ଟିକ୍ ଟକ୍ ଆପର ଲୋକପ୍ରିୟତା ଏତେ ମାତ୍ରାରେ ଥିଲାଯେ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ଏଥିରେ ଭିଡିଓ ଏବଂ ଫଟୋ ଲୋଡ କରିବାକୁ ପୂରା ପୁରି ବାୟା ହେଇଯାଉଥିଲେ । ଯଦି ଆପଣ ଆଜିର ସମୟରେ ଟିକ୍ ଟକ୍ ଆପ ସଂପର୍କରେ ଜାଣିନାହାଁନ୍ତି ତେବେ ଆପଣ ବହୁତ ପଛରେ ରହିଯାଇଛି ବୋଲି କହିବା କିଛି ଭୁଲ ହେବନି । ‘ଟିକ୍ ଟକ୍’ ହେଉଛି ଚୀନ କଂପାନୀ ‘ୱାଇଟ୍ ଡାନ୍ସ’ର ଏକ ଆପ । ଯାହା ଜରିଆରେ ୧୫ ସେକେଣ୍ଡ ପର୍ଯ୍ୟନ୍ତର ଏକ ଭିଡିଓ ଜଣେ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିପାରିବ ।
ଏହି ଆପକୁ ସେପ୍ଟେମ୍ବର ୨୦୧୬ରେ ଚୀନରେ ଲଂଚ କରାଯାଇଥିଲା । ମାତ୍ର ୨୦୧୮ବେଳକୁ ଟିକ୍ ଟକର ଲୋକପ୍ରିୟତା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ଏଇ ଗତ ବର୍ଷ ଅର୍ଥାତ ୨୦୧୯ ମସିହା ଜୁନ ମାସରେ ଗଲବାନ ରେ ହେଇଥିବା ସଙ୍ଘର୍ଷ ପାଇଁ ଚୀନ ଓ ଭାରତ ଭିତରେ ତିକ୍ତତା ବୃଦ୍ଧି ପାଇଥିଲା ତେଣୁ କେନ୍ଦ୍ର ସରକାର ଟିକଟକ ସହ ପ୍ରାୟ ୫୯ ଟି ଚାଇନିସ ଆପ କୁ ସମ୍ପୂର୍ଣ୍ଣ ବ୍ୟାନ କରିବାର ନିର୍ଦ୍ଧେଶ ଦେଇଥିଲେ। ଫଳରେ ଟିକଟକ ଇଉଜର୍ସ ମାନେ ବି ବହୁତଦୁଃଖ ପ୍ରକାଶ କରିଥିଲେ।
ମାତ୍ର ଏବେ ଏକ ଖବର ଶୁଣିବାକୁ ମିଳିଛି କି କୁଆଡେ ଫୁଣି ଭାରତ କୁ ଆସିବାକୁ ଯାଉଛି ଟିକଟକ ଆପ। କିନ୍ତୁ ଏହା କେତେଦୂର ସତ ଏପର୍ଯ୍ୟନ୍ତ ୟାର କିଛି ବି ପ୍ରମାଣ ମିଳିପାରିନାହିଁ। ମାତ୍ର ଖବର ସୂତ୍ରରୁ ଯାହା ଜଣାପଡିଛି ଭାରତରେ ଆଇଟି ନିୟମ ରେ ପରିବର୍ତ୍ତନ କୁ ଦେଖି ହିଁ ଚାଇନିସ କମ୍ପାନୀ ‘ୱାଇଟ୍ ଡାନ୍ସ’ ଟିକଟକ ଫୁଣି ଭାରତ କୁ ଫେରି ଆସିବ ବୋଲି ଆଶା ବାନ୍ଧିଛି।
ଏହି ଆଶା କୁ ପୂରଣ କରିବା ପାଇଁ ଏହି କମ୍ପାନୀ ଏହି ବର୍ଷ ଜୁନ ମାସ ଆରମ୍ଭରେ ଆଇଟି ମନ୍ତ୍ରାଳୟକୁ ଏକ ଚିଠି ଲେଖି ସେଥିରେ କହିଥିଲା କି ସେ ସୋସିଆଲ ମିଡ଼ିଆ ପକ୍ଷରୁ ଜାରି ସମସ୍ତ ନିର୍ଦେଶନାମା କୁ ପାଳନ କରିବା କୋଣସି ନିୟମ ର ବି ଉଲଂଘନ କରିବ ନାହିଁ। କିନ୍ତୁ ଏପର୍ଯ୍ୟନ୍ତ ବି କେନ୍ଦ୍ର ସରକାର ଙ୍କ ପକ୍ଷରୁ କିଛି ବି ଜବାବ ମିଳିନାହିଁ।
ଏହି ସବୁ ସଂମ୍ପର୍କରେ ଯେତେବେଳେ ଆଇଟି ବିଶେଷଙ୍ଗ ଗୌରବ କିଶୋର ତ୍ରିପାଠୀଙ୍କୁ ପଚରା ଯାଇଥିଲା ସେ ଉତ୍ତରରେ କହିଥିଲେ କି ଆଜିଯାଏଁ ବି କାହାକୁ ଜଣାନାହିଁ ତିକଟକ ଯେଉଁସବୁ ରେକଡିଙ୍ଗ ହେଉଛି ସେଥିରେ କଣ ସିକ୍ରେଟ ବ୍ରିଥ ରଖାଯାଇଛି। ତେଣୁ ନିଶ୍ଚିତ ଏହା ଆମ ବିପଦ ସାବ୍ୟସ୍ତ ହେବ ଏଥିରେ କିଛିବି ସନ୍ଦେହ ନାହିଁ। ଆହୁରି ବି କହିଛନ୍ତି କି ଫୁଣି ଟିକଟକ ଆସିବା ଟା ସରକାରଙ୍କ ପାଇଁ ସୁରକ୍ଷିତ ନୁହେଁ ଏମିତିକି ଦେଶର ଅନେକ ସିକ୍ରେଟ ଇନଫରମେଶନ ବି ଲିକ ହେଇଯିବାର ବହୁତ ସମ୍ଭାବନା ରହିଛି। ଏଥିରୁ ଯାହା ଜାଣିବାକୁ ମିଳୁଛି କି ସରକାର ଏଯାଏଁ ଟିକଟକ ଫେରିବାକୁ ନେଇ କିଛି ବି ସ୍ଥିର କରିନାହାନ୍ତି। ଆଗକୁ ହେଇପାରେ ଏ ପ୍ରସ୍ତାବ କୁ ସରକାର ପ୍ରତ୍ୟାଖାନ ବି କରିପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।