ଆପଣ ମାନେ ସମସ୍ତେ ଜାଣିଥିବେ ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି।ତେବେ ନାମାଙ୍କନପତ୍ର ଦାଖଲ କରିଥିବା ପାର୍ଥି ଙ୍କର ସତ୍ୟପାଠ ରୁ ଯାହା ଜଣା ପଡ଼ିଛି ତାଙ୍କ ସମ୍ପତି କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ଟିକେଟ ପାଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ୩୨ ବର୍ଷୀୟ ରୁଦ୍ର ଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ହେଉଛି 3 କୋଟି 64 ଲକ୍ଷ।ତେବେ ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି କି ଏତେ କମ ବୟସରେ ଏତେ ସମ୍ପତି ର ମାଲିକ କିପରି ହେଲେ ରୁଦ୍ର।
ସେ ପୁଣି ହେଉଛନ୍ତି ସବୁଠାରୁ ଧନୀ ପାର୍ଥି 2019 ଓ 2020 ମସିହା ରେ ତାଙ୍କ ବର୍ଷିକ ରୋଜଗାର ମାତ୍ର 10 ଲକ୍ଷ ଟଙ୍କା ଥିଲା ତେବେ 2 ବର୍ଷ ମଧ୍ୟରେ ଏତେ ଟଙ୍କା ଆଣିଲେ କେଉଁଠୁ।ରୁଦ୍ର ଙ୍କର ପତ୍ନୀ ଜାଗୃତି ଙ୍କର ସମ୍ପତି 37 ଲକ୍ଷ 85 ହଜାର ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୁଦ୍ର ଙ୍କ ନାମରେ ରହିଛି 3 ଟି ମାମଲା ସେ ଭୁବନେଶ୍ୱର ରେ ଗୋଟିଏ କଲେଜ ରୁ ଏମବିଏ କରିଛନ୍ତି।
ସେପରି କଂଗ୍ରେସ ରୁ ପାର୍ଥି ପତ୍ର ଦାଖଲ କରିଥିବା ଅଜିତ ମଙ୍ଗରାଜ ଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ର ମୂଲ୍ୟ ହେଉଛି 3କୋଟି 77 ଲକ୍ଷ 91 ହଜାର 824 ଟଙ୍କା ଏବଂ ତାଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ରେ 2 କୋଟି 6 ଲକ୍ଷ 51 ହଜାର 147 ଟଙ୍କା ଋଣ ରହିଛି ସେ ଭୁବନେଶ୍ୱର ରାଜଧାନୀ କଲେଜ ରୁ ଯୁକ୍ତ 3 ପାସ କରିଛନ୍ତି।ତାଙ୍କ ନାମରେ ବିଭିନ୍ନ ଥାନାରେ 6 ଟି ମାମଲା ରହିଛି।
2019 ଓ 2020 ରେ ତାଙ୍କ ବର୍ଷିକ ରୋଜଗାର 21 ଲକ୍ଷ 74 ହଜାର 520 ଟଙ୍କା ରହିଥିଲା। ତେବେ ତାଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଙ୍କର ମୋଟ ସମ୍ପତି ହେଉଛି 4 କୋଟି 2 ଲକ୍ଷ 33 ହଜାର 875 ଟଙ୍କା ।ତେବେ ତାଙ୍କ ନାମରେ 56 ଲକ୍ଷ 29ହଜାର27 ଟଙ୍କା ଋଣ ରହିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ