗୁଡ଼ିକ ମଧ୍ୟରେ ମର୍ସଡିସ ଭେନ୍ସ ଋଷରେ ସ୍ଥାପନ କରିଥିବା ଉଦ୍ୟୋଗର ଅଂଶଧନ ବିକ୍ରି କରିବା ବିଷୟରେ ଘୋଷଣା କରିଛନ୍ତି। ଜେନେରାଲ ମଟରାଲ୍ ବଲ୍ବ ପକ୍ଷରୁ ଋଷକୁ ଗାଡ଼ି ରପ୍ତାନି ବନ୍ଦ୍ କରାଯାଇଛି ଫଡ୍ ଏହାର ସବୁ ରପ୍ତାନି ବନ୍ଦ୍ କରିଛି, ମିଶୁବିଶି ଋଷରେ କାରବାର କରିବାକୁ ବନ୍ଦ୍ ଘୋଷଣା କରିଛି, ହର୍ଲେଡେଭିସନ୍ ଋଷକୁ ରପ୍ତାନି ବନ୍ଦ୍ କରିଛି।
BMW, ହଣ୍ଡା ଓ ଡେମ୍ଲର ଭଳି ସଂସ୍ଥା ମଧ୍ୟ ଋଷରେ ନିଜର କାରବାରକୁ ବନ୍ଦ୍ କରିଛନ୍ତି। ସେହିଭଳି ଆପଲ୍, ଫେସ୍ ବୁକ୍, ଟୁଇଟର୍, ମାଇକ୍ରୋସଫ୍ଟ୍, ଏୟାର୍ଭିଏନଭି ଭଳି ପ୍ରଯୁକ୍ତି ସଂସ୍ଥା ମଧ୍ୟ ଋଷ ଉପରେ କଟକଣା ଲଗାଇଛନ୍ତି। ତେବେ ଫ୍ୟାସନ ଏବଂ ରିଟେଲ କମ୍ପାନୀ ଏଜ ଆଣ୍ଡ ଏମ୍ ଫର୍ମେସ ଏଲ୍ଡାସ ନାଇକ୍ ପୂମା ଋଷରେ ନିଜର କାରବାରକୁ ବନ୍ଦ୍ କରିଛନ୍ତି।
ସେହିଭଳି ଗଣମାଧ୍ୟମ ମନୋରଞ୍ଜନ କ୍ଷେତ୍ରରେ ବିଶ୍ଵ ସ୍ତରରେ ଚର୍ଚ୍ଚା ଥିବା କମ୍ପାନୀ ଗୁଡ଼ିକ ମଧ୍ୟ ଋଷ ବିରୁଦ୍ଧରେ ବିଭିନ୍ନ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିନି ଏହାର ସମସ୍ତ ରିଲିଜ୍ କୁ ବନ୍ଦ୍ କରିଦେଇଥିବା ବେଳେ ୱର୍ଣାନ ମିଡ଼ିଆ ଦ ବ୍ୟାଟମ୍ୟାନ୍ ରିଲିଜ୍ କୁ ଅଟକାଇ ଦେଇଛି ସ୍ପଟିଫାଇ ଋଷରେ ଏହାର କାର୍ଯ୍ୟାଳୟକୁ ବନ୍ଦ୍ କରିଥିବା ବେଳେ ୟୁଟ୍ୟୁବ ମଧ୍ୟ ଋଷର ଗଣମାଧ୍ୟମକୁ ରୋକ୍ ଲଗାଇଛି |
ଆର୍ଥିକ କମ୍ପାନୀ ଗୁଡ଼ିକ ମଧ୍ୟରେ ମାଷ୍ଟର କାର୍ଡ ଭିଜା ଋଷରେ ସେମାନଙ୍କ କାରବାରକୁ ବନ୍ଦ୍ କରିଛନ୍ତି ଏବଂ ନର୍ଭେର ସଂସ୍ଥା ସିଭରେଜ୍ ୱେଲ୍ ଫଣ୍ଡରୁ ଦେଶର ୪୭ଟି କମ୍ପାନୀ ଥିବା ଅଂଶଧନ ବିକ୍ରି କରିବ ବୋଲି ଘୋଷଣା କରାଯାଇଛି। ଏହିଭଳି ଭାବରେ ବିଭିନ୍ନ ନାମୀଦାମୀ କମ୍ପାନୀ ଋଷରୁ ନିଜର ବ୍ୟବସାୟ ବନ୍ଦ୍ କରିଛନ୍ତି ଏବଂ ଏହିଭଳି ଭାବରେ ଋଷକୁ ଚାପ କରାଯାଉଛି କିନ୍ତୁ ଋଷ ପଛକୁ ହଟୁ ନାହିଁ।