Breaking News

ଜାଣନ୍ତୁ କିଭଳି ପ୍ରସ୍ତୁତ ହୋଇଥାଏ ଅକ୍ସିଜେନ।

ଦେଶ ବ୍ୟାପୀ ଲୋକ ଙ୍କ ର ନିଦ ହଜେଇଲାଣି କରୋନା।ଦିନ କୁ ଦିନ କରୋନା ର ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢିବା ସମେତ ମୃତକ ଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।ତେବେ ଏପରି ସମସ୍ୟା ମଧ୍ୟ ରେ ମୁଣ୍ଡ ଟେକିଛି ଏକ ନୂଆ ସମସ୍ୟା ।ଯାହା ହେଉଛି ଅକ୍ସିଜେନ ର ଅଭାବ।ଦିନ କୁ ଦିନ ବଢୁଥିବା ସଂକ୍ରମିତ ଙ୍କ ପାଇଁ ଆବଶ୍ୟକ ହେଉଛି ଯଥେଷ୍ଟ ପରିମାଣ ର ଅକ୍ସିଜେନ ଟ୍ୟାଙ୍କ। ତେବେ ଏହି ଅଭାବ କୁ ପୁରାଣ କରିବା ପାଇଁ ଅକ୍ସିଜେନ ତିଆରି କରୁଥିବା କମ୍ପାନୀ ଗୁଡ଼ିକ ଏହାର ଉତ୍ପାଦନ ହାର ର ବୃଦ୍ଧି କରିଛନ୍ତି।

ଦର୍ଶକ ବନ୍ଧୁ, ଆପଣ ମାନଙ୍କ ଭିତରୁ ଅନେକ ଲୋକ ଙ୍କ ମନରେ ପ୍ରଶ୍ନ ଥିବ ଏହି ଅକ୍ସିଜେନ କିପରି ତିଆରି ହେଉଛି? ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ରେ ଜଣେଇବୁ । ଅକ୍ସିଜେନ ଆମ ବାୟୁମଣ୍ଡଳ ରୁ ହିଁ ତିଆରି କରାଯାଇଥାଏ।ଏବେ ର ବାୟୁମଣ୍ଡଳ ରେ ୭୮% ନେଟ୍ରୋଜେନ୍,୨୧% ଅକ୍ସିଜେନ,୧% ଆର୍ଗନ ଏବଂ ଅନ୍ୟ କେତେକ ଗ୍ୟାସ ମିଶିକରୀ ଥାଆନ୍ତି ।ତେଣୁ ସର୍ବ ପ୍ରଥମେ ବାୟୁମଣ୍ଡଳ ରୁ ବାୟୁ କୁ ଏକ ଟ୍ୟାଙ୍କ ରେ ସଂଗ୍ରହ କରାଯାଏ। ଏହାପରେ ବାୟୁ କୁ ଫିଲ୍ଟର କରାଯାଇଥାଏ।ଯାହା ଦ୍ଵାରା ବାୟୁ ରେ ଥିବା ହାନିକାରକ ଜୀବାଣୁ ,ଧୂଳି କଣା ଆଦି ପୃଥକ୍ ହୋଇଯାଏ।

ଏହା ପରେ ଫିଲଟର ହୋଇଥିବା ଗ୍ୟାସ୍ ଉପରେ ହାଇ ପ୍ରେସର୍ ଦିଆଯାଇ ଏହାକୁ କମ୍ପ୍ରେସ କରାଯାଏ । ଏହାପରେ ଏହାକୁ ପୁନଶ୍ଚ ଶୁଦ୍ଧ କରିବା ପାଇଁ ଏକ ଫିଲ୍ଟର୍ ଟ୍ୟାଙ୍କ ରେ ଭର୍ତ୍ତି କରାଯାଏ।ଯାହା ଦ୍ଵାରା ବାୟୁ ରେ ଅକ୍ସିଜେନ ସହ ମିସିକରି ଥିବା ଜଳକଣା, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋ କାର୍ବନ ଅଲଗା ହୋଇଯାଇଥାଏ।ଏବେ ବଳକା ଗ୍ୟାସ୍ କୁ ତରଳ ଅବସ୍ଥା କୁ ଆଣିବା ପାଇଁ ତାହାକୁ -୧୭୩°c ଯୁକ୍ତ ଥଣ୍ଡା ବାକ୍ସ ଭିତରେ ଭରି କରାଯାଇଥାଏ।

ଯେଉଁଠି ତାହା ତରଳ ଗ୍ୟାସ୍ ରେ ପରିଣତ ହୋଇଥାଏ।ଏବେ ଏହି ପ୍ରକ୍ରିୟା ର ଶେଷ ସୋପାନ ହୋଇଥାଏ ମିଶ୍ରିତ ହୋଇ ଥିବା ଗ୍ୟାସ୍ ର ପୃଥକିକରଣ।ଏଥି ପାଇଁ ଏହି ତରଳ ଗ୍ୟାସ୍ କୁ ଏକ ପ୍ରକାର ସ୍ଵତନ୍ତ୍ର ଟ୍ୟାଙ୍କ ଭିତରେ ଭରି କରାଯାଏ।ଯାହା କୁ ସମସ୍ତ ଗ୍ୟାସ୍ କୁ ପୃଥକ କରିଦିଏ।ଶେଷରେ ଆମେ ବିଶୁଦ୍ଧ ଅକ୍ସିଜେନ କୁ ପାଇପାରିଥାଉ।ଏହାକୁ ଏକ ସ୍ବତନ୍ତ୍ର ସିଲିଣ୍ଡର ରେ ଭରି କରାଯାଇ ଟ୍ୟାଙ୍କର ଯୋଗେ ଆବଶ୍ୟକତା ଥିବା ସ୍ଥାନ କୁ ପଠାଯାଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *