ଦର୍ଶକ ବନ୍ଧୁ ଯେମତି ଓଡିଆ ଚଳଚିତ୍ର ଜଗତ ଓ ଆଲବମ ଜଗତ ବେଶ ଲୋକ ପ୍ରିୟତା ହାସଲ କରି ପାରିଛି ଠିକ ସେମିତି ଓଡିଆ ଯାତ୍ରା ଜଗତ ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତାହେଲେ ଏହି ଓଡିଆ ଯାତ୍ରା ଜଗତ ରେ ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଲକ୍ଷ ଲକ୍ଷ ଲୋକ ମାନ ଙ୍କ ମନ ରେ ରହିଛନ୍ତି କିନ୍ତୁ ଆଜି ଆମେ ଏମିତି ଏକ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଘରେ ଘରେ ପରିଚିତ ଓ ସେହି ଅଭିନେତା ଜଣକ ହଉଛନ୍ତି ଦୈତାରୀ ପଣ୍ଡା । ଓଡିଆ ଯାତ୍ରା ଜଗତ ର ଜଣେ ଜଣା ଶୁଣା ନମ୍ବର 1 ଅଭିନେତା ହେଉଛନ୍ତି ଦୈତାରୀ ପଣ୍ଡା । ସେ 1958 ମସିହା ବାଲେଶ୍ବର ଜିଲ୍ଲା ରେ ଔପଦା ବ୍ଲକ ର ଅନ୍ତର୍ଗତ ଦୁଖଣ୍ଡ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ।
ତାହେଲେ ସେ ଛୋଟବେଳୁ ତାଙ୍କ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହୋଇ ପାରିଥିଲେ , ଖାଲି ସେତିକି ନୁହେଁ ସେ ଗାଁ ରେ ଛୋଟ ଛୋଟ ନାଟକ ରେ ଅଭିନୟ କରି ସେ ଆଜି ଏତେ ବଡ ଅଭିନେତା ହୋଇ ପାରିଛନ୍ତି । ତାଙ୍କ ପରିବାର ସାତ ଭାଇ ଥିଲେ । ଦୈତାରୀ ପଣ୍ଡା ଦୀର୍ଘ 43 ବର୍ଷ ହେଲା ଅଭିନୟ କରି ଆସିଛନ୍ତି । ବର୍ତ୍ତମାନ ସମୟ ରେ ଦୈତାରୀ ଙ୍କ ଦୁଇ ଟି ପୁଅ ଅଛି ଜଣକ ବଡ ପୁଅ ଜଗବନ୍ଧୁ ପଣ୍ଡା ଓ ସାନ ପୁଅ ବଳଭଦ୍ର ପଣ୍ଡା । ତାହେଲେ ତାଙ୍କର ବଡ ପୁଅ ଜଗବନ୍ଧୁ ପଣ୍ଡା ବହୁ ସାରା ଲୋକ ପ୍ରିୟ ଧାରାବାହିକ ରେ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।
ତାହେଲେ ଦୈତାରୀ ପଣ୍ଡା ପ୍ରଥମେ ନୀଳଚକ୍ର ଅପେରା ରେ କାମ । ସେ “ଜିଅନ୍ତା ଶବ “ ଓ କୋଉଡି ଖେଳ ରେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟତା ହାସଲ କରି ପାରିଥିଲେ ଦୈତାରୀ ପଣ୍ଡା । ଏହାପରେ ସେ ପଛ କୁ ଫେରି ଚାହିଁ ନାହାଁନ୍ତି ସେ ବହୁତ ଆଗ କୁ ଯାଇଛନ୍ତି । ସେ ତାଙ୍କର ଜୀବନ ରେ 200 ରୁ ଅଧିକ ଯାତ୍ରା ଅଭିନୟ କରି ସାରିଛନ୍ତି । ସେ ମାତ୍ର ୫ ଶହ ଟଙ୍କା ରୁ ଅଭିନୟ କ୍ୟାରିଆର ଆରମ୍ଭ କରିଥିଲେ । ସେ ଏମିତି ଏକ ଅଭିନେତା ଯେ ସେ ଖଳ ନାୟକ ଠୁ ଧରି ବିଭିନ୍ନ ଚରିତ୍ର ଅଭିନୟ କରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରିଛନ୍ତି ।
ତାହେଲେ ଦୈତାରୀ ପଣ୍ଡା ନିଜ ଗୁରୁ ରଘୁନାଥ ପଣ୍ଡା ଙ୍କୁ ନିଜର ଆଦର୍ଶ ଭାବେ ବିଚାର କରି ନିଜ କର୍ମ ପଥ ବହୁତ ଆଗେଇ ଚାଲିଛନ୍ତି । ସେ ଯାତ୍ରା ବ୍ୟତୀତ ଅନେକ ଗୁଡିଏ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିଥିବାର ନଜର ଆସିଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଧାରାବାହିକ ବେଶ ଲୋକ ପ୍ରିୟତା ହାସଲ କରି ପାରିଛି । ଦୈତାରୀ ପଣ୍ଡା ଙ୍କ ପତ୍ନୀ ଙ୍କ ନାମ ହଉଛି ଅନ୍ନପୂର୍ଣା ଦେବୀ । ତାହେଲେ ଓଡିଆ ଯାତ୍ରା ଜଗତ ରେ ନନା ନାମ ରେ ବେଶ ପରିଚିତ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ