Breaking News

ଓଡିଶା ମୁହାଁ ହେଉଛି ବାତ୍ୟା ‘ୟଶ୍ ‘ !! ଆଗାମୀ ୩ ଦିନ ସତର୍କ , ଏହି ୪ ଟି ଜିଲ୍ଲା କୁ ହାଇ ଆଲର୍ଟ

ପୁଣି ଡରେଇଲାଣି ବାତ୍ୟା ର ଭୟ।ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ବାତ୍ୟା। ମେ’ ୨୬ ତାରିଖରେ ଏହା ଉପକୂଳ ଆଡ଼େ ମୁହାଁଇବ।ଓଡ଼ିଶା , ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ କେଉଁଠି ଏହା ଉପକୂଳ ଛୁଇଁବ, ଏବେଠୁ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ପାଣିପାଗ ବିଭାଗ। ସେ କହିଛନ୍ତି, ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ। ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର।ପରେ ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍‌ ‘ୟଶ୍’ ସୁନ୍ଦରବନରେ ସ୍ଥଳଭାଗ ଛୁଇଁପାରେ। ମେ ୨୩-୨୫ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଵ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିପାଇଁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।ତେବେ ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ ବୋଲି ପାଣିପାଣ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେବେ ଗୋଟିଏ ପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଛି ।

ଖାସ୍‌ କରି ଗୁଜୁରାଟ , ମହାରାଷ୍ଟ୍ର, ଗୋଆ ସହ କର୍ଣ୍ଣାଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଗୋଟିଏ ବାତ୍ୟାର କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଆଉ ଏକ ବାତ୍ୟା ଲୋକ ମାନଙ୍କ ମନରେ ଭୟ ଦେଲାଣି। ବର୍ତ୍ତମାନର ଆକଳନ ଅନୁଯାୟୀ, ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ହେବାକୁ ଥିବା ଲଘୁଚାପ ୨୬ ତାରିଖ ସକାଳେ ଉପକୂଳ ଆଡ଼େ ମୁହାଁଇବ। ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯାଇପାରିବ।

ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି। ସେ କହିଛନ୍ତି, ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ।
ଏଭଳି ଆକଳନକୁ ନେଇ ମେ’ ମାସରେ ପୁଣି ଥରେ ବାତ୍ୟା ଡର ଘାରିଲାଣି। ଅନ୍ୟପକ୍ଷରେ ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସୋନପୁର ସମେତ ଓଡ଼ିଶାର ଆହୁରି ୪ ଟି ଜିଲ୍ଲାରେ ପାରଦ ୪୧ ଡିଗ୍ରୀ ଉପରେ ରହୁଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ୨୦୨୨ ରୁ ୨୦୨୫ ଖୋଲିବାକୁ ଯାଉଛି ଭାଗ୍ୟ

ବନ୍ଧୁଗଣ ଆମେ ଏହି 5 ରାଶି ବିଷୟରେ ଜାଣିବା ଯେଉଁ ମାନଙ୍କର ଭାଗ୍ୟ ବର୍ଷ 2022 ରୁ 2025 ମଧ୍ୟରେ …

Leave a Reply

Your email address will not be published.