Breaking News

ଦେଖନ୍ତୁ ଭିଡ଼ିଓ : ଓଃ କି ଗୀତ ! ପୁଣି ଗୀତ ଗାଇ ଚର୍ଚ୍ଚାରେ ଭାଇରାଲ ବୟ ତ୍ରୈଲୋକ୍ୟ

‘ମୁଁ ଇସ୍କୁଲ ରେ ପଢ଼ୁଚି, ମୁଁ ପ୍ରଥମ ଶ୍ରେଣୀରେ ପଢୁଚି ‘ କଥା କହି ହଜାର ହଜାର ଲୋକଙ୍କ ହୃଦୟ ଜିତିଥିବା କୁନି ପୁଅ ତ୍ରୈଲୋକ୍ୟ ବର୍ତମାନ ପୁଣିଥରେ ଚର୍ଚ୍ଚାରେ । ଏଥର ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତ୍ରୈଲୋକ୍ୟ ଗାଇଥିବା କରୋନା ସଚେତନତା ଗୀତ । ନିକଟରେ କଟକର ଏକ ଷ୍ଟୁଡ଼ିଓରେ ତ୍ରୈଲୋକ୍ୟ ତାଙ୍କର ଏକ ନୂଆ ଗୀତ ରେକର୍ଡିଂ କରିଛନ୍ତି। ଏଥିରେ ତାଙ୍କ ସହ କଣ୍ଠଦାନ କରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର ଅତି ନାମୀଦାମୀ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର।

ତେବେ ଏହି ଗୀତ ଟିରେ କୋରୋନାକୁ ନେଇ ସରକାର ସଚେତନ କରାଉଥିବା ମୁଖ୍ୟ ବାର୍ତ୍ତା ଗୁଡିକୁ ଲିରିକ୍ସ ଭାବେ ନିଆଯାଇଛି। ଏଭଳି ଭିନ୍ନ ସ୍ୱାଦର ଗୀତ ପ୍ରସ୍ତୁତ କରିଛି ସାଇକ୍ରିଷ୍ଣା ମ୍ୟୁଜିକ। ଏହି ଗୀତକୁ ବେଶ ସୁମଧୁର କଣ୍ଠରେ ଗାଇଛନ୍ତି ଲିଟିଲ ଷ୍ଟାର ତ୍ରୈଲୋକ୍ୟ। ସାଇକ୍ରିଷ୍ଣା ମ୍ୟୁଜିକ ପକ୍ଷରୁ ପ୍ରାୟୋଜିତ ଏହି ଗୀତକୁ ପ୍ରମୋଦ ପରିଡା ଲେଖିଥିବା ବେଳେ କେ ସି ସାହୁ ମ୍ୟୁଜିକ ଦେଇଛନ୍ତି। ତ୍ରୈଲୋକ୍ୟଙ୍କ ସହିତ ଗୀତରେ ମୁଖ୍ୟ କଣ୍ଠଶିଳ୍ପୀ ରହିଛନ୍ତି ଅଭିଜିତ ମଜୁମଦାର। ଏହାର ସମ୍ପୂର୍ଣ୍ଣ ଭିଡିଓ ଖୁବ୍ ଶୀଘ୍ର ୟୁଟ୍ୟୁବରେ ଉପଲବ୍ଧ ହେବ ବୋଲି କହିଛନ୍ତି ମ୍ୟୁଜିକ ଟିମ ।


ତେବେ ସୂଚନା ଥାଉ କି, ଗତ କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲାର ଏକ ଛୋଟ ପିଲାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ସେ ହେଉଛନ୍ତି ତ୍ରୈଲୋକ ରାୟ । ତ୍ରୈଲୋକ୍ୟ ଏକ ସରକାରୀ ସ୍କୁଲ୍ ରେ ପଢ଼ୁଥିବା ବେଳେ ସ୍କୁଲ୍ ସ୍ଥାନାନ୍ତରଣ ନେଇ କିଛି ଗଣମାଧ୍ୟମ ଆଗରେ ଦେଇଥିବା ବାଇଟ୍ ତାଙ୍କୁ ରାତାରାତି ଲୋକପ୍ରିୟ କରି ଦେଇଥିଲା । ସୋସିଆଲ ମିଡିଆରେ ଘୁରି ବୁଲିଲା ତାଙ୍କର ସେହି କେଇ ପଦ ମଜାଳିଆ ଢ଼ଙ୍ଗରେ କହିଦେଇଥିବା କଥା । ଆଉ ଲୋକମାନେ ମଧ୍ୟ ତାଙ୍କୁ ଖୁବ୍ ଭଲ ପାଇବା ଦେଇଥିଲେ।

ତେବେ ଏହା ପରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ତ୍ରୈଲୋକ୍ୟଙ୍କୁ ସହ ଏକ ଗୀତ ଗାଇଥିଲେ। ଏହି ଗୀତ ୟୁଟ୍ୟୁବରେ ରିଲିଜ୍ ହେବାପରେ ଅନେକ ସଂଖ୍ୟାରେ ଲୋକମାନେ ଏହାକୁ ଦେଖିବା ସହ ଲାଇକ ମଧ୍ୟ କରିଥିଲେ। ଏହାପରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମପମ୍ ମଧ୍ୟ ଭାଇରାଲ ବଏ ତ୍ରୈଲୋକ୍ୟ ଙ୍କୁ ନେଇ ଏକ ଗୀତ ରେକର୍ଡିଂ କରିଥିଲେ। ତାହାକୁ ମଧ୍ୟ ଓଡ଼ିଶାର ଅଗଣିତ ଦର୍ଶକ ମାନେ ଖୁବ୍ ଭଲ ପାଇବା ଦେଇଥିଲେ। ତେବେ ତ୍ରୈଲୋକ୍ୟଙ୍କ ପୁରୁଣା ଗୀତ ଭଳି ଆସୁଥିବା କରୋନା ସଚେତନମୂଳକ ନୂଆ ଗୀତ ଟିକୁ ମଧ୍ୟ ଲୋକମାନେ ପସନ୍ଦ କରିବେ ବୋଲି ଆଶା କରିଛନ୍ତି ମ୍ୟୁଜିକ ଟିମ ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜୁଲାଇ ୨୦୨୨ ମାସରେ ୭ଟି ରାଶିର ଭାଗ୍ୟ ଚମକିବ ଯାଉଛି….ଦେଖନ୍ତୁ ଆପଣଙ୍କ ରାଶି !

ଜୁଲୁଇ ମାସର ପରମ୍ଭ ହେବାକୁ ଯାଉଛି ଏବଂ ଏହି ମାସଟି ଗ୍ରହଙ୍କ ଗୋଚର ଏବଂ ପର୍ବ ପର୍ବାଣି ରେ ଭରି …

Leave a Reply

Your email address will not be published.