Breaking News

ଦଶମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଘୋଷଣା ! ୭୦ % ସିଲାବସ୍ ରେ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା

ମାଟ୍ରିକ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଘୋଷଣା। ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା । ଏହି ପରୀକ୍ଷା ଜୁଲାଇ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏନେଇ ସୂଚନା ଦେଇଛନ୍ତି। କରୋନା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଛାତ୍ର ଛାତ୍ରୀ ମାନେ ସମସ୍ତ ପ୍ରକାର କରୋନା ନିୟମକୁ ମାନି ପରୀକ୍ଷା ଦେବେ।ଏହି ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଜୁଲାଇ ୫ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିବେ। ତେବେ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ +୨ ରେ ନାମ ଲେଖାଇବା ପାଇଁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ତେବେ ଚଳିତ ଥର ୩୦% ସିଲାବସ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ସୂଚନା ଥାଉ କି, ମହାମାରୀ କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇନଥିଲା।

ସେଥିପାଇଁ ବିନା ପରୀକ୍ଷା ଗତ ୨୫ ତାରିଖରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କେତେକ ଛାତ୍ରଛାତ୍ରୀଙ୍କର ଆଶାଠାରୁ କମ୍‌ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ବିବାଦ ମୁଣ୍ଡ ଟେକିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା। ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ, ବୋର୍ଡ ର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ।୪ ବର୍ଷର ପରଫରମାନ୍ସ ଆଧାରରେ ନମ୍ବର ଦିଆଯାଇଛି।

ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ କରୋନାର ସ୍ଥିତି ସ୍ୱାଭାବିକ ହେଲେ ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଥିଲେ। ତେବେ ଚଳିତ ଥର ମାଟ୍ରିକ ପରୀକ୍ଷାରେ ରେକର୍ଡ ହାରରେ ୯୭.୮୯% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ୍‌ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୭୭୦୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ଓ ଅବଶିଷ୍ଟ ୪୪୧୨ ପିଲା ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *